ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଅନଲାଇନ ସପିଙ୍ଗ ସଂସ୍ଥାରୁ ଠକାମିର ଶିକାର ହେଲେ ଆଇନଜିବୀ, ୨୦ହଜାର ଟଙ୍କାର ଘଣ୍ଟା ବଦଳରେ ମିଳିଲା ସାବୁନ

ଭୁବନ,୨୦/୦୭: ଅନଲାଇନ ସପିଙ୍ଗ ସଂସ୍ଥା ମିନ୍ତ୍ରା ଆପ୍‌ରୁ ଠକାମିର ଶିକାର ହେଲେ ଆଇନଜିବୀଙ୍କ ପତ୍ନୀ । ୨୦ହଜାର ଟଙ୍କାର ବ୍ରାଣ୍ଡେଡ୍‌ ଘଣ଼୍ଟା ବଦଳରେ ମିଳିଲା ସାବୁନ । ଲିଗାଲ୍‌ ନୋଟିସ ପଠାଇଲେ ଆଇନଜିବୀ।

ସୂଚନା ଅନୁଯାୟୀ, ଆଶୁତୋଶ ମିଶ୍ର ଭୁବନ ବ୍ଲକର ଗବଗୋଡା ଗ୍ରାମର ହାଇକୋର୍ଟର ଆଇନଜିବୀ । ତାଙ୍କ ପତ୍ନୀ ଶ୍ୱାତି ସୁଚରିତା ମିଶ୍ର ତାଙ୍କୁ ବିବାହ ବାର୍ଷିକର ଉପହାର ଦେବାପାଇଁ ମନସ୍ଥ କରିଥିଲେ । ସେଥିପାଇଁ ସେ ଜୁନ୍‌ ୧୫ ତାରିଖରେ ମିନ୍ତ୍ରା ଆପ୍‌ରୁ ୨୦ ହଜାର ଟଙ୍କାର ଫସିଲ୍‌ ବ୍ରାଣ୍ଡ୍‌ର ହାତଘଣ୍ଟା ଅର୍ଡର କରିଥିଲେ । ଏହାର ପେମେଣ୍ଟ ମଧ୍ୟ କରିଥିଲେ । କିନ୍ତୁ ପ୍ୟାକେଟ୍‌ରୁ ଘଣ୍ଟା ବଦଳରେ ବାହାରିଲା ସାବୁନ। ଫଳରେ ମିନ୍ତ୍ରା ଆପ୍‌ର କଷ୍ଟମର କେୟାରକୁ ବାରମ୍ବାର କଲ୍‌ କରିଥିଲେ ଦମ୍ପତ୍ତି । ହେଲେ ଏହି ସଂସ୍ଥା ବାରମ୍ବାର ଆଜିକାଲି ଠକି ଚାଲିଥିବା ଦେଖିବାକୁ ମିଳିଛି  । ତେବେ ଆସୁତୋଷ ମିଶ୍ର ଏନେଇ ମିନ୍ତ୍ରାକୁ ଏକ ଲିଗାଲ ନୋଟିସ ପଠାଇଛନ୍ତି। ଏଥି ସହିତ ଡେଲିଭରୀ ସମୟରେ ଡେଲିଭରୀ ବୟ ସମ୍ମୁଖରେ ପ୍ୟାକେଟ ଖୋଲି ଜାଞ୍ଚ କରିବାକୁ ଗ୍ରାହକଙ୍କୁ ଅନୁରୋଧ କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.