ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

Sunita Williams: ଶୀଘ୍ର ପୃଥିବୀକୁ ଫେରିବେ ମହାକାଶଚାରୀ ସୁନୀତା ଉଇଲିୟମ, ଜାଣନ୍ତୁ କଣ ରହିଛି ପୁରା ଖବର...!

Published By : Bijay Swain | February 14, 2025 6:50 PM

Image courtesy: indiatoday

ନୂଆଦିଲ୍ଲୀ: ଦୀର୍ଘ ୮ ମାସ ମହାକାଶରେ କାଟିବା ପରେ ନାସା ମହାକାଶଚାରୀ ସୁନୀତା ଉଇଲିୟମ ବହୁ ଜଳଦି ପୃଥିବି ପୃଷ୍ଟକୁ ଫେରିବାକୁ ଯାଉଛନ୍ତି। ଏହା ମିଶନ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସରିବ ବୋଲି ସୂଚନା ମିଳିଛି। 

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ଦୁଇ ମହାକାଶଚାରୀ ସୁନିତା ଉଇଲିୟମ ଓ ବୁଚ୍ ୱିଲମୋର ସିଏନଏନ ନାମକ ଏକ ଗଣମାଧ୍ୟମ ସଂସ୍ଥାକୁ ସ୍ପେସ ଷ୍ଟେସନରୁ ସାକ୍ଷାତକାର ଦେଇ ଏହି ସୂଚନା ପ୍ରଦାନ କରିଛନ୍ତି। ଏକ ୬ ମାସିଆ ମିଶନ ପାଇଁ ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ଇଣ୍ଟରନେସନାଲ ସ୍ପେସ ଷ୍ଟେସନ(ଆଇଏସଏସ) ଅଭିମୁଖେ କ୍ରିଉ-୧୦ ମିଶନ ଲଞ୍ଚ ହେବାକୁ ଯାଉଛି। କ୍ରିଉ-୧୦ ଆଇଏସଏସରେ ପହଞ୍ଚିବା ପରେ ଦୁଇ ଜଣ ଯାକ ମହାକାଶଚାରୀ ସ୍ପେସ ଷ୍ଟେସନର କମାଣ୍ଡରଙ୍କୁ ସମସ୍ତ କାର୍ଯ୍ୟର ଦାୟିତ୍ତ୍ୱ ଦେଇ ପୃଥିବି ପୃଷ୍ଟକୁ ଫେରି ଆସିବେ ବୋଲି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ସମୟରେ ଆଇଏସଏସର କମାଣ୍ଡର ଭାବେ ସୁନୀତା ଉଇଲିୟମ ଦାୟିତ୍ତ୍ୱରେ ଅଛନ୍ତି। 

ନୂଆ କମାଣ୍ଡରଙ୍କୁ ଆଇଏସଏସର ଦାୟିତ୍ତ୍ୱ ଅର୍ପଣ ପାଇଁ ସୁନୀତାଙ୍କୁ ସପ୍ତାହେ ଉପରେ ଲାଗିଯାଇପାରେ। ଥରେ ଦାୟିତ୍ତ୍ୱ ଅର୍ପଣ କରିବା ପରେ ଦୁଇ ମହାକାଶଚାରୀ ଡ୍ରାଗନ ସ୍ପେସ କ୍ରାଫ୍ଟରେ ପୃଥିବିକୁ ଫେରିଆସିବେ। ତେବେ ଆସନ୍ତା ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହେବ ବୋଲି ଆଶା କରାଯାଉଛି। 

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ସ୍ପେସଏକ୍ସର ସିଇଓ ଏଲନ ମସ୍କଙ୍କୁ ଗତ ମାସରେ ମହାକାଶରେ ଫସି ରହିଥିବା ଦୁଇ ମହାକାଶଚାରୀଙ୍କୁ ଫେରାଇଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରମ୍ପଙ୍କ ଏହି ଦାବି ପରେ ନାସା ଓ ସ୍ପେସଏକ୍ସ ମିଲିତ ଭାବେ ଏହା ଉପରେ ନିଷ୍ପତ୍ତି ନେଇଥିଲେ। ତେବେ ବହୁ ଜଲଦି ଉଭୟ ମହାକାଶଚାରୀଙ୍କୁ ଫେରାଇ ଅଣାଯିବ ବୋଲି ମଙ୍ଗଳବାର ଦିନ ନାସା ସୂଚନା ପ୍ରଦାନ କରିଥିଲା। ହେଲେ କ୍ରିଉ-୧୦ ମିଶନ ସମ୍ପର୍କରେ କିଛି ଘୋଷଣା କରାଯାଇ ନଥିଲା। 

ଆପଣଙ୍କୁ ଜଣାଇରଖୁ ଯେ ସ୍ପେସଏକ୍ସ କମ୍ପାନି ନିଜର କ୍ରିଉ ଡ୍ରାଗନ କ୍ୟପସୁଲକୁ ନାସାର କମର୍ସିଆଲ କ୍ରିଉ ପ୍ରୋଗ୍ରାମ ଅଧିନରେ ୩ ବିଲିୟନ ଡଲାରର ଖର୍ଚ୍ଚରେ ବିକଶିତ କରିଛି। ଯାହା ମହାକାଶ ଯାତ୍ରାକୁ ସହଜ ସୁଗମ କରିବା ସହ ଘରୋଇ ବଜାରର ଲୋକମାନଙ୍କୁ ସୁଲଭ ମୁଲ୍ୟରେ ସେବା ଯୋଗାଇଦେବାର ଲକ୍ଷ୍ୟ ରଖିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.