ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବିଏମ୍‌ସିରେ ସାମାଜିକ ସୁରକ୍ଷା ଯୋଜନା ବାଟବଣା: ହଜାରେ ଟଙ୍କା ଭତ୍ତା ପାଇଁ ୫ ଶହ ଖର୍ଚ୍ଚ

ବ୍ରହ୍ମପୁର,୧୮/୦୭: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଧାଇଁ ଧାଇଁ ଥକି ପଡ଼ିଲେଣି । ଜଣେ ଅଧିକାରୀଙ୍କ ପାଖକୁ ଗଲେ ସେ ଅନ୍ୟ ଜଣକୁ ଦେଖାଉଛନ୍ତି। ହଜାରେ ଟଙ୍କା ପାଇବା ପାଇଁ ୫ ଶହ ଟଙ୍କା ଗାଡ଼ି  ଖର୍ଚ୍ଚ ଲାଗି ଯାଉଛି । କିଛି ହିତାଧିକାରୀ ୩ ମାସ ହେଲା ମୂଳରୁ ଟଙ୍କାଟିଏ ପାଇ ନାହାନ୍ତି। କିନ୍ତୁ  ଟଙ୍କା ପାଇଁ ବିଏମସିକୁ ଯିବା ଆସିବାରେ ଶହ ଶହ ଟଙ୍କା ଖର୍ଚ୍ଚ କରି ସାରିଲେଣି । ଜଣେ ଜଣକୁ  ଦେଖାଇବା ପରେ ଶେଷରେ ଆସନ୍ତା ମାସକୁ ଟଙ୍କା ନେବା ପାଇଁ ଆସିବାକୁ କହୁଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ବାରମ୍ବାର ଭତ୍ତା ପ୍ରଦାନ କରାଯାଉଥିବା କେନ୍ଦ୍ର ସମେତ ବ୍ୟାଙ୍କ, ବିଏମସିକୁ ଧାଇଁ ନୟାନ୍ତ ହେଉଛନ୍ତି ବୟସ୍କ ଓ ଭିନ୍ନକ୍ଷମ । 

ବ୍ରହ୍ମପୁର ମହାନଗର ନିଗମରେ ସାମାଜିକ  ସୁରକ୍ଷା ଭତ୍ତା ପ୍ରଦାନରେ ଅବ୍ୟବସ୍ଥା ଅଭିଯୋଗ  ହୋଇଛି । ପ୍ରତିମାସରେ ଭତ୍ତା ଟଙ୍କା ମିଳି ନଥିବା ଅଭିଯୋଗ ନେଇ ବିଏମସିରେ ଧାଡ଼ି  ଲମ୍ବୁଛି । କିଛି ମାସ ହେଲା ନିଗମରେ ଏହିପରି  ଅବ୍ୟବସ୍ଥା ଅଭିଯୋଗ ହୋଇଛି । ଏହାକୁ ନେଇ ପ୍ରତି ପରିଷଦ ବୈଠକରେ ନିର୍ବାଚିତ  ପ୍ରତିନିଧିମାନେ ପ୍ରଶ୍ନ କରୁଛନ୍ତି ଓ ସମାଧାନ  କରିବାକୁ ନିର୍ଦ୍ଦେଶ ହେଉଛି । କିନ୍ତୁ ପରବର୍ତ୍ତୀ ସମୟରେ ଫଳ ଶୂନ । ସମସ୍ୟା କେଉଁଠି ରହିଛି  ସମସ୍ତ ଅଧିକାରୀ ଜାଣି ମଧ୍ୟ ଚୁପ୍‌ ।  

ସୂଚନା ପ୍ରକାରେ, ୨୦୧୭ ମସିହାରେ ଭତ୍ତା  ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ  ସରକାରଙ୍କ ପକ୍ଷରୁ ଡିଜିଟାଲ ମୋଡରେ ସେବା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।  ଏଥି ନିମନ୍ତେ ଆଇସିଆଇସିଆଇ ବ୍ୟାଙ୍କ ସହ  ଅନୁବନ୍ଧିତ ଏକ ଘରୋଇ ସଂସ୍ଥାକୁ ନିୟୋଜିତ  କରାଗଲା । ଉକ୍ତ ସଂସ୍ଥା ସମସ୍ତ ହିତାଧିକାରୀଙ୍କ  ନୂତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ତାହା  ଜରିଆରେ ଟଙ୍କା ପ୍ରଦାନ ଆରମ୍ଭ କରିଥିଲେ ।  

ଧିରେ ଧିରେ ସେଥିରେ ସମସ୍ୟା ଦେଖା ଦେବା  ସହ ବିଭିନ୍ନ ସମୟରେ ଲୋକଙ୍କ ଖାତାକୁ ଟଙ୍କା  ଆସିଲାନି ତ କେବେ ଟିପ ଚିହ୍ନ ନମିଶିବାରୁ ଟଙ୍କା  ପାଇବାରୁ ହିତାଧିକାରୀ ବଞ୍ଚିତ ହେଉଥିଲେ ।  ଏହାକୁ ସରଳ କରିବା  ପାଇଁ ୨୦୧୯ରେ ନିଗମ  ପକ୍ଷରୁ କିଛି ହିତାଧିକାରୀଙ୍କ  ନିଜସ୍ୱ ବ୍ୟାଙ୍କ ଖାତାକୁ  ସଂଯୋଗ କରି ଟଙ୍କା  ପଠାଗଲା । ପରବର୍ତ୍ତୀ  ସମୟରେ ସେଥିରେ ମଧ୍ୟ  ସମସ୍ୟା ଦେଖାଦେଲା ।  ୨୦୨୧ରେ ପୁଣି ନିଗମ  ପକ୍ଷରୁ ପୋଷ୍ଟାଲ ଆକାଉଣ୍ଟ ଖୋଲି କିଛି  ଦିନ ଡାକ ଘର ସାହାଯ୍ୟରେ ଟଙ୍କା ପ୍ରଦାନ  କରାଗଲା । ପୁଣି ତାହାକୁ ବନ୍ଦ କରାଗଲା ।  

