ପ୍ରମୂଖ ଖବର
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

୨୭ବର୍ଷୀୟ ଅଷ୍ଟ୍ରେଲିଆ ଓପନର ଛାଡ଼ିଲେ କ୍ରିକେଟ, ଅଚାନକ ନେଲେ ସନ୍ନ୍ୟାସ

Published By : Prameya | April 9, 2025 9:25 PM

ନୂଆଦିଲ୍ଲୀ, ୯/୪ :  ଅଷ୍ଟ୍ରେଲିଆର ଟେଷ୍ଟ ଓପନର ବ୍ୟାଟର ଓ୍ବିଲ ପୁକୋବସ୍କୀ ୨୭ବର୍ଷରେ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ପୁକୋବସ୍କୀଙ୍କୁ ବିଶେଷଜ୍ଞଙ୍କ ଏକ ପ୍ୟାନେଲର ସୁପାରିଶ ପରେ କ୍ରିକେଟରୁ ସନ୍ନ୍ୟାସ ନେବା ଲାଗି ବାଧ୍ୟ ହେବାକୁ ପଡ଼ିଲା । ପ୍ରକାଶ ଯେ, ବ୍ୟାଟରଙ୍କୁ ନିଜ କ୍ୟାରିୟର ସମୟରେ ‌କେତେକ ଏଭଳି ଘଟଣାର ସାମ୍ନା କରିବାକୁ ପଡ଼ିଲା ଯେଉଁଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଲା ଯାହା ପରେ ବିଶେଷଜ୍ଞ ତାଙ୍କୁ କ୍ରିକେଟରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ବିଶେଷଜ୍ଞଙ୍କ ପରାମର୍ଶ ମାନି ଅଷ୍ଟ୍ରେଲିଆ ଓପନର କ୍ରିକେଟରୁ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଲେ ।

ମାର୍ଚ୍ଚ ୨୦୨୪ରେ ଶେଫିଲ୍ଡ ଶିଲ୍ଡ ମ୍ୟାଚ୍ ସମୟରେ ହେଲମେଟରେ ବଲ୍ ବାଜିବା ଫଳରେ ଫୁକୋବସ୍କୀଙ୍କୁ ଆଘାତ ଲାଗି ରିଟାୟର ହେବାକୁ ପଡ଼ିଥିଲା । ଏହି କାରଣରୁ ସେ ଆଗକୁ ମ୍ୟାଚରୁ ବାହାରିଯାଇଥିଲେ ଏବଂ ତାଙ୍କୁ ୨୦୨୪ର ଇଂଲିଶ ସମର ଲାଗି ଲିସେଷ୍ଟରଶାୟର ସହ ନିଜର ସମ୍ପର୍କ ପୁଣି ଭାଙ୍ଗିବାକୁ ପଡ଼ିଥିଲା । ଅଷ୍ଟ୍ରେଲିଆ ଲାଗି ଗୋଟିଏ ଟେଷ୍ଟ ଖେଳିଥିବା ଖେଳାଳୀ ମଙ୍ଗଳବାର ଗଣମାଧ୍ୟମକୁ ନିଜର ନିଷ୍ପତ୍ତି ଖୁଲାସା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.