ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବଡ଼ବଜାର ଖାସ୍ପା ସାହିର ୩୦୦ ବର୍ଷ ପୁରୁଣା କଣ୍ଢେଇ ଯାତ୍ରା, ମାଟି କଣ୍ଢେଇର ସ୍ଥାନ ନେଇଛି ପ୍ଲାଷ୍ଟିକ୍‌ ଖେଳନା...

ବ୍ରହ୍ମପୁର,୨୨/୦୭: ରାସ୍ତା କଡ଼ରେ ସଜେଇ ହୋଇଛି ଭଳି କି ଭଳି ଖେଳନା । ପ୍ଲାଷ୍ଟିକ ବେଲୁନ ଠାରୁ ଆରମ୍ଭ କରି ବ୍ୟାଟେରୀ ଚାଳିତ ଗାଡ଼ି ରହିଛି । ବଡ଼ବଜାର ଖାସ୍ପା ସାହି ସମ୍ପୂର୍ଣ୍ଣ ରାସ୍ତା ଏକ ମୀନା ବଜାରର ଭ୍ରମ ସୃଷ୍ଟି କରୁଛି । ରଥଯାତ୍ରା ସରିଛି କିନ୍ତୁ ତଥାପି ମୁଖ୍ୟ ରାସ୍ତାରେ ଦୁଇ ରଥ ଦଣ୍ଡାୟମାନ ଅଛନ୍ତି । ଏକ କିମି ରାସ୍ତାରେ ହଜାର ହଜାର  ଲୋକଙ୍କ ସମାଗମ । ଉଭୟ ପାଶ୍ୱର୍ରେ ଖେଳନ ସାଙ୍ଗକୁ ଯାତ୍ରା  ଚଣାର ଆସର ଜମିଛି ।  

ରଥଯାତ୍ରା ସରିବା ପରେ ପ୍ରତିବର୍ଷ ଆଷାଢ଼ ପୂର୍ଣ୍ଣିମାରେ ସହରର ବଡ଼ବଜାର ଖାସ୍ପା ସାହିରେ ଆୟୋଜିତ ହୋଇଥାଏ  ନିଆରା କଣ୍ଢେଇ ଯାତ୍ରା । ଏହିଯାତ୍ରାର ଐତିହ୍ୟ ଓ ପରମ୍ପରା ବହୁ ପୁରୁଣା । ମହୁରିଗଡ଼ ରାଜା ହରିହର ନରେନ୍ଦ୍ର ଦେବ ୧୭୩୨  ମସିହାରେ ପ୍ରଥମ ଥର ଏହି କଣ୍ଢେଇ ଯାତ୍ରା ଆୟୋଜନ କରିଥିଲେ । ଖାସ୍ପା ସାହି ବଡ଼ ଜଗନ୍ନାଥ ମନ୍ଦିର ସେବାୟତ ଓ  ସ୍ଥାନୀୟ ବାସିନ୍ଦା ଏଥିରେ ସହଯୋଗ କରିଥିଲେ । ସେବେ ଠାରୁ ଏହି ଯାତ୍ରା ଚାଲି ଆସିଛି । ସେହି ସମୟରେ ବ୍ରହ୍ମପୁର ଆଖପାଖ  ଗ୍ରାମ ସମେତ ଦିଗପହଣ୍ଡି, ବେଲଗୁଣ୍ଠା, ଆଠଗଡ ମାରଦା, ଧରାକୋଟ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ କଳାକାରମାନେ ମାଟି,  ଗୋବର, ନଡ଼ିଆ, କତା, ଝୋଟରେ କଣ୍ଢେଇ ପ୍ରସ୍ତୁତ କରି  ବିକ୍ରି କରିବାକୁ ଆଣୁଥିଲେ । ବର୍ତ୍ତମାନ ତାହା ଲୋପ ପାଇବା  ସହିତ ଏହାର ସ୍ଥାନ ପ୍ଲାଷ୍ଟିକ ନେଇଛି । ବ୍ରହ୍ମପୁର ସହରକୁ  ବ୍ୟବସାୟୀକ ପେଣ୍ଠସ୍ଥଳି ଭାବେ ଗଢି ତୋଲିବା ଏହି ଯାତ୍ରାର  ମୁଖ୍ୟ ଲକ୍ଷ୍ୟ ଥିଲା । 

ଏହି ଯାତ୍ରାରେ ପୂର୍ବରୁ ମାଟି, ଗୋବର, ନଡିଆ  ଷଢେଇ, କତା, ଝୋଟରେ ତିଆରି କଣ୍ଢେଇ ମିଳୁଥିଲା ।  ବର୍ତ୍ତମାନ ତାହା ଲୁପ୍ତ ହେବାକୁ ବସିଲାଣି । ହାତ ଗଣତି କିଛି ଲୋକ ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ମାଟି  ଓ ଗୋବରରେ କଣ୍ଢେଇ ପ୍ରସ୍ତୁତ କରି ବିକ୍ରି କରିବାକୁ ଆଣୁଛନ୍ତି । ପ୍ରାୟ ତିନି ମାସ ପୂର୍ବରୁ ସେମାନେ ଏହାକୁ ପ୍ରସ୍ତୁତ କରିବାରେ ଲାଗି ପଡନ୍ତି । ମାଟିରେ ତିନି ଠାକୁରଙ୍କ ସମେତ ବାଘ, ହାତୀ, ଘୋଡା, ଶୁଆ, ଜିରାଫ ନର୍ତ୍ତକୀ, ମୟୁର, ସାପ, ରାଧାକୃଷ୍ଣ ଆଦି ପ୍ରସ୍ତୁତ କରିଥାନ୍ତି । 

