ନୂଆଦିଲ୍ଲୀ: କଙ୍ଗୋରେ ଥମିବାର ନାଁ ଧରୁନି ଗୃହଯୁଧ୍ୟ। ସଶସ୍ତ୍ର ବାହିନିର ଆକ୍ରମଣରେ କଙ୍ଗୋର ପୂର୍ବୋତ୍ତର ଅଞ୍ଚଳରେ ୫୫ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ମୃତ୍ୟୁ ହୋଇଥିବା ଅଧିକାଂଶ ଲୋକ ବିସ୍ତାପିତ ଅଞ୍ଚଳରୁ ଆସିଥିଲେ ବୋଲି ସୂଚନା ରହିଛି। ତେବେ ସ୍ଥାନିୟ ଅଧିକାରୀମାନେ ମଙ୍ଗଳବାର ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
ସୂଚନା ମୁତାବକ, ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ହେବ କଙ୍ଗୋରେ ଗୃହଯୁଧ୍ୟ ଲାଗି ରହିଛି। ଏହି କ୍ଷେତ୍ରରେ ୧୨୦ରୁ ଅଧିକ ସଶସ୍ତ୍ର ବାହିନି ଏହି ସଂଘର୍ଷରେ ସାମିଲ ରହିଛନ୍ତି। ଅଧିକାଂଶ ସଶସ୍ତ୍ର ବାହିନି କଙ୍ଗୋରେ ଜମି ଓ ମୁଲ୍ୟବାନ ଖଣି ହାତେଇବା ପାଇଁ ପରସ୍ପର ମଧ୍ୟରେ ଲଢେଇ ଜାରି ରଖିଛନ୍ତି। ଅନ୍ୟପଟେ ଆଉ କେତେକ ସଶସ୍ତ୍ର ବାହିନି ନିଜ ସମୁଦାୟକୁ ରକ୍ଷା କରିବାକୁ ବନ୍ଧୁକ ଉଠାଉଛନ୍ତି ବୋଲି ଜଣାପଡିଛି।
ସୋମବାର ରାତିରେ ସଶସ୍ତ୍ର ଗୋଷ୍ଠୀ କୋଡେକୋର ଲୋକମାନେ ଇଟୁରୀ ପ୍ରଦେଶର ଜାଇବା ଗାଁ ଉପରେ ଆକ୍ରମଣ କରିଥିଲେ। ଏହି ଅଞ୍ଚଳରେ ବିସ୍ଥାପିତ ଲୋକ ମାନେ କ୍ୟାମ୍ପ କରି ବସବାସ କରୁଛନ୍ତି। ତେବେ ଏହି କ୍ୟାମ୍ପର ନେତା ଆଣ୍ଟୋଏନେଟ ନଜଲେ ଆସୋସିଏଟେଡ୍ ପ୍ରେସ୍କୁ କହିଛନ୍ତି ଯେ ଏହି ଆକ୍ରମଣରେ ୫୫ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଅନେକ ଘର ପୋଡି ପାଉଁଶ ହୋଇଯାଇଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ସେ ସୂଚନା ଦେଇଛନ୍ତି। ତେବେ ମଙ୍ଗଳବାର ସଂନ୍ଧ୍ୟା ଯାଏ ମଧ୍ୟ ମୃତଦେହ ଖୋଜିବା ଜାରି ରହିଥିଲା।
ଏହି କ୍ୟାମ୍ପର ପ୍ରାୟ ସମସ୍ତେ ଆକ୍ରମଣର ଶିକାର ହୋଇଥିଲେ ବୋଲି ନଜଲେ କହିଛନ୍ତି। ସେ କହିଛନ୍ତି ଯେ ଜାତିସଂଘର ଶାନ୍ତି ରକ୍ଷାକାରୀ ଏବଂ କଙ୍ଗୋ ସରକାରୀ ବାହିନୀ ଏହି ଆକ୍ରମଣରେ ହସ୍ତକ୍ଷେପ କରିଥିଲେ। ତେବେ ଆକ୍ରମଣକାରୀଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନେ ଏହି ଆକ୍ରମଣକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥିଲେ। ବାଇହେମା ବେଜେର ଜିଲ୍ଲାର ମୁଖ୍ୟ ଜାନ ରିଚାର୍ଡ ଲେଙ୍ଗା ଏହି ଆକ୍ରମଣ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ଏହି ଆକ୍ରମଣରେ ୫୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତଦେହ ଖୋଜା ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବିଢିପାରେ ବୋଲି ସେ କହିଛନ୍ତି।
ଜାଇବାର ବାସିନ୍ଦା ମାମବେର ଡେଭିଡ କହିଛନ୍ତି ଯେ ଆକ୍ରମଣର ସମ୍ମୁଖିନ ହୋଇଥିବା ଅଧିକାଂଶ ଲୋକ ହେଉଛନ୍ତି ବିସ୍ଥାପିତ। ଆକ୍ରମଣକାରୀମାନେ କୁରାଢି ଓ ବନ୍ଧୁକ ଦ୍ୱାରା ସେମାନଙ୍କୁ ହତ୍ୟା କରିଥିଲେ। ସେପ୍ଟେମ୍ବରରେ ଡୋଜୁରେ କୋଡେକୋ ଦଳର ଯୁଦ୍ଧ ବିମାନ ୨୦ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା। ସୋମବାର ରାତିରେ ମଧ୍ୟ ସମାନ ସ୍ଥାନରେ ଏହି ଆକ୍ରମଣ ହୋଇଛି ବୋଲି ସେ କହିଛନ୍ତି।