ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କେବଳ ଏ‌ଟିଏମ୍‌ ନୁହେଁ...ଚେକ୍‌ବୁକ୍‌ ଠାରୁ ନେଇ ଟ୍ରାଞ୍ଜାକ୍ସନ୍‌ ପର୍ଯ୍ୟନ୍ତ ଏମିତି ଆପଣଙ୍କ ପକେଟ ଖାଲି କରୁଛନ୍ତି ବ୍ୟାଙ୍କ

Published By : Soubhagya Ranjan | March 26, 2025 9:51 AM

ନୂଆଦିଲ୍ଲୀ,୨୬/୦୩: ବ୍ୟାଙ୍କକୁ ଯିବାବେଳେ, ଆମେ ଭାବୁ ଯେ ଓଃ ବ୍ୟାଙ୍କ କେତେ ଭଲ ଅନୁଷ୍ଠାନ ଯାହା ଆମକୁ ଉତ୍କୃଷ୍ଟ ସୁବିଧା ଯୋଗାଉଛି ଏବଂ ଏଥିପାଇଁ କିଛି ଚାର୍ଜ କରୁ ନାହିଁ। ଯଦି ଆପଣଙ୍କ ମନରେ ଏମିତି କିଛି ଧାରଣା ଅଛି ତେବେ ସତର୍କ ହୋଇଯାଆନ୍ତୁ। ବାସ୍ତବରେ, ବ୍ୟାଙ୍କ କେବଳ ଋଣ ଉପରେ ସୁଧ ଆଦାୟ କରି ଆପଣଙ୍କଠାରୁ ରୋଜଗାର କରେ ନାହିଁ ବରଂ ବ୍ୟାଙ୍କ ଆପଣଙ୍କର ଅଳଙ୍କାର ଏବଂ ଟଙ୍କା ରଖିବା ପାଇଁ ମଧ୍ୟ ଫି ଆଦାୟ କରନ୍ତି। ଏଟିଏମ୍ କାରବାର ଏବଂ ବାଲାନ୍ସ ଯାଞ୍ଚ ପାଇଁ ଦେୟ ବୃଦ୍ଧି କରିବାକୁ ନିକଟରେ ଆରବିଆଇ ଏନ୍‌ପିସିଆଇକୁ ଅନୁମୋଦନ ଦେଇଛି। ଏହି ଚାର୍ଜଗୁଡିକ ୧ ମେ ୨୦୨୫ ଠାରୁ ସମଗ୍ର ଦେଶରେ ଲାଗୁ ହେବ। ସୂଚନାଥାଉକି ଏହି ଚାର୍ଜ ତ କିଛି ନୁହେଁ ବରଂ ଚେକ୍ ବୁକ୍ ଟ୍ରାଞ୍ଜାକ୍ସନ୍‌ ଏବଂ ସର୍ବନିମ୍ନ ଟଙ୍କା ନ‌ଥିଲେ ବ୍ୟାଙ୍କ ଆପଣଙ୍କ ଠାରୁ ଆପେ ଦେୟ ଟାଣିନିଏ। ଆସନ୍ତୁ ଜାଣିବା ବିସ୍ତୃତ ଭାବରେ ଏ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା...

ଏଟିଏମ୍‌ ଟ୍ରାଞ୍ଜାକ୍ସନ୍‌ରେ ପଡ଼ିବ ଚାର୍ଜ: 

ଯଦି ଆପଣ ନିଜର ଆକାଉଣ୍ଟ ଥିବା ଘରୋଇ ବ୍ୟାଙ୍କର ଏଟିଏମ ବଦଳରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଉଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଅତିରିକ୍ତ ୧୭ ଟଙ୍କା ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ଏହା ୧୯ ଟଙ୍କା ହୋଇସାରିଛି। ଏହା ପୂର୍ବରୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ବାଲାନ୍ସ ଯାଞ୍ଚ କରିବା ପାଇଁ ଜଣଙ୍କୁ ୬ ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ଏହା ୭ ଟଙ୍କା କରିଦିଆଯାଇଛି।

ଚେକ୍‌ ବୁକ୍‌ ପାଇଁ ବ୍ୟାଙ୍କ ଚାର୍ଜ: 

ଯଦି ଆପଣ ଏକ ସେଭିଂ ଆକାଉଣ୍ଟ ଖୋଲିଛନ୍ତି, ଆପଣଙ୍କୁ ୧୦ ଟି ଚେକ୍ ର ଏକ ମାଗଣା ଚେକ୍ ବୁକ୍ ଦିଆଯାଉଛି। ଏଥି ସହିତ, ବ୍ୟାଙ୍କଗୁଡିକ ସେମାନଙ୍କ ନାଁ ସହିତ ଆସୁଥିବା ଚେକ୍ ବୁକ୍ ପାଇଁ ବିଭିନ୍ନ ଶୁଳ୍କ ଆଦାୟ କରନ୍ତି, ଯେଉଁଥିରେ କିଛି ବ୍ୟାଙ୍କ ପ୍ରଥମ ୧୦ ରୁ ୨୦ ଚେକ୍ ମାଗଣାରେ ଏବଂ ଅବଶିଷ୍ଟ ଚେକ୍ ପାଇଁ ସେମାନେ ଚେକ୍ ପିଛା ୨୦ ଟଙ୍କା ଚାର୍ଜ କରନ୍ତି। ଯଦି ଆମେ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ ବିଷୟରେ କଥା ହେଉ, ତେବେ ୨୫ ଚେକର ଏକ ଚେକ୍ ବୁକ୍ ପାଇଁ ଏହା ୭୫ ଟଙ୍କା ଚାର୍ଜ କରିଥାଏ। ଯଦି ଆମେ କରେଣ୍ଟ ଆକାଉଣ୍ଟ୍ ବିଷୟରେ କହିବା, ତେବେ ଶହେ ଚେକ୍‌ ବିଶିଷ୍ଟ ଚେକ୍ ବୁକ୍ ପାଇଁ ଚାର୍ଜ ୫୦୦ ରୁ ୭୦୦ ଟଙ୍କା ହୋଇଯାଏ। 

ଟ୍ରାଞ୍ଜାକ୍ସନ୍‌ ପାଇଁ ବ୍ୟାଙ୍କ ଚାର୍ଚ: 

ଚେକ୍ ବୁକ୍ ପରି ବ୍ୟାଙ୍କଗୁଡିକର ଭିନ୍ନ ଟ୍ରାଞ୍ଜାକ୍ସନ୍‌ ଚାର୍ଜ ରହିଛି। ଯାହା ସର୍ବନିମ୍ନ ଟଙ୍କା ବଜାୟ ରଖିବା ପାଇଁ ପ୍ରଯୁଜ୍ୟ। ଯଦି କାହାର ଆକାଉଣ୍ଟରେ ବାଲାନ୍ସ ୫୦୦୦ କିମ୍ବା ୧୦୦୦୦ ରୁ କମ୍‌ ଥାଏ, ତେବେ ବ୍ୟାଙ୍କ ୩୦୦ ରୁ ୫୦୦ ଟଙ୍କା କଟିବ। ଏହା ବ୍ୟତୀତ ବ୍ୟାଙ୍କଗୁଡିକ ବାର୍ଷିକ ୫ ରୁ ୨୫ ଟଙ୍କା ମଧ୍ୟ ଏସଏମଏସ ଆଲର୍ଟ ପାଇଁ ଚାର୍ଜ କରନ୍ତି।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.