ପ୍ରମୂଖ ଖବର
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଆଜି ଭଙ୍ଗା ହେବ ବୈକୁଣ୍ଠ ଧାମ, ଆଶ୍ରମ ଆଗରେ କଡ଼ା ସୁରକ୍ଷା ବ୍ୟବସ୍ଥା

Published By : Prameya | January 17, 2025 7:30 AM

ଭୁବନେଶ୍ୱର,୧୭/୦୧: ସାଧାରଣ  ପ୍ରଶାସନକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦେଇଥିବା  ଏକ ମିଛ ଚିଠି ପ୍ରସ୍ତୁତ କରି ହାଇକୋର୍ଟରେ  ଦାଖଲ କଲେ । ହାଇକୋର୍ଟ ସାଧାରଣ ପ୍ରଶାସନକୁ  ଜବାବ ମାଗିବା ପରେ ସତ ଧରାପଡ଼ିଗଲା । ଏହି  ସାଂଘାତିକ କେଳେଙ୍କାରୀର ଗୁମର ଫିଟିବା ପରେ  ହାଇକୋର୍ଟ କ୍ଷୁବ୍ଧ ହେଲେ । ରିହାତଦେଶ ହଟାଇବା  ପରେ ଶୁକ୍ରବାର ଖଣ୍ଡଗିରି ବୈକୁଣ୍ଠ ଧାମରେ ବୁଲ୍‌ଡୋଜର ବୁଲିବ । ଏନେଇ ଗୁରୁବାର ବିଡିଏ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି ।  

ବୈକୁଣ୍ଠ ଧାମ ଉଚ୍ଛେଦରୁ ହାଇକୋର୍ଟ ଶୁକ୍ରବାର  ରିହାତଦେଶ ଉଠାଇବା ପରେ ବିଡିଏ ପକ୍ଷରୁ ଏକ  ବୈଠକ ବସିଥିଲା । ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ  ମନିଟରିଂ କମିଟି (ସିଇଏମ୍‌ସି) ପକ୍ଷରୁ ବସିଥିବା  ଏହି ବୈଠକରେ, ସାଧାରଣ ପ୍ରଶାସନ, ବିଏମ୍‌ସି,  ପୁଲିସ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।  ଶୁକ୍ରବାର ସକାଳ ୧୧ଟାରେ ବୈକୁଣ୍ଠ ଧାମ  ଭାଙ୍ଗିବାକୁ ସମୟ ଧାର୍ଯ୍ୟ ହୋଇଛି । ଏଥିପାଇଁ ଆବଶ୍ୟକୀୟ ପୁଲିସ ଫୋର୍ସ ଯୋଗାଇ ଦେବାକୁ  ବିଡିଏ ଭୁବନେଶ୍ୱର ଡିସିପିଙ୍କୁ ଅବଗତ କରାଇଛି ।  

ଗୁରୁବାର ବିଡିଏ ପକ୍ଷରୁ ବୈକୁଣ୍ଠ ଧାମକୁ ଏକ  ନୋଟିସ ଜାରି କରାଯାଇଛି । ନୋଟିସ ମୁତାବକ  ଆଜି ରାତି ସୁଦ୍ଧା ଆଶ୍ରମ ଖାଲି କରିବାକୁ ନିର୍ଦ୍ଦେଶ  ଦିଆଯାଇଛି । ସେପଟେ ନୋଟିସ ପାଇବା ପରେ  ଆଜି ଆଶ୍ରମ ପରିସର ଖାଁ ଖାଁ ରହିଥିଲା । ଆଶ୍ରମ  ଆଗରେ ଭକ୍ତଙ୍କ ଦେଖା ନଥିଲା । ଖଣ୍ଡଗିରି ଠାରେ  ବୈକୁଣ୍ଠନାଥ ଧାମ ପ୍ରାୟ ୧୪୦ ଡିସିମିଲ ସରକାରୀ  ଜାଗାକୁ ଜବରଦଖଲ କରି ରଖିଥିଲା । ଗତ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ  ଭୁବନେଶ୍ୱର ତହସିଲର ମିଳିତ ଟିମ୍‌ ଆଶ୍ରମରେ  ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮  କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ  ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା  ଦର୍ଶାଇଥିଲା । ଏହା ପରେ ଭାଙ୍ଗିବାକୁ ଦିନ ସ୍ଥିର  ହୋଇଥିଲା । ଏନେଇ ଆଶ୍ରମ କର୍ତ୍ତୃପକ୍ଷ ତା  ପୂର୍ବଦିନ ତରବରିଆ ଭାବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହେଲେ ଯେଉଁ ଚିଠି ଦେଇଥିଲେ,  ତାହା ସମ୍ପୂର୍ଣ୍ଣ ଭାବେ ଜାଲ୍‌ ବୋଲି ଜଣାପଡ଼ିଥିଲା ।  

ଆଶ୍ଚର୍ଯ୍ୟର ବିଷୟ ହାଇକୋର୍ଟ ୬ ଦିନ ତଳୁ  ଭାଙ୍ଗିବାକୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ବିଡିଏ  ରହସ୍ୟଜନକ ଭାବେ ଚୁପ ବସିଥିଲା । ଏନେଇ ଗଣମାଧ୍ୟମରେ ଘନ ଘନ ଖବର ପ୍ରସାରଣ  ପରେ ଗୁରୁବାର ବିଡିଏ ନୋଟିସ ଜାରି କରିବା  ସହ ଶୁକ୍ରବାର ଭାଙ୍ଗିବାକୁ ଦିନ ସ୍ଥିର କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.