ନୂଆଦିଲ୍ଲୀ : ବାଂଲାଦେଶର ରାଜନୀତି ଏକ ନୂଆ ମୋଡ ନେଇଛି। ନିର୍ବାଚନ କମିଶନ ଘୋଷଣା କରିଛନ୍ତି କି ଡିସେମ୍ୱର ସୁଦ୍ଧା ସାଧାରଣ ନିର୍ବାଚନ କରାଯିବ, ଯେଉଁଥିରେ ପଲଟିକାଲ ସର୍କଲ ସରଗରମ୍ ହୋଇ ଉଠିଛି। ଏହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ଯେ, ଅନ୍ତରୀଣ ସରକାରର ପ୍ରମୁଖ ମହମ୍ମଦ ୟୁନିସ୍ଙ୍କୁ କଣ ଶେଷରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ( ବିଏନପି)ର ଶୀଘ୍ର ନିର୍ବାଚନର ଦାବି କରିବାକୁ ପଡ଼ିବ କି ? ଏହି ମଧ୍ୟରେ ,ସଂଯୁକ୍ତ ରାଷ୍ଟ୍ର ଓ ୟୁରୋପୀୟ ସଂଘ ସମେତ ୧୭ଟି ପଶ୍ଚିମ ଦେଶର କୂଟନୀତିଜ୍ଞଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ନିର୍ବାଚନ କମିଶନର ଅବୁଲ ଫଜଲ ମହମ୍ମଦ ସନାଉଲ୍ଲାହ ସ୍ପଷ୍ଟ କରିଛନ୍ତି ଯେ, ରାଷ୍ଟ୍ରୀୟ ନିର୍ବାଚନର ପ୍ରସ୍ତୁତି ଜିରୋରେ ରହିଛି।
ଶେଖ୍ ହସିନା କଣ ପୁଣି କ୍ଷମତାକୁ ଫେରିବେ ?
ଏହି ଘଟଣାକ୍ରମ ଏମିତି ସମୟରେ ହେଉଛି ,ଯେଉଁ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାର୍ଟି ଅୱାମୀ ଲିଗ୍ କ୍ଷମତା ଚ୍ୟୁକ୍ତ ହୋଇ ସାରିଛି। ଅଗଷ୍ଟ ୨୦୨୪ରେ ଆଣ୍ଟି –ଡିସ୍କ୍ରିମିନେସନ ଷ୍ଟୁଡେଣ୍ଟ ମୁଭମେଣ୍ଟର ନେତୃତ୍ୱରେ ହୋଇଥିବା ବିଦ୍ରୋହ ହସିନା ସରକାରଙ୍କୁ ଖସାଇ ଦେଇଥିଲା, ଏହାପରେ ମହମ୍ମଦ ୟୁନୁସ୍ଙ୍କ ଅନ୍ତରୀଣ ସରକାର କ୍ଷମତାକୁ ଆସିଛି। ୟୁନୁସ୍ ପୂର୍ବରୁ ହିଁ ଦୁଇଟି ନିର୍ବାଚନ ତାରିଖ କଥା କହିଥିଲେ , କିନ୍ତୁ ଏବେ ସ୍ପଷ୍ଟ ସଙ୍କେତ ଯେ, ପ୍ରଥମ ବିକଳ୍ପ , ଅର୍ଥାତ୍ ଡିସେମ୍ୱର ୨୦୨୫ ରେ ନିର୍ବାଚନକୁ ପ୍ରାଥମିକତା ଦିଆଯିବ।
ଉଲ୍ଲେଖନୀୟ ଯେ, ୟୁନୁସ୍ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କର ପାର୍ଟି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନପିକୁ ଭରସା ଦେଇଛି କି ତାଙ୍କର ଦାବି ମୁତାବିକ , ନିର୍ବାଚନ ଡିସେମ୍ୱର ସୁଦ୍ଧା ହୋଇପାରେ। ବିଏନପି ମହାସଚିବ ମିର୍ଜା ଫଖରୁଲ ଇସଲାମ ଆଲମଗୀର କହିଛନ୍ତି, ସେ (ୟୁନୁସ) ଆମକୁ କହିଛନ୍ତି କି , ସରକାର ଡିସେମ୍ୱର ଯାଏ ନିର୍ବାଚନ କରାଇବାର ଦିଗରେ କାମ କରୁଛି।
ହେଲେ , ୟୁନୁସ୍ ସରକାରକୁ ଆଉ ଏକ ଚ୍ୟାଲେଞ୍ଜର ସାମନା କରିବାକୁ ପଡ଼ିପାରେ। ଉଲ୍ଲେଖନୀୟ ଯେ, ଛାତ୍ର ଆନ୍ଦୋଳନରୁ ବାହାରି ଥିବା ନେତାମାନେ ନିଜେ ଏକ ପଲିଟିକାଲ ପାର୍ଟି ଗଠନ କରିବାକୁ ସଙ୍କେତ ଦେଇଛନ୍ତି, ଯେଉଁଥିରେ ବିଏନପିକୁ ସରକାରର ନିରପେକ୍ଷତା ଉପରେ ସନ୍ଦେହ ହେଉଛି।
ଏଥିରେ ପ୍ରଶ୍ନ ଉଠୁଛି କି, ଯଦି ନିର୍ବାଚନ ନିରପେକ୍ଷ ହୁଏ ତ ଅୱାମୀ ଲିଗ୍ର ଫେରିବା ସମ୍ଭବ ହୋଇପାରେ , କିନ୍ତୁ ସ୍ଥିତି ବହୁତ ବଦଳି ସାରିଛି। ବିଏନପିର ରଣନୀତି ହସିନା ବିରୋଧି ମାହୋଲକୁ ଆହୁରି ବଢାଇ ପାରେ। ସେପଟେ ଛାତ୍ର ଆନ୍ଦୋଳନରୁ ବାହାରିଥିବା ନୂଆ ଚେହେରା କ୍ଷମତା ପାଇଁ ଚ୍ୟାଲେଞ୍ଜ ହୋଇପାରନ୍ତି । ବର୍ତ୍ତମାନ , ବାଂଲାଦେଶରେ ୟୁନୁସ୍ ସରକାରର ଓଲଟା ଗଣତି ଆରମ୍ଭ ହୋଇ ସାରିଛି।