ନୂଆଦିଲ୍ଲୀ: ପୃଥିବୀ ଆଡକୁ ମାଡି ଆସୁଛି ଆଷ୍ଟ୍ରଏଡ ବା ଏକ ଗ୍ରହାଣୁ । ୨୦୩୨ ମସିହାରେ ପୃଥିବୀ ସହ ଏହି ଗ୍ରହାଣୁର ଧକ୍କାକୁ ନେଇ ଆଶଙ୍କା ଜତାଇଛନ୍ତି ବୈଜ୍ଞାନିକ ମାନେ। ତେବେ ନାସାର ବୈଜ୍ଞାନିକଙ୍କ ଅନୁଯାୟୀ, 2024 YR4 ନାମକ ଏହି ଗ୍ରହାଣୁ ୨୦୩୨ ମସିହାରେ ପୃଥିବୀ ନିକଟରୁ ସୁରକ୍ଷିତ ଭାବରେ ଅତିକ୍ରମ କରିବାର ୯୭.୯% ସମ୍ଭାବନା ଅଛି । ଯାହାକି ଏହା ମାତ୍ର ୨.୧ % ପୃଥିବୀକୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ତଥାପି, ରିପୋର୍ଟ ଅନୁସାରେ, ଯଦି ଏହା ଧକ୍କା ହୁଏ, ତେବେ ଗ୍ରହାଣୁଟି ଡିସେମ୍ବର ୨୨, ୨୦୩୨ରେ ପୃଥିବୀ ସହିତ ଧକ୍କା ହୋଇପାରେ।
ତେବେ ଏହାର ପଥ, ଗତି ଏବଂ ଆକାରକୁ ଆଧାର କରି, ବୈଜ୍ଞାନିକ ମାନେ 2024 ମସିହାରେ YR4 ପାଇଁ ସମ୍ଭାବ୍ୟ ପ୍ରଭାବ ସ୍ଥାନ ନିର୍ଣ୍ଣୟ କରିଛନ୍ତି। ଦୂରବର୍ତ୍ତୀ ସ୍ଥାନ ହେତୁ ସଠିକ୍ ମାପ ନେବା ଏବେ ବି କଷ୍ଟକର ହୋଇଥିବାରୁ ପ୍ରଭାବ ଆକଳନ କେବଳ ଆକଳନ ବୋଲି ସୂଚିତ କରାଯାଉଛି ।
ନାସାର କାଟାଲିନା ସ୍କାଏ ସର୍ଭେ ପ୍ରୋଜେକ୍ଟର ବୈଜ୍ଞାନିକ ଡେଭିଡ୍ ରାଙ୍କିନ୍ ଏହି ଗ୍ରହାଣୁ ପାଇଁ ଏକ "ବିପଦ ବଳୟ" ବା ରିସ୍କ କରିଡର ଆକଳନ କରିଛନ୍ତି, ଯାହା ସୂଚାଇ ଦେଇଛି ଯେ ଏହା ପୃଥିବୀର ଏକ ବଡ଼ ଅଂଶକୁ ଧକ୍କା ଦେଇପାରେ। ଦକ୍ଷିଣ ଆମେରିକାରୁ ଆରମ୍ଭ ହୋଇ ଏହି 'ରିସ୍କ କରିଡର' ପ୍ରଶାନ୍ତ ମହାସାଗର, ଦକ୍ଷିଣ ଏସିଆ, ଆରବ ସାଗର ଏବଂ ଆଫ୍ରିକାକୁ ବ୍ୟାପିଛି।
ତେବେ ଏହା ଦ୍ବାରା ପ୍ରଭାବିତ ହେବାକୁ ଥିବା ନିର୍ଦ୍ଦିଷ୍ଟ ଦେଶ ଗୁଡ଼ିକ ମଧ୍ୟରେ ଭେନେଜୁଏଲା, କଲମ୍ବିଆ, ଇକ୍ୱେଡର, ଭାରତ, ପାକିସ୍ତାନ, ବାଂଲାଦେଶ, ଇଥିଓପିଆ, ସୁଡାନ ଏବଂ ନାଇଜେରିଆ ଅନ୍ତର୍ଭୁକ୍ତ ରହିଛି। ଧକ୍କା ସମୟରେ ପୃଥିବୀର ଘୂର୍ଣ୍ଣନ ନିର୍ଣ୍ଣୟ କରିବ ଯେ ଏହା ଶେଷରେ କେଉଁଠାରେ ଆଘାତ କରିବ। ତେବେ ବର୍ତ୍ତମାନ ସମୟରେ ଏକ ବିଶ୍ୱସ୍ତରୀୟ ଦଳ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ବ୍ୟବହାର କରି ସମ୍ଭାବ୍ୟ କ୍ଷତିର ଆକଳନ କରୁଛନ୍ତି।
ତେବେ ପୂର୍ବରୁ ୧୯୦୮ ମସିହାରେ, ସମାନ ଆକାରର ଏକ ଗ୍ରହାଣୁ, ଟୁଙ୍ଗୁସ୍କା, ସାଇବେରିଆରେ ଆଘାତ କରି ୮୩୦ ବର୍ଗ କିଲୋମିଟର ଜଙ୍ଗଲକୁ ଜାଳି ପୋଡି ନଷ୍ଟ କରିଦେଇଥିଲା।
ଡେଲି ମେଲ ସହିତ କଥାବାର୍ତ୍ତା କରିଥିବା ଜଣେ ୟୁରୋପୀୟ ସ୍ପେସ୍ ଏଜେନ୍ସି ପ୍ରତିନିଧିଙ୍କ ଅନୁଯାୟୀ, ବିଶ୍ୱର ଜ୍ୟୋତିର୍ବିଜ୍ଞାନୀ ମାନେ ଯଥାସମ୍ଭବ ସଠିକ୍ ଭାବରେ ଗ୍ରହାଣୁର କକ୍ଷପଥ ନିର୍ଣ୍ଣୟ କରିବା ପାଇଁ ଅତ୍ୟାଧୁନିକ ଟେଲିସ୍କୋପ୍ ବ୍ୟବହାର କରୁଛନ୍ତି। "କିନ୍ତୁ ଏହାର କକ୍ଷପଥ ଜାଣିବା ଦ୍ୱାରା କେବଳ ଏହା ଜଣାପଡ଼ିବ ଯେ ଏହି ଗ୍ରହାଣୁ ପୃଥିବୀକୁ ପ୍ରଭାବିତ କରିପାରିବ କି ନାହିଁ, ଏହାର ପ୍ରଭାବ କେତେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ ତାହା ନୁହେଁ।"
ଲେଖକ ତଥା ଜ୍ୱାଳାମୁଖୀ ବିଜ୍ଞାନୀ ରବିନ୍ ଜର୍ଜ ଆଣ୍ଡ୍ରୁଜ୍ ଚିନ୍ତା ପ୍ରକାଶ କରିଛନ୍ତି ଯେ ପ୍ରସ୍ତୁତି ପାଇଁ ଆଠ ବର୍ଷ ଯଥେଷ୍ଟ ସମୟ ନ ହୋଇପାରେ। ସେ X ରେ ପୋଷ୍ଟ କରିଛନ୍ତି ଯେ, ଯଦିଓ DART ମିଶନ ଚମତ୍କାର ଥିଲା, କିନ୍ତୁ ଏହା 2024 YR4 କୁ ଅଟକାଇ ପାରିବ ନାହିଁ।ତେବେ ଆଣ୍ଡ୍ରୁଜ୍ ଜୋର ଦେଇ କହିଛନ୍ତି ଯେ ଗ୍ରହାଣୁକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବା ଏକ ଅସୁରକ୍ଷିତ ରଣନୀତି ହେବ। ଏକ ଆସୁଥିବା ଗ୍ରହାଣୁକୁ ଧ୍ୱଂସ କରିବା କଷ୍ଟକର । ସେ କହିଛନ୍ତି ଯେ DART ଭଳି ଏକ ମହାକାଶଯାନ ସହିତ ଏହାକୁ ଆକ୍ରମଣ କରିବାକୁ ଚେଷ୍ଟା କରିବା ବିପଦପୂର୍ଣ୍ଣ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ "ବହୁତ କିଛି ଭୁଲ ହୋଇପାରେ ଏବଂ ସଫଳତା ସୁନିଶ୍ଚିତ କରିବା ପାଇଁ ଏକାଧିକ ମହାକାଶଯାନ ବ୍ୟବହାର କରିବା ଆବଶ୍ୟକ ହୋଇପାରେ।