ନୂଆଦିଲ୍ଲୀ : ଜି-୨୦ ଶିଖର ସମ୍ମିଳନୀର ରାତ୍ରିଭୋଜନ ପାଇଁ ରାଷ୍ଟ୍ରପତିଙ୍କ ପକ୍ଷରୁ ଯେଉଁ ନିମନ୍ତ୍ରଣ ପତ୍ର ଦିଆଯାଇଛି, ଏଥିରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆର ସ୍ଥାନରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖା ହୋଇଛି।ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ବିବାଦ ଏବଂ କଂଗ୍ରେସ ଏହା ଉପରେ ଆପତ୍ତି ଉଠାଇଛି। କଂଗ୍ରେସ ନେତା ଜୟରାମ ରମେଶ ଏହା ଉପରେ ଅଭିଯୋଗ କରି ଏକ୍ସ (ପୂର୍ବ ନାମ ଟ୍ୱିଟର) ରେ ଲେଖିଛନ୍ତି , ଖବର ସତ। ରାଷ୍ଟ୍ରପତି ଭବନ ୯ ସେପ୍ଟେମ୍ୱରରେ ଜି-୨୦ ଡିନର ପାଇଁ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ପରିବର୍ତ୍ତେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖିଛି ।ଏବେ ସମ୍ୱିଧାନର ଅନୁଚ୍ଛେଦ ପଢ଼ା ଯିବ : ଭାରତ , ଅର୍ଥାତ୍ ଇଣ୍ଡିଆ , ରାଜ୍ୟ ଗୁଡ଼କର ସଂଘ ହେବ । ଏହି ସୂଚନା ପରେ ହିଁ ଏକ ବର୍ଗର ଲୋକେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବେଳେ ଆଉ କିଛି ବର୍ଗର ଲୋକ୍ ସମାଲୋଚନା ମଧ୍ୟ କରୁଛନ୍ତି।
ଭାରତ-ୟୁଏସର ସାମନା କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ଜିନପିଙ୍ଗ୍ , ଜି-୨୦ରୁ ଏଥିପାଇଁ ବାହାରି ଯାଇଛନ୍ତି ?
ଏହି ମଧ୍ୟରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖା ହୋଇଛି , ଭାରତ ମାତା କୀ ଜୟ । ତାଙ୍କ ବ୍ୟତୀତ କ୍ରିକେଟର ବିରେନ୍ଦ୍ର ସେହୱାଗ ମଧ୍ୟ ଭାରତ ନାମରେ ଖୁସି ଅନୁଭବ କରିଛନ୍ତି ଏବଂ କହିଛନ୍ତି କି ଇଣ୍ଡିଆ ନାମ ତ ଇଂରେଜଙ୍କ ଦ୍ୱାରା ଦିଆଯାଇ ଥିଲା। ସେହୱାଗ ଲେଖିଛନ୍ତି , ଟିମ୍ ଇଣ୍ଡିଆ ନୁହେଁ ଟିମ୍ ଭାରତ। ଚଳିତ ବର୍ଷ ଯେବେ ଆଣେ ବିଶ୍ୱକପ୍ରେ ଟିମ୍ର ଉତ୍ସାହ ବଢାଇବା ତ ଆମ ହୃଦୟରେ ଭାରତ ହେବା ଉଚିତ୍ । ଏହା ବ୍ୟତୀତ ଖେଳାଳିଙ୍କ ଜର୍ସିରେ ଇଣ୍ଡିଆ ବଦଳରେ ଭାରତ ଲେଖା ହେବା ଉଚିତ। ସେହୱାଗ ନିଜର ପୋଷ୍ଟ ସହ ବିସିସିଆଇ ସଚିବ ଜୟ ଶାହଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।
Team India nahin #TeamBharat.
— Virender Sehwag (@virendersehwag) September 5, 2023
This World Cup as we cheer for Kohli , Rohit , Bumrah, Jaddu , may we have Bharat in our hearts and the players wear jersey which has “Bharat” @JayShah . https://t.co/LWQjjTB98Z
ଅନ୍ୟପଟେ ଅମିତାଭ ବଚ୍ଚନ ଭାରତ ମାତା କୀ ଜୟ ବ୍ୟତୀତ ଆଉ କିଛି ବି ଲେଖି ନାହାନ୍ତି , କିନ୍ତୁ ଯେଉଁ ସମୟରେ ତାଙ୍କର ଏହି ପୋଷ୍ଟ ଆସିଛି, ଏହାକୁ ଭାରତ ବନାମ ଇଣ୍ଡିଆର ବିବାଦ ସହ ଯୋଡ଼ି ଯାଇ ଦେଖାଯାଉଛି।ତାଙ୍କର ପୋଷ୍ଟରେ ଲୋକଙ୍କର ଅନେକ ପ୍ରତିକ୍ରିୟା ବି ଆସିଛି। ଅନେକ ତାଙ୍କର ପୋଷ୍ଟକୁ ସମର୍ଥ କରି ବିରୋଧିଙ୍କ ଉପରେ ବର୍ଷି କହିଛନ୍ତି ଅଧିକ ଚିନ୍ତା କରିବା ଆବଶ୍ୟକ ନାହିଁ। ସେପଟେ ଆଉ ଏକ ବର୍ଗ, ଯିଏକି ଅମିତାଭ ବଚ୍ଚନଙ୍କୁ ବି ପରାମର୍ଶ ଦେଉଛନ୍ତି।