ପୁରୀ, ୧୮/୧୦: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରୟାସ । ବୃନ୍ଦାବତୀ ନିବାସର ବେସ୍ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି । ତେବେ ଶୁକ୍ରବାର ସୁଦ୍ଧା ସମସ୍ତ ଚୁଡାନ୍ତ ହୋଇସାରିବା ପରେ ଅନ୍ୟମାନଙ୍କୁ ପଞ୍ଜିକରଣ କରି ରଖିବାର ବ୍ୟବସ୍ଥା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଗତକାଲି ଅଣପଞ୍ଜିକୃତ ହବିଷ୍ୟାଳି ପୁରୀରେ ପହଞ୍ଚି ସାରିବା ପରେ ହୋଇଥିଲେ ହନ୍ତସନ୍ତ । ପଞ୍ଜିକରଣ ହୋଇ ନଥିବାରୁ ସେମାନଙ୍କୁ ବୃନ୍ଦାବତୀ ନିବାସ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ଫଳରେ ସାରା ରାତି ଚଉଁରା ନିକଟକରେ କାକରରେ ପଡ଼ି ରହିଥିଲେ ହବିଷ୍ୟାଳି । ପରେ ବୃନ୍ଦାବତୀ ନିବାସ ସମ୍ମୁଖ ରାସ୍ତାରେ ଧାରଣା ମଧ୍ୟ ଦେଇଥିଲେ । ଏଥିରେ କିଛି ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ି ଯଇଥିଲା । ଏସବୁ ପରେ ଏହି ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ । ବୃନ୍ଦାବତୀ ନିବାସର ବେସ୍ମେଣ୍ଟରେ ୧୪୦ଜଣ ହବିଷ୍ୟାଳିଙ୍କ ରହିବା ନେଇ ବ୍ୟବସ୍ଥା କରାଯାଇଛି । ତେବେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସମସ୍ତ ଚୁଡାନ୍ତ ହୋଇସାରିବା ପରେ ଅନ୍ୟମାନଙ୍କୁ ପଞ୍ଜିକରଣ କରି ରଖିବାର ବ୍ୟବସ୍ଥା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।