ସେହିପରି କିଛି କଳାକାର ମାଟି କଳସ ସହିତ ନଡିଆ  ସଢେଇକୁ ବ୍ୟବହାର କରି ରଙ୍ଗ ତୁଳୀ ସାହାର୍ଯ୍ୟରେ ଖୁବ  ସୁନ୍ଦର ଚତ୍ତାକର୍ଷକ ଚିତ୍ର ଆଙ୍କି ତାହାକୁ ବିକ୍ରି ପାଇଁ ରଖିଥାନ୍ତି ।  ଏହାକୁ ଛାଡିଲେ ଅନ୍ୟ କୌଣସି ଦ୍ରବ୍ୟରେ ପ୍ରସ୍ତୁତ କଣ୍ଢେଇ  ବର୍ତ୍ତମାନ ଯାତ୍ରାରେ ଦେଖିବାକୁ ମିଳୁନାହିଁ । ତାହା ଧିରେ  ଧିରେ ଲୁପ୍ତ ହେବାକୁ ବସିଲାଣି । ଏହି କଣ୍ଢେଇର ସ୍ଥାନ  ବର୍ତ୍ତମାନ ପ୍ଲାଷ୍ଟିକ୍‌ ଖେଳନା ନେଇଛି । ଶହେ ବ୍ୟବସାୟୀଙ୍କ  ମଧ୍ୟରୁ ୫ଜଣ ମାଟି କଣ୍ଢେଇ ବିକ୍ରି କରୁଥିବା ବେଳେ  ଅଧିକାଂଶ ପ୍ଲାଷ୍ଟିକ ଖେଳନା ବିକ୍ରି କରୁଛନ୍ତି । ଚିକ୍‌ମିକ୍‌  ଆଲୋକ ସାଙ୍ଗକୁ ମନଲୋଭା ରଙ୍ଗ ପ୍ଲାଷ୍ଟିକ ପ୍ରତି ଲୋକଙ୍କୁ  ଆକୃଷ୍ଟ କରୁଛି । ଫଳରେ ପରିବେଶ ଅନୁକୂଳ ମାଟି କଣ୍ଢେଇ  ଠାରୁ ଲୋକେ ଦୂରେଇ ଯାଉଛନ୍ତି । ସେହିପରି ସରକାରୀ  ପ୍ରୋତ୍ସାହନ ଅଭାବରୁ କଳାକାର ଏହି ପେସାରୁ ଦୂରେଇ ଯାଇ  ଅନ୍ୟ କାମକୁ ନିଜ ଜୀବିକା ଭାବେ ଗ୍ରହଣ କରିଛନ୍ତି ।  

ପ୍ଲାଷ୍ଟିକ ଆମ ପରିବେଶ ଓ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ  ଖରାପ । ମାଟି କଣ୍ଢେଇରେ ଆମ ଐତିହ ଓ ପରମ୍ପରାର  ଝଲକ ଦେଖିବାକୁ ମିଳୁଛି । ସେଥିପାଇଁ ନିଜ ଛୁଆ ପାଇଁ  ମାଟି କଣ୍ଢେଇ କିଣିବା ପାଇଁ ଆସିଛି ବୋଲି ଡା. ଚନ୍ଦନ  ଗନ୍ତାୟତ କହିଛନ୍ତି । ପରିବେଶକୁ ପ୍ରଦୂଷିତ କରୁଥିବା  ପ୍ଲାଷ୍ଟିକ ଖେଳନା ସବୁ ଯାତ୍ରାରେ ମିଳୁଛି । ମାଟି କଣ୍ଢେଇ  ମିଲୁ ନାହିଁ । ଏହି କଣ୍ଢେଇ ଯାତ୍ରାରେ ଏହା ମିଳୁଥିବାରୁ  ପ୍ରତି ବର୍ଷ ଯାତ୍ରା ବୁଲିବା ସହ କିଛି ନିଆରା ମାଟି  କଣ୍ଢେଇ କିଣି ଘରକୁ ନେଉଛି ବୋଲି ଟିକିରି ପାତ୍ର  କହିଛନ୍ତି । କିମ୍ବଦନ୍ତି ଅନୁଯାୟୀ ୧୭୩୨ରୁ ଆରମ୍ଭ ଏହି  ଯାତ୍ରା । ସେହି ସମୟରେ ସ୍ଥାନୀୟ କଳାକାରଙ୍କୁ ଆର୍ଥିକ  ଭାବେ ସ୍ୱଚ୍ଛଳ କରିବା ପାଇଁ ଏହାର ଆରମ୍ଭ ହୋଇଥିଲା ।  ବର୍ତ୍ତମାନ ହାତ ଗଣତି କିଛି କଳାକାର ନିଜ କୌଳିକ  ବୃତ୍ତିକୁ ଆଦରି ରହିଛନ୍ତି । ସେମାନଙ୍କୁ ସରକାରୀ  ପ୍ରୋତ୍ସାହନ ମିଳିଲେ ଏହି ଯାତ୍ରାର ଐତିହ୍ୟ ଜୀବିତ  ରହିବ ବୋଲି ସନ୍ୟାସୀ ମହାରଣା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.