ବର୍ତ୍ତମାନ ପୁରୁଣା ଢାଞ୍ଚାରେ ନିଗମ କର୍ମଚାରୀ  ଟଙ୍କା ପ୍ରଦାନ କରୁଥିବା ବେଳେ ତାଙ୍କ ସହ  କିଛି ହିତାଧିକାରୀଙ୍କୁ ବ୍ୟାଙ୍କ୍‌ କର୍ମଚାରୀ ଟଙ୍କା  ପ୍ରଦାନ କରୁଛନ୍ତି । ତଥାପି ଭତ୍ତା ଟଙ୍କା ପାଇବାରୁ  ବଞ୍ଜିତ ହେଉଛନ୍ତି ହିତାଧିକାରୀ । ସେହିପରି  କୌଣସି ନିର୍ଦ୍ଧିଷ୍ଟ ତାରିଖରେ ଟଙ୍କା ମିଳୁ  ନଥିବାରୁ ହିତାଧିକାରୀ ପ୍ରତି ମାସରେ ହଇରାଣ  ହେଉଛନ୍ତି । ନିଗମ କର୍ମଚାରୀ ମଧୁବାବୁ ପେନସନ ଯୋଜନାରେ ଟଙ୍କା ପ୍ରଦାନ କରୁଥିବା ବେଳେ  ସମସ୍ତ ହିତାଧିକାରୀ ଠିକ ସମୟରେ ଭତ୍ତା  ପାଉଛନ୍ତି । କିନ୍ତୁ ବ୍ୟାଙ୍କ୍‌ ଜାତୀୟ ବୟସ୍କ ଭତ୍ତା  ଯୋଜନା(ଆଇଜିଏନଓପି) ରେ ପ୍ରଦାନ  କରୁଥିବା ହିତାଧିକାରୀଙ୍କୁ ଠିକ ସମୟରେ  ଟଙ୍କା ମିଳୁ ନାହିଁ ।  କିଛି ହିତାଧିକାରୀ  ମାସ ମାସ ଧରି ଟଙ୍କା  ପାଇଁ ବିଏମସିକୁ ଯାଇ  ଫେରୁଛନ୍ତି । ବର୍ତ୍ତମାନ  ବ୍ୟାଙ୍କ ଆକାଉଣ୍ଟକୁ ଦୁଇଟି  ପ୍ରକ୍ରିୟାରେ ସରକାର  ଟଙ୍କା ପଠାଉଛନ୍ତି ।  

କେବେ ଆକାଉଣ୍ଟ ନମ୍ବର  ଜରିଆରେ ପଠାଉଛନ୍ତି ତ କେବେ ଆଧାର  ନମ୍ବର ଜରିଆରେ ଟଙ୍କା ପଠାଉଛନ୍ତି । ଫଳରେ  ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଆକାଉଣ୍ଟକୁ  ଟଙ୍କା ଯାଉଛି । ଯାହାି ହିତାଧିକାରୀ ଜାଣି ପାରୁ  ନାହାନ୍ତି । ଶେଷ ଥର ଆଧାରକାର୍ଡ ଯେଉଁ  ଆକାଉଣ୍ଟ ସହ ସଲଗ୍ନ ହୋଇଥାଏ, ଆଧାର  ଜରିଆରେ ଟଙ୍କା ପଠାଇଲେ ସେହି ଆକାଉଣ୍ଟକୁ  ଯାଉଛି । ଯାହାଦ୍ୱାରା ଭତ୍ତା ଟଙ୍କା ପାଇବାରେ  ହିତାଧିକାରୀ ସମସ୍ୟାର ସମ୍ମୁଖୀନ ହେଉଥିବା  ନିଗମ ଦାୟିତ୍ୱରେ ଥିବା ସାମାଜିକ ସୁରକ୍ଷା  ଅଧିକାରୀ ମନୋଜ ପ୍ରଧାନ କହିଛନ୍ତି ।  

ତିନି ମାସ ହେଲା ଭତ୍ତା ଟଙ୍କା ମିଳି  ନାହିଁ । ୱାର୍ଡରେ ଟଙ୍କା ଦେଉଥିବା ସମୟରେ  ଯାଇ ବାରମ୍ବାର ଫେରୁଛି । ପଚାରିଲେ ତୁମ  ଆକାଉଣ୍ଟକୁ ଟଙ୍କା ଆସି ନାହିଁ ବୋଲି କର୍ମଚାରୀ  କହୁଛନ୍ତି । ଦେହ ଅସୁସ୍ଥ ଥିବାରୁ ବିଏମସିକୁ  ଯାଇ ପାରୁନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.