ହାଇଦ୍ରାବାଦ ୦୮/୦୬: ରାମୋଜୀ ଗ୍ରୁପର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କୁ ଜୁନ୍ ୫ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ଭୋରୁ ୪:୫୦ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ରାମୋଜୀଙ୍କ ସମ୍ପୂର୍ଣ୍ଣ ନାମ ଚେରୁକୁରୀ ରାମୋଜୀ ରାଓ । ତାଙ୍କୁ ଆଇକନିକ୍ ମିଡିଆ ଟାଇକୁନ ଏବଂ ଫିଲ୍ମ ମୋଗଲ କୁହାଯାଉଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଉଚ୍ଚ ରକ୍ତଚାପରେ ପୀଡିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ରାମୋଜୀଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ରାମୋଜୀ ଫିଲ୍ମ ସିଟିରେ ଥିବା ତାଙ୍କ ବାସଭବନରେ ରଖାଯିବ। ଯେଉଁଠାରେ ପରିବାର, ବନ୍ଧୁ ଏବଂ ଶୁଭେଚ୍ଛୁମାନେ ଶେଷ ଦର୍ଶନ କରିବେ। ତେବେ କିଛି ବର୍ଷ ପୂର୍ବେ ସେ କୋଲୋନ୍ କର୍କଟ ରେ ପୀଡିତ ଥିଲେ। ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲେ।