ପ୍ରମୂଖ ଖବର
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଏବେବି ଭୟରେ ଦଙ୍ଗା ପ୍ରଭାବିତ ବଙ୍ଗୀୟ ପରିବାର: କହିଲେ,"ସ୍ଥାୟୀ କେନ୍ଦ୍ରୀୟ ବାହିନୀ ଶିବିର ଚାହୁଁଛି"

Published By : Prameya | April 15, 2025 7:13 PM

Image source: NDTV

ମୁର୍ଶିଦାବାଦ,୧୫/୦୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱାକଫ ସଂଶୋଧନ ଆଇନ ବିରୋଧରେ ହୋଇଥିବା ପ୍ରତିବାଦ ହିଂସାତ୍ମକ ରୂପ ନେବାର କିଛି ଦିନ ମଧ୍ୟରେ ଏବେ ଲୋକେ ଆତଙ୍କିତ ହେବାରେ ଲାଗିଛି। ହିଂସାରେ ତିନି ଜଣଙ୍କର ମୃତ୍ୟୁ ଏବଂ ଅନେକଙ୍କ ସମ୍ପତ୍ତି ନଷ୍ଟ ହେବା ପରେ ଏବେ ପ୍ରଭାବିତ ଅଞ୍ଚଳର ଲୋକମାନେ ଏବେ ଅନ୍ୟତ୍ର ପଳାଇଯିବାକୁ ଚାହୁଁଛନ୍ତି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ, କେନ୍ଦ୍ରୀୟ ବାହିନୀ ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ହିଂସା ପ୍ରଭାବିତ ଅଞ୍ଚଳଗୁଡ଼ିକ ସ୍ୱାଭାବିକ ଅବସ୍ଥାକୁ ଫେରିବାରେ ଲାଗିଛି। କିନ୍ତୁ ସ୍ଥାନୀୟ ବାସିନ୍ଦାମାନେ ଏବେ ବି ଏହି ହିଂସାତ୍ମକ ପରିସ୍ଥିତି ଭିତରେ ରହିଛନ୍ତି ଏବଂ ସେମାନଙ୍କ ଅଞ୍ଚଳରେ ସ୍ଥାୟୀ କେନ୍ଦ୍ରୀୟ ବାହିନୀ ଶିବିର ସ୍ଥାପନ ପାଇଁ ଚାହୁଁଛନ୍ତି।

ହିଂସା ପ୍ରଭାବିତ ଧୂଲିଆନ୍ ଅଞ୍ଚଳର ବାସିନ୍ଦା ଖୁସ୍‌ବୁ ଦାସ ସମ୍ବାଦ ସରବରାହ ସଂସ୍ଥା ଏଏନ୍‌ଆଇ ସହିତ ଆଲୋଚନା କରିଛନ୍ତି। ଦଙ୍ଗାକାରୀମାନେ ଆମର କିରାଣା ଦୋକାନ ପୋଡ଼ି ଦେଇଛନ୍ତି। ସେମାନେ ଆମ ଘର ଭିତରେ ନିଆଁ ଲଗାଇ ଦେଇଛନ୍ତି। ଆମେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଫୋନ୍ କରି ଚାଲିଥିଲୁ, କିନ୍ତୁ କେହି ଫୋନ୍ ଉଠାଇ ନଥିଲେ। ସେମାନେ ଆମ ଘର ଲୁଟି ନେଇଥିଲେ ଏବଂ ମହିଳାଙ୍କ ସହିତ ଅସଦାଚରଣ କରିଥିଲେ। ଆମେ ଏଠାରେ (ବିଏସଏଫର) ଏକ ସ୍ଥାୟୀ ଶିବିର ଚାହୁଁଛୁ ଯାହା ଦ୍ଵାରା ଏପରି ହିଂସାର ଯେପରି ଆଉ ପୁନରାବୃତ୍ତି ନହୁଏ। ଆମେ ଏଠାରେ ଶାନ୍ତିରେ ରହିବାକୁ ଚାହୁଁଛୁ।"

ଧୂଲିଆନ୍ ବାସିନ୍ଦା ପ୍ରଜକ୍ତା ଦାସ ଏଏନ୍‌ଆଇକୁ କହିଛନ୍ତି ଯେ 'ପରିସ୍ଥିତି ଏବେ ବି ଭୟଙ୍କର। "ଆମେ ଶାନ୍ତି, ସୁରକ୍ଷା ଏବଂ ଏହାର ସମାଧାନ ଚାହୁଁଛୁ। ଆମେ ଏଠାରେ କେନ୍ଦ୍ରୀୟ ବାହିନୀର ଏକ ସ୍ଥାୟୀ ଶିବିର ଚାହୁଁଛୁ। କେନ୍ଦ୍ରୀୟ ବାହିନୀ ଏହି ଅଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ଏଠାରେ କ'ଣ ଘଟିଛି ତାହା ଦେଖିଛନ୍ତି।" ପଶ୍ଚିମବଙ୍ଗର ସିଆରପିଏଫ୍‌ ଇନ୍ସପେକ୍ଟର ଜେନେରାଲ ବୀରେନ୍ଦ୍ର କୁମାର ଶର୍ମା କହିଛନ୍ତି ଯେ ଜିଲ୍ଲାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ କିନ୍ତୁ ନିୟନ୍ତ୍ରଣରେ ଅଛି। ସେ କହିଛନ୍ତି ଯେ 4 RAF କମ୍ପାନୀ ସମେତ ୮ଟି ସିଆରପିଏଫ୍‌ କମ୍ପାନୀ ଏହି ଅଞ୍ଚଳରେ ମୁତୟନ କରାଯାଇଛି।'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.