ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଖେଳୁଥିବା ବେଳେ କେନାଲରେ ପଡି ଶିଶୁ ପୁତ୍ର ମୃତ

ପୁରୀ,୧୩।୧୦ :  ପୁରୀ ଜିଲ୍ଲା ଗୋପ ଥାନା ଅଧିନସ୍ଥ ବସ୍ତି ସାପୁଆ ମହଲରେ ଘରପାଖ କେନାଲରେ ପଡି ଜଣେ ୩ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ଜଣକ ହେଲେ ଗୋପ ବସ୍ତି ସାପୁଆ  ସାହିର ଆୟନ ଖାନ। 

ସୂଚନା ଥାଉକି ସାପୁଆ ସାହିର ସାହାଜାନ୍ ଖାନଙ୍କ ପୁଅ ଆୟନ ଖାନ ରାସ୍ତା ଉପରେ ଖେଳୁଥିବା ବେଳେ ପାଖରେ ଥିବା କେନାଲକୁ ଖସିପଢିଥିଲା। କିଛି ସମୟ ପରେ ପରିବାର ଲୋକ ଖୋଜାଖୋଜି କରିବା ପରେ ଶିଶୁଟି କେନାଲରେ ଭାସୁଥିବା ଦେଖି ଗୋପ ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶିଶୁ ପୁତ୍ରକୁ ହରାଇ ପରିବାର ଭାଙ୍ଗି ପଡିଥିବା ବେଳେ ମହଲା ରେ ଶୋକର ଛାୟା ଖେଳିଯାଇଛି l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.