ପ୍ରମୂଖ ଖବର
  • ନବୀନ ନିବାସରେ ରାଜ୍ୟପାଳ, ବିରୋଧୀ ଦଳ ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
  • ||
  • କେନ୍ଦୁଝର :ବିଦ୍ୟୁତ୍ ଜନିତ ଅଘଟଣ; ଝିଆରୀ ବଞ୍ଚିଗଲା, ବଞ୍ଚାଇବାକୁ ଯାଇ ବଡ଼ବାପା ଚାଲିଗଲେ
  • ||
  • ସୁନ୍ଦରଗଡ଼ : ଗଛରେ ପିଟିହୋଇ ଓଲଟିଲା ପିକଅପ୍ ଗାଡ଼ି; ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଭୁବନେଶ୍ଵର ; ଭିଜିଲାନ୍ସ ଜାଲରେ ପୁଲିସ ବାବୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା ଏସଆଇ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଓଲଟିଲା କ୍ଷୀର ବୋଝେଇ ଟ୍ୟାଙ୍କର, ଲକ୍ଷାଧିକ ଟଙ୍କର କ୍ଷୀର ନଷ୍ଟ
  • ||
  • ଭଦ୍ରକ : ଧାମନଗରରେ ବନ୍ୟା, ୪ ପଞ୍ଚାୟତରେ ୨୫ ସ୍କୁଲ ଓ ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି ୨ ଦିନ ଛୁଟି
  • ||
  • ଯାଜପୁର : କାଣୀ ନଦୀରେ ୩୦ ଫୁଟର ଘାଇ, ଏକାଧିକ ପଞ୍ଚାୟତରେ ପଶିଲା ପାଣି
  • ||
  • ସଡ଼କ ଦୁର୍ଘଟଣା; ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍, ୮ ମୃତ, ୪୦ ଆହତ
  • ||
  • ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପରଲୋକ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ବିଜେପି ସଭାପତିଙ୍କ ଶୋକ
  • ||
  • ଆସୁଛି ଆଉ ଏକ ଲଘୁଚାପ;୨୯ ଯାଏ ପ୍ରବଳ ବର୍ଷା ଆଶଙ୍କା, ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

'ଜେଲରୁ ସରକାରଙ୍କ ବିକଳ୍ପ ଚାହୁଁଛନ୍ତି'..ପିଏମ୍‌-ସିଏମ୍‌ଙ୍କୁ ହଟାଇବା ବିଲ୍‌ ଉପରେ ବିରୋଧୀଙ୍କୁ ଘେରିଲେ ଅମିତ୍‌ ଶାହ

Published By : Ankita S | August 25, 2025 11:19 AM

ନୂଆଦିଲ୍ଲୀ,୨୫/୦୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌, ଉପରାଷ୍ଟ୍ରପତି ନିର୍ବାଚନ ଓ ବିରୋଧୀଙ୍କ ଅଭିଯୋଗକୁ ନେଇ ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇଛନ୍ତି । ଏ ତମାମ ବିଷୟକୁ ନେଇ ସେ ଆଲୋଚନା କରିଛନ୍ତି । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ବିରୋଧରେ ବିରୋଧୀଙ୍କ ମତ ଉପରେ ଶାହ କହିଛନ୍ତି, ବିରୋଧୀ ଚେଷ୍ଟା କରୁଛନ୍ତି, ଯଦି ସେମାନେ କେବେ ଜେଲ୍ ଯାଆନ୍ତି ତେବେ ଜେଲରୁ ସହଜରେ ସରକାର ଗଠନ କରିପାରିବେ । ସେମାନେ ଜେଲକୁ ପିଏମ୍‌-ସିଏମ୍‌ ହାଉସ୍ କରିଦେବେ । ଡିଜିପି, ମୁଖ୍ୟ ଶାସନ ସଚିବ, କ୍ୟାବିନେଟ୍ ସଚିବ କିମ୍ବା ଗୃହ ସଚିବ ଜେଲରୁ ହିଁ ଆଦେଶ ଦେବେ । ଏମିତି ହୋଇପାରିବ ନାହିଁ ।' ଅମିତ ଶାହ ଦାବି କରିଛନ୍ତି ଯେ କଂଗ୍ରେସର କିଛି ଲୋକ ଏହି ବିଲ୍‌କୁ ସମର୍ଥନ କରିବେ ଯାହା ଦ୍ୱାରା ବିଲ୍ ସହଜରେ ପାସ୍ ହୋଇଯିବ । ସେହିପରି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ବାବଦରେ ଶାହ କହିଛନ୍ତି, ଏହା ସ୍ପଷ୍ଟ ଯେ ଏହାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା ।

ବିରୋଧୀଙ୍କୁ କଟାକ୍ଷ କରି ଗୃହମନ୍ତ୍ରୀ କହିଛନ୍ତି, "ଲାଲୁ ଯାଦବଙ୍କୁ ବଞ୍ଚାଇବା ପାଇଁ ମନମୋହନ ସିଂହ ଆଣିଥିବା ଅଧ୍ୟାଦେଶକୁ ଚିରି ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ଯୁକ୍ତି କ’ଣ ଥିଲା ? ଯଦି ସେଦିନ ନୈତିକତା ଥିଲା, ତେବେ ଆଜି ନାହିଁ କାରଣ ଆପଣ ଲଗାତାର ୩ଟି ନିର୍ବାଚନ ହାରିଛନ୍ତି ? ମୁଁ ବିଶ୍ୱାସ କରେ ଯେ ଏହା ଗୃହୀତ ହେବ । କଂଗ୍ରେସ ଦଳ ଏବଂ ବିରୋଧୀ ଦଳରେ ଅନେକ ଲୋକ ନୈତିକତାକୁ ସମର୍ଥନ କରିବେ ଏବଂ ନୈତିକତାର ଆଧାର ବଜାୟ ରଖିବେ । ବିରୋଧୀ ଯେଉଁ ଆଇନ୍‌ରୁ ବିରୋଧ କରୁଛନ୍ତି ଯଦି ତାହା ପୂର୍ବରୁ ହୋଇଥାଆନ୍ତା ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ ହୋଇଥିଲା ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା " ।

'ଏହାକୁ ଲମ୍ବା କରିବା ଅନୁଚିତ୍'- ଜଗଦୀପ ଧନଖଡ଼ଙ୍କ ଅଚାନକ ଇସ୍ତଫା ବାବଦରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି,  ଜଗଦୀପ ଧନଖଡଙ୍କ ଇସ୍ତଫା ସମ୍ପୂର୍ଣ୍ଣ ସ୍ପଷ୍ଟ । ଏହାର କାରଣ ସ୍ୱାସ୍ଥ୍ୟଗତ ସମସ୍ୟା । ସେ ତାଙ୍କ କାର୍ଯ୍ୟକାଳରେ ବହୁତ ଭଲ କାମ କରିଛନ୍ତି । କିଛି ବିରୋଧୀ ନେତା ଧନଖଡ଼ଙ୍କୁ 'ନଜରବନ୍ଦୀ' କରି ରଖାଯାଇଥିବା ଦାବି କରିଛନ୍ତି । ସତ ଏବଂ ମିଛର ବାଖ୍ୟା କେବଳ ବିରୋଧୀଙ୍କ ବୟାନ ଉପରେ ନିର୍ଭର ହେବା କଥା ନୁହେଁ । ଏହାକୁ ଅଧିକ ବଡ଼ କରିବା ଅନୁଚିତ୍ 

ଅଧିକ ପଢନ୍ତୁ...ପିଏମ୍‌-ସିଏମ୍‌ଙ୍କୁ ହଟାଇବା ବିଲ୍‌ ଉପରେ ଜେପିସିକୁ ନେଇ ବିରୋଧୀଙ୍କ ମଧ୍ୟରେ ମଦଭେଦ, ଦୁଇ ଭାଗରେ 'ଇଣ୍ଡି' ମେଣ୍ଟ, ଜାଣନ୍ତୁ କିଏ କାହା ସପକ୍ଷରେ ?

କ'ଣ କହିଲେ ବିରୋଧୀ ? ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍‌ ଉପରେ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ମତକୁ ନେଇ କଂଗ୍ରେସ ନେତା ଉଦିତ୍ ରାଜ୍ କହିଛନ୍ତି,''ଏନ୍‌ଡିଏର ଅନେକ ନେତା ଅଛନ୍ତି ଯିଏକି ଏହି ବିଲ୍‌କୁ ପସନ୍ଦ କରୁନାହାନ୍ତି । ଏହି ବିଲ୍ ବିରୋଧୀଙ୍କ ବିରୋଧରେ ଦୂରୁପଯୋଗ କରିବାକୁ ପ୍ରସ୍ତୁତ ହୋଇଛି । ବିରୋଧୀଙ୍କୁ ଫସାଇବାକୁ ହୋଇଛି । ସବୁ ନାଟକ କରୁଛନ୍ତି କି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ପିଏମ୍‌ଙ୍କୁ କିଏ ଛୁଇଁବ । ପୂରା ସିଷ୍ଟମ ତ ତାଙ୍କ ଗୁଲାମ ।''

ସେହିପରି ଅମିତ୍ ଶାହଙ୍କୁ ବୟାନକୁ ନେଇ ଆରଜେଡି ସାଂସଦ ମନୋଜ ଝା କହିଛନ୍ତି, ''ସମସ୍ତଙ୍କୁ ଏକାଠୀ ନେଇ ଚାଲିବା ତାଙ୍କ କ୍ଷମତାରେ ନାହିଁ । ସେମାନେ ବିରୋଧୀମୁକ୍ତ ଲୋକତନ୍ତ୍ର କରିବାକୁ ଚେଷ୍ଟା କରୁଛନ୍ତି । କ'ଣ ନିକଟରେ ସୁପ୍ରିମକୋର୍ଟ ଇଡିକୁ ନେଇ ଦେଇଥିବା ଟିପ୍ପଣୀ ଅମିତ୍ ଶାହ ଶୁଣିଛନ୍ତି କି ? ନା ଶୁଣି ନଶୁଣିଲା ପରି ବ୍ୟବହାର କରୁଛନ୍ତି । ଯେଉଁଥିରେ ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ କହିଥିଲେ ତୁମେ ତ ରାଜନୈତିକ ଦଳ ପରି ବ୍ୟବହାର କରୁଛ ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.