ନୂଆଦିଲ୍ଲୀ: ଆଫଗାନିସ୍ଥାନର କାବୁଲରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଗୁରୁବାର ସରକାରୀ ମନ୍ତ୍ରଣାଳୟ ଭିତରେ ଏକ ଆତ୍ମଘାତି ବିସ୍ପୋରଣ ହୋଇଛି। ଏହି ବିସ୍ପୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତିନିଜଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଚଳିତ ସପ୍ତାହ ମଧ୍ୟରେ ଏହା ଆଫଗାନିସ୍ଥାନରେ ଆତ୍ମଘାତି ବିସ୍ପୋରଣର ଏହା ଦ୍ୱିତିୟ ମାମଲା।
ସହର ବିକାଶ ଓ ଆବାସ ମନ୍ତ୍ରଣାଳୟର ପ୍ରବକ୍ତା ମହମ୍ମଦ କମାଲ ଆଫଗାନ ଏହି ସୂଚନା ପ୍ରଦାନ କରିଛନ୍ତି। ଜଣେ ବ୍ୟକ୍ତି ମନ୍ତ୍ରଣାଳୟ ପରିବେଶ ମଧ୍ୟରେ ଏହି ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀ ମାନେ ଆରୋପି ଜଣଙ୍କୁ ଲକ୍ଷ ସ୍ଥଳରେ ପହଞ୍ଚିବା ପୂର୍ବରୁ ଗୁଳିମାରି ହତ୍ୟା କରିଥିଲେ। ଲୋକଟିକୁ ଗୁଳି ବାଜିବା ପରେ ଏହି ବିସ୍ପୋରଣ ହୋଇଥିଲା। ଯେଉଁ ଥିରେ ଆରୋପି ଜଣଙ୍କର ମୃତ୍ୟୁ ହେବା ସହ ତିନିଜଣ ଗୁରୁତର ହୋଇଥିଲେ। କିନ୍ତୁ ପ୍ରବକ୍ତା ଜଣଙ୍କ ବିସ୍ପୋରଣ ସମ୍ପର୍କରେ ଆଉ କିଛି ସୂଚନା ଦେବାକୁ ମନାକରିଦେଇଥିଲେ।
ଏହି ବିସ୍ପରଣ ପାଇଁ ଏପର୍ଯ୍ୟନ୍ତ ଯାଏଁ କେହି ନିଜକୁ ଦାୟି କରିନାହାନ୍ତି। ଆପଣଙ୍କୁ ଜଣାଇରଖୁ ଯେ ମଙ୍ଗଳବାର ଦିନ ଆଫଗାନିସ୍ଥାନର ଉତ୍ତରରେ ଥିବା କୁନ୍ଦୁଜ ଅଞ୍ଚଳରେ ଆଉ ଏକ ବିସ୍ପୋରଣ ହୋଇଥିଲା। ଏକ ବ୍ୟଙ୍କ ପରିସର ମଧ୍ୟରେ ହୋଇଥିବା ଏହି ଆତ୍ମଘାତି ବିସ୍ପୋରଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାତରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ଏହି ଆକ୍ରମଣ ପାଇଁ ଇସଲାମିକ ଷ୍ଟେଟ(ଆଇଏସ) ଏହି ବିସ୍ପୋରଣ ପାଇଁ ନିଜକୁ ଦାୟି କରିଥିଲା।