ଭୁବନେଶ୍ୱର,୧୩/୦୧: ରାଜଧାନୀରୁ ହାଇ ପ୍ରୋଫାଇଲ ଠକେଇ ମାମଲାରେ ହଂସିକା-ଅନିଲ ଗିରଫ ହୋଇଥିଲେ । ଉଭୟ ଗିରଫ ହେବା ଘଟଣାରେ ଆଜି ଜାମିନ ଆବେଦନର ଶୁଣାଣି ହେବ । ପୂର୍ବରୁ ଉଭୟଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ । ଆଜି ସେହି ଜାମିନ ଆବେଦନର ଶୁଣାଣି ହେବ । ଯଦି ଜାମିନ ଆବେଦନ ଖାରଜ ହୁଏ, ତେବେ ପୁଣି ଝାରପଡ଼ା ଜେଲ୍ରେ ରହିବେ ହଂସିକା ଏବଂ ଅନିଲ ।
ତେବେ କମିସନରେଟ ପୋଲିସ୍ ହାତରେ ଗିରଫ ହୋଇଥିବା ହଂସିକା ଓ ଅନୀଲଙ୍କ କଳା ସାମ୍ରାଜ୍ୟର ତଦନ୍ତ କାର୍ଯ୍ୟ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ ବୋଲି ନେଇ ସୂଚନା ମିଳିଥିଲା । ଉଭୟଙ୍କ ସମ୍ପତ୍ତି ପରିମାଣ ଦେଖି ଆର୍ଥିକ କାରବାର ଓ କଳାଧନର ଉତ୍ସ ଖୋଜିବାକୁ ଇଡି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଅନୀଲ ଓ ହଂସିକାଙ୍କ ବିରୋଧରେ ହୋଇଥିବା ଏତଲା କପି, ସମସ୍ତ ତଥ୍ୟ ଓ କାଗଜପତ୍ର କମିସନରେଟ ପୁଲିସ ଓ ଆୟକର ବିଭାଗରୁ ଲଢ଼ି ସଂଗ୍ରହ କରିଛି ।