ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ପାକିସ୍ତାନ ଶାନ୍ତି ସମିତିର ସଦସ୍ୟଙ୍କ ଆବାସ ଉପରେ ଆତ୍ମଘାତୀ ଆକ୍ରମଣ, ୫ ମୃତ

Published By : prameya | April 6, 2025 11:05 AM

ନୂଆଦିଲ୍ଲୀ,୦୬/୦୪:ପାକିସ୍ତାନରେ ଶାନ୍ତି ସମିତିର ସଦସ୍ୟଙ୍କ ଆବାସ ଉପରେ ଆତ୍ମଘାତୀ ଆକ୍ରମଣ। ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାଟି ଉତ୍ତର ୱାଜିରିସ୍ତାନ ଜିଲ୍ଲାର ମିର ଅଲି ତହସିଲରେ ଘଟିଛି। ଯେଉଁଠାରେ ଆତଙ୍କବାଦୀମାନେ କାଦିର ଜମାନଙ୍କ ଘରକୁ ଟାର୍ଗେଟ କରିଥିଲେ।

ତେବେ ଶନିବାର ଦିନ ପାକିସ୍ତାନର ଅଶାନ୍ତ ଖାଇବର ପଖତୁନଖ୍ୱା ପ୍ରଦେଶରେ ନିଷିଦ୍ଧ ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ସହିତ ଜଡିତ ଆତଙ୍କବାଦୀମାନେ ଜଣେ ଶାନ୍ତି କମିଟି ସଦସ୍ୟଙ୍କ ବାସଭବନ ଉପରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଫଳରେ ପରିବାରର ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ମହିଳା ଥିଲେ, ଆକ୍ରମଣ ସମୟରେ ଅନେକ ଲୋକ ଆହତ ହୋଇଥିଲେ। ଟିଟିପି ବିବୃତ୍ତି ଅନୁଯାୟୀ, ଶରିଆ ଲାଗୁ କରିବା ପାଇଁ ଏହି ଆକ୍ରମଣ କରାଯାଇଥିଲା।

ପ୍ରକାଶ ଥାଉକି, ଏହି ଆକ୍ରମଣ ଟିଟିପି ଏକ ବିବୃତ୍ତି ଜାରି କରିବାର ଗୋଟିଏ ଦିନ ପରେ ଘଟିଛି। ଯେଉଁଥିରେ କୁହାଯାଇଥିଲା ଯେ ଏହାର ଇସ୍ରାଏଲ,ଆମେରିକା କିମ୍ବା ଭାରତ ସହିତ କୌଣସି ଶତ୍ରୁତା ନାହିଁ। ଆତଙ୍କବାଦୀ ସଂଗଠନ ପୁନରାବୃତ୍ତି କରିଛି ଯେ ଏହାର ଏକମାତ୍ର ଶତ୍ରୁ ହେଉଛି ପାକିସ୍ତାନ। ଗତ ମାସ ପ୍ରାରମ୍ଭରେ, ଖାଇବର ପଖତୁନଖ୍ୱା ପ୍ରଦେଶରେ ଏକ ପାକିସ୍ତାନୀ ସେନା ଶିବିର ଉପରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏଥିରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ପାକିସ୍ତାନୀ ସେନା ଘାଟିରେ ପ୍ରବେଶ କରି ନିଜକୁ ବିସ୍ଫୋରଣ କରିଦେଇଥିଲେ। ଏହି ଆକ୍ରମଣ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଟାଙ୍କ ଜିଲ୍ଲାର ଜାଣ୍ଡୋଲା ସାମରିକ ଶିବିର ଉପରେ ହୋଇଥିଲା। ଏହି ଆକ୍ରମଣ ପଛରେ ଆଫଗାନ-ପାକିସ୍ତାନ ସୀମାରେ ସକ୍ରିୟ ଆତଙ୍କବାଦୀ ଗୋଷ୍ଠୀ ତେହେରିକ-ଏ-ତାଲିବାନ ପାକିସ୍ତାନର ହାତ ଥିବା ଜଣାପଡ଼ିଥିଲା।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.