ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ମମତା ସରକାରଙ୍କୁ ବଡ଼ ଝଟକା, ହାଇକୋର୍ଟ ରଦ୍ଦ କଲେ ୫ ଲକ୍ଷ ଓବିସି ସାର୍ଟିଫିକେଟ୍

କୋଲକାତା,୨୨।୫: କଲିକତା ହାଇକୋର୍ଟରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଝଟକା। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଜାରି ୫ ଲକ୍ଷ ଓବିସି ସାର୍ଟିଫିକେଟ୍କୁ ହାଇକୋର୍ଟ ରଦ୍ଦ କରିଛନ୍ତି। କୁହାଯାଉଛି ଯେ, ଏଥିରେ ବହୁ ସଂଖ୍ୟକ ମୁସଲମାନ ସମ୍ପ୍ରଦାୟର ଲୋକ ଥିଲେ। ବୁଧବାର ଜଷ୍ଟିସ୍ ତପୋବନ ଚକ୍ରବର୍ତ୍ତୀ ଓ ଜଷ୍ଟିସ୍ ରାଜଶେଖର ମନ୍ଥରଙ୍କ ଖଣ୍ଡପୀଠ କହିଛନ୍ତି, ୨୦୧୧ ରୁ କୌଣସି ମାନକ ନିୟମର ପାଳନ ନକରି ରାଜ୍ୟରେ ଓବିସି ସାର୍ଟିଫିକେଟଜ୍ ଜାରି କରାଯାଉଛି।

ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି , ଏଭଳି ଓବିସି ପ୍ରମାଣ ପତ୍ର ଜାରି କରିବା ଅଣସମ୍ବିଧାନିକ। ଏହି ପ୍ରମାଣ ପତ୍ର ପଛୁଆ ବର୍ଗର କମିଶନଙ୍କ ପରାମର୍ଶ ନମାନି ଜାରି କରାଯାଇଛି। ତେଣୁ ସବୁ ପ୍ରମାଣ ପତ୍ରକୁ ରଦ୍ଦ କରି ଦିଆଯାଉଛି। ତେବେ କୋର୍ଟ କହିଛନ୍ତି ଏହି ସମୟରେ ଜାରି ସାର୍ଟିଫିକେଟ୍ର ଆଧାରରେ ଚାକିରୀ ପାଇଥିବା ଲୋକଙ୍କ ଚାକିରୀ ରହିବ। 

ମଇ ୨୦୧୧ ର ପଶ୍ଚିମବଙ୍ଗର ଶାସନ ଭାର ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଦାବି କରୁଥିଲେ ଯେ ତାଙ୍କ ସରକାର ପ୍ରାୟ ସବୁ ମୁସଲମାନଙ୍କୁ ଓବିସି ଶ୍ରେଣୀରେ ଆଣିଛନ୍ତି। ସହମୁସଲମାନ ସମ୍ପ୍ରଦାୟର ବହୁ ଲୋକ ଏହି ସଂରକ୍ଷଣର ଲାଭ ଉଠାଉଛନ୍ତି। ଲୋକସଭା ନିର୍ବାଚନ ପ୍ରଚାର ବେଳେ ମଧ୍ୟ ସେ ବାରମ୍ବାର ଏହାକୁ ଦୋହରାଇଛନ୍ତି, କିନ୍ତୁ ଏବେ ହାଇକୋର୍ଟ କହିଛନ୍ତି, ମମତା ବାନାର୍ଜୀ ସରକାର ୨୦୧୧  ପରେ ଯେଉଁ ପକ୍ରିୟା ଅନୁସାରେ, ଓବିସି ସାର୍ଟିଫିକେଟ୍ ଜାରି କରିଛନ୍ତି, ତାହା ବେଆଇନ ଥିଲା। ହାଇକୋର୍ଟ କହିଛନ୍ତି, ଓବିସି ସୂଚୀରେ ପଛୁଆ ବର୍ଗ କମିଶନ୍ ଅଧିନିୟମ ୧୯୯୩ ଅନୁସାରେ ତିଆରି କରାଯିବା ଦରକାର। ସୁଚୀରେ କେବଳ ସେହି ଜନଜାତିଙ୍କୁ ସାମିଲ କରିହେବ, ଯେଉଁମାନେ ୨୦୧୦ ପର୍ଯ୍ୟନ୍ତ ଓବିସି ସମ୍ପ୍ରଦାୟ ସହିତ ଜଡିତ ଥିଲେ। କୋର୍ଟ କହିଛନ୍ତି, ଏହାପରେ ସୁଚୀରେ ଯୋଡା ଯାଇଥିବା ଜାତିଙ୍କୁ ପ୍ରଥମେ ବିଧାନସଭାରେ ପାସ୍ କରାଯିବା ଦରକାର। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.