ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବ୍ରେକ୍ ଫେଲ୍ ହୋଇ ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଚାରା ବୋଝେଇ ଅଟୋ, ଜଣେ ଗୁରୁତର

ଝରିଗାଁ, ୧୬/୭ : ଝରିଗାଁ ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତାର ଘାଟି ନିକଟରେ ଦୁର୍ଘଟଣା। ମଙ୍ଗଳବାର ସକାଳ ପ୍ରାୟ ସାଢେ ୯ଟାରେ ଏକ ଚାରା ବୋଝେଇ ଅଟୋ ବ୍ରେକ୍ ଫେଲ୍ ହେବାରୁ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଛି। ଫଳରେ ଚାରା ବ୍ୟବସାୟୀ ଆହତ ହୋଇଛନ୍ତି। ଆହତ ବ୍ୟବସାୟୀ ଜଣକ ହେଲେ କଲିକତା ଗୋପୀନାଥପୁର ଗ୍ରାମର ଶିବା ଦେବନାଥ (୪୨ ବର୍ଷ)। ଦେବନାଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଲେଗାଁ ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଶ୍ଵନାଥ ସାହୁ ଓ ଅନ୍ୟମାନେ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ସୂଚନାନୁଯାୟୀ, ଉମରକୋଟ ବ୍ଲକ ଡ଼ଙ୍ଗରୀଗୁଡ଼ା ସ୍ଥିତ ନର୍ସରୀ ମାଲିକ ଏସ କେ ଜୁଲଫୁକର ନିକଟରୁ ବିଭିନ୍ନ ପ୍ରକାର ଫୁଲ ଫଳ ଚାରା ଗଛ ଅଟୋରେ ଲଦି ଚନ୍ଦାହାଣ୍ଡି ଅଞ୍ଚଳକୁ ବିକ୍ରି କରିବା ଉଦ୍ଦେଶ୍ୟରେ ଯାଉଥିଲେ। ଚନ୍ଦାହାଣ୍ଡି ଘାଟି ନିକଟରେ ଅଟୋଟି ବ୍ରେକ୍ ଫେଲ୍ ହୋଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅଟୋଟି ଦେବନାଥଙ୍କ ଉପରେ ଚାପି ହୋଇଯିବା ଫଳରେ ଦେବନାଥଙ୍କୁ ଗଭୀର ଆଘାତ ଲାଗିଛି। ଦେବନାଥଙ୍କ ମୁଣ୍ଡର ମଝି ଅଂଶ, ବାମ ହାତ ପାପୁଲି, ଛାତି ଓ ଉଭୟ ଗୋଡ଼ରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ରେଫର୍ କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଦେବନାଥଙ୍କ ସହ ଡ୍ରାଇଭର ଓ ଅନ୍ୟ ଜଣକର ପରିଚୟ ମିଳିପାରି ନାହିଁ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.