ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭାରତମାଳା ରାସ୍ତା ଆଣିବ ବିକାଶ, କୋରାପୁଟ ଆସିବ ବହୁ ଲଘୁ ଉଦ୍ୟୋଗ: ୨୦୨୫ ମାର୍ଚ୍ଚସୁଦ୍ଧା ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ

କୋରାପୁଟ,୧୩/୦୭: କୋରାପୁଟ ଜିଲ୍ଲାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ  ଭାରତମାଳ ପ୍ରକଳ୍ପ । ଏହି ଜାତୀୟ ରାଜପଥ ସମ୍ପୂର୍ଣ୍ଣ ହେଲେ ଏକାଧିକ ଲଘୁ ଉଦ୍ୟୋଗ ଏଠାକୁ  ଆସିବ । ଏଠି ବକ୍ସାଇଟ୍‌ ଓ ଚୁନପଥର ପର୍ଯ୍ୟାପ୍ତ  ପରିମାଣରେ ରହିଛି । ତେଣୁ ଏହି ସମ୍ପର୍କିତ ବହୁ ଉଦ୍ୟୋଗୀ ଆସିବେ । ବହୁ ସିମେଣ୍ଟ୍‌ କମ୍ପାନି  ଏଠାରେ ବ୍ୟବସାୟ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଭଳି ଉଦ୍ୟୋଗ ଆସିଲେ  ଜିଲ୍ଲାର ନିଶ୍ଚିତ ବିକାଶ ହେବ । ଭାରତମାଳା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ପରେ ଏଭଳି କହିଛନ୍ତି  ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ । ଏହି ରାସ୍ତା ହେବ ଏକ ଅର୍ଥନୈତିକ କରିଡ଼ର । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ ହେବ । ଏହି ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା କୋରାପୁଟ ଜିଲ୍ଲାକୁ ବିକାଶ ଛୁଇଁବ ବୋଲି ସେ କହିଛନ୍ତି ।  

ସୂଚନା ଅନୁଯାୟୀ, ଛତିଶଗଡ଼ର  ରାୟପୁରଠାରୁ ଆନ୍ଧ୍ରର ବିଶାଖାପାଟଣାକୁ  ସିଧାସଳଖ ସଂଯୋଗ ପାଇଁ ଭାରତମାଲା ପ୍ରକଳ୍ପ  କାର୍ଯ୍ୟକାରୀ ହେଉଛି । ୧୬ ହଜାର କୋଟି ଟଙ୍କା  ବ୍ୟୟ ଅଟକଳରେ ଏନ୍‌ଏଚ୍‌ଏଆଇ ଦ୍ୱାରା  ଏହାର ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ  ଓଡ଼ିଶାର ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା  ଦେଇ ଯାଉଛି । ରାୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫କିମି ରାସ୍ତା ନିର୍ମାଣ ହେଉଛି ।  ଜଙ୍ଗଲ ରାସ୍ତାରେ ୩୫ମିଟର ଏବଂ ଅଣ ଜଙ୍ଗଲ ରାସ୍ତାରେ ୬୦ ମିଟର ଓସାରିଆ ରାସ୍ତା ନିର୍ମାଣ ହେଉଛି । କୋରାପୁଟରେ ୧୨୪କିମି, ନବରଙ୍ଗପୁରରେ ୧୧୬କିମି, ଛତିଶଗଡ଼ରେ ୧୨୫କିମି ଓ ଆନ୍ଧ୍ରରେ ଶହେ କିମି ରାସ୍ତା ନିର୍ମାଣ  ହେଉଛି । 

କୋରାପୁଟରେ ୪୬ଶହ କୋଟି ଟଙ୍କା  ଓ ନବରଙ୍ଗପୁର ପାଇଁ ୩୧୫୯ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । କୋରାପୁଟ ଓ ନବରଙ୍ଗପୁରର ୮୭୩ ହେକ୍ଟର୍‌ ବେସରକାରୀ  ଜମି, ୩୦୭ ହେକ୍ଟର୍‌ ସରକାରୀ ଏବଂ ୩୬୩  ହେକ୍ଟର୍‌ ଜଙ୍ଗଳ ଜମି ଅଧିଗ୍ରହଣ କରାଯାଇଛି ।  ଓଡ଼ିଶା ପଟୁ ଆନ୍ଧ୍ରକୁ ଯିବା ବେଳେ ଟନେଲ୍‌ କୁନ୍ଦୁଳି  ନିକଟ ବରଜଗାଁଠାରୁ ଆରମ୍ଭ ହୋଇ କାନ୍ଦିଲିଠାରେ  ଶେଷ ହେବ । ସେହିପରି ଆନ୍ଧ୍ର ପଟୁ ଆସୁଥିବା  ଟନେଲ୍‌ ରାସ୍ତା କୁରାଲିଠାରୁ ଆରମ୍ଭ ହୋଇ ସୁଙ୍କି  ପଞ୍ଚାୟତ ଅମପାବାଲିରେ ଶେଷ ହେବ । କାମ  ସରିଲେ କୋରାପୁଟରୁ ବିଶାଖାପାଟଣାକୁ ପ୍ରାୟ  ଅଢ଼େଇ ଘଣ୍ଟାରେ ପହଞ୍ଚି ହେବ ।  

ଇଂ.ସୁନୀଲ୍‌ ବିଶ୍ୱାଳ କହିଛନ୍ତି, ଏହି  ରାସ୍ତା କୋରାପୁଟ ଜିଲ୍ଲା ପାଇଁ ଏକ ଅର୍ଥନୈତିକ  କରିଡର କହିଲେ ଅତ୍ୟୁକ୍ତି ହେବ ନାହିଁ ।  ଏହାଦ୍ୱାରା ଛତିଶଗଡ଼ ଓ ଆନ୍ଧ୍ରକୁ ଦୂରତା  କମିବ । ଗମନାଗମନ କ୍ଷେତ୍ରରେ ଲୋକେ ସମସ୍ତ  ସୁବିଧା ପାଇବେ । ଖଣିଖାଦାନ ଭରା ଜିଲ୍ଲା ଏକ  ପ୍ରକାର ବିକାଶ ଦିଗକୁ ଉନ୍ନୀତ ହେବ । ଡ.ପିସି  ମହାପାତ୍ର କହିଛନ୍ତି, ଏହି ରାସ୍ତା ଯୋଗୁ ଓଡ଼ିଶା  ସହ ଛତିଶଗଡ଼ ଓ ଆନ୍ଧ୍ର ସହ ବିଭିନ୍ନ କ୍ଷେତ୍ରରେ  ସମ୍ପର୍କ ବଢ଼ିବ । ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।  ଜିଲ୍ଲାରେ ବେକାର ଯୁବକଯୁବତୀ ନିଯୁକ୍ତି ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.