ପ୍ରମୂଖ ଖବର
  • ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ
  • ||
  • ନନ୍ଦନକାନନରେ ଆଖି ବୁଜିଲା ନାଲି ବାଘୁଣୀ 'ସାରା', ବୟସାଧିକ କାରଣରୁ ମୃତ୍ୟୁ
  • ||
  • ଅଷ୍ଟାଦଶ ଲୋକସଭା ଅଧିବେଶନ, ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
  • ||
  • ଜୁଲାଇ ୯ରୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ବଣ୍ଟନ: ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ତ୍ରୁଟି ସଂଶୋଧନ ପାଇଁ ଆବେଦନ
  • ||
  • ମାନହାନି ମାମଲା: ରାହୁଲଙ୍କୁ ଜୁଲାଇ ୨ରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ
  • ||
  • ଟି-୨୦ ବିଶ୍ବକପ୍ ୨୦୨୪, ଆଫଗାନର ସ୍ବପ୍ନ ଧୂଳିସାତ,ଫାଇନାଲ୍ରେ ଦକ୍ଷିଣ. ଆଫ୍ରିକା
  • ||
  • ଟି-୨୦ ବିଶ୍ୱକପ୍ ସେମି ଟକ୍କର: ଇଂଲଣ୍ଡ- ଭାରତ ମହାମୁକାବିଲା, ବର୍ଷା ସାଜିପାରେ ଖଳନାୟକ
  • ||
  • ଅଣସର ଘରେ ଚାଲିଛି ଗୁପ୍ତ ଉପଚାର, ଆଜି ଚତୁର୍ଦ୍ଧାବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରି ତେଲ
  • ||
  • ରାଜ୍ୟରେ ବଦଳିଲା ପାଗ: ୪ ଦିନ ଭଲ ବର୍ଷା,୨ ଦିନ ହେବ ପ୍ରବଳ ଛେଚିବ
  • ||

ପ୍ୟାରିସ ଅଲିମ୍ପିକ୍ସ ପାଇଁ ହକି ଇଣ୍ଡିଆର ପ୍ରସ୍ତୁତି: ଅଲିମ୍ପିକ୍ସ ଦଳରେ ଅମିତଙ୍କୁ ମିଳିପାରେ ସୁଯୋଗ

ଭୁବନେଶ୍ୱର,୨୧/୦୬:  ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବ  ପ୍ୟାରିସ ଅଲିମ୍ପିକ୍ସ । ଟୋକିଓ ଅଲିମ୍ପିକ୍ସରେ  ବ୍ରୋଞ୍ଜ ବିଜେତା ଭାରତୀୟ ପୁରୁଷ ଦଳ  ପ୍ୟାରିସରେ ମଧ୍ୟ ପଦକ ସଫଳତା  ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ।  ଆସନ୍ତାକାଲି ଠାରୁ ଜୁଲାଇ ୮ ତାରିଖ  ପର୍ଯ୍ୟନ୍ତ ବେଙ୍ଗାଲୁରୁ ସାଇ କେନ୍ଦ୍ରରେ  ଆୟୋଜିତ ହେବାକୁ ଯାଉଛି ଜାତୀୟ  ପ୍ରଶିକ୍ଷଣ ଶିବିର । ଏଥିପାଇଁ ୨୭ ଜଣିଆ  ଖେଳାଳି ତାଲିକା ହକି ଇଣ୍ଡିଆ ପକ୍ଷରୁ  ଘୋଷଣା ହୋଇଛି । ଏହି ତାଲିକାରେ  ଜଣେ ମାତ୍ର ଓଡ଼ିଆ ଭାବେ ଡିଫେଣ୍ଡର  ଅମିତ ରୋହିଦାସ ସ୍ଥାନ ପାଇଛନ୍ତି । 

ଜୁଲାଇ ୮