ପ୍ରମୂଖ ଖବର
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ବିଜୁ ପଟ୍ଟନାୟକ ବିମାନ ବନ୍ଦର: ନୂଆ ବର୍ଷରେ ନୂଆ ଟର୍ମିନାଲ, ୪ ସହରକୁ ଖୁବ୍‌ଶୀଘ୍ର ବିମାନ ସେବା

ଭୁବନେଶ୍ୱର,୦୫/୧୧: ବିଜୁ ପଟ୍ଟନାୟକ ବିମାନ ବନ୍ଦର  ନୂଆ ରୂପ ପାଇବ । ନୂଆ ବର୍ଷରେ ନୂଆ ଟିର୍ମିନାଲ ଲିଙ୍କ ବିଲ୍ଡିଂର ଶୁଭାରମ୍ଭ ହେବ । ଏନେଇ ସିକ୍ୟୁରିଟି କ୍ଲିୟରାନ୍ସ ପାଇଁ ଆବେଦନ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । କ୍ଲିୟରାନ୍‌ସ ମିଳିବା ପରେ ପ୍ରସ୍ତୁତ ହେବ ଏସଓପି । ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ କାମ କରିବ ଟର୍ମିନାଲ । ନୂଆ ଟର୍ମିନାଲ କାର୍ଯ୍ୟକ୍ଷମ ହେବା ପରେ ୪ ସହରକୁ ବିମାନ ସେବା ଆରମ୍ଭ ହେବ । 

ନୂଆ ଟର୍ମିନାଲ କାର୍ଯ୍ୟକ୍ଷମ କରିବା ପାଇଁ ସିଆଇଏସଏଫ, କଷ୍ଟମ,ଏୟାରଲାଇନ୍‌ସ,ଇମିଗ୍ରେସନ ସହ ସମନ୍ୱୟ ବୈଠକ  କରାଯିବ  । ବର୍ତ୍ତମାନ ବିମାନ ବନ୍ଦର  ନୂଆ ଟର୍ମିନାଲ ଲିଙ୍କ ବିଲ୍ଡିଂ କାମ  ଶେଷ ହୋଇଛି । ଖୁବଶୀଘ୍ର ସୁରଟ, ଡେରାଡୁନ, ଚଣ୍ଡିଗଡ,ଜମ୍ମୁକୁ ମିଳିବ  ବିମାନ ସେବା । ଏନେଇ ପ୍ରକ୍ରିୟା  ଆରମ୍ଭ ହୋଇଯାଇଛି । ସୁରଟ ପାଇଁ  ସ୍ଲଟ ଦେବାକୁ ଏୟାରଲାଇନ୍‌ସକୁ କୁହାଯାଉଛି । ବର୍ତ୍ତମାନ  ସୁଦ୍ଧା ୨୧ଟି ସହରକୁ ଭୁବନେଶ୍ୱର ବିମାନ ବନ୍ଦର ସଂଯୋଗ  କରିଛି ବୋଲି ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ସୁରଟକୁ ଦୀର୍ଘଦିନ ଧରି ବିମାନ ସେବା ପାଇଁ ଦାବି ହୋଇ  ଆସୁଥିଲା । ଏନେଇ ବିମାନ ବନ୍ଦର ପକ୍ଷରୁ ଉଡାଣ ପାଇଁ ପକ୍ରିୟା  ଆରମ୍ଭ ହୋଇଛି । ଫଳରେ ସୁରଟରେ ରହୁଥିବା ଶହ ଶହ ଓଡିଆ  ଏହା ଦ୍ୱାରା ଉପକୃତ ହେବେ । 

ସେହିପରି ଡେରାଡୁନ, ଚଣ୍ଡିଗଡ  ଓ ଜମ୍ମୁକୁ ବିମାନ ସେବା ଆରମ୍ଭ ହେଲେ ପର୍ଯ୍ୟଟକ ଉପକୃତ  ହେବେ । ଓଡିଶା ସିଧାସଳଖ ପର୍ଯ୍ୟଟନ ସହ ଯୋଡି ହୋଇପାରିବ । ନଭେମ୍ବର ୬ରୁ କୋରାପୁଟର ଜୟପୁରକୁ ଦ୍ୱିତୀୟ ବିମାନ  ସେବା ଆରମ୍ଭ ହେବ । ସୋମବାର ଓ ଶୁକ୍ରବାର ଏହି ବିମାନ  ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱରରୁ ସକାଳ ୭.୧୦ରେ  ବିମାନ ଛାଡି ୮.୪୫ରେ ଜୟପୁରରେ ପହଞ୍ଚିବ । ସେଠାରୁ ୯ଟାରେ  ଛାଡି ଭୁବନେଶ୍ୱରରେ ୧୦.୩୫ରେ ପହଞ୍ଚିବ । ଅଗ୍ରଣୀ ବିମାନ  ସେବା ଇଣ୍ଡିଆ ୱାନ୍‌ ପକ୍ଷରୁ ଏହି ସେବା ଯୋଗଇ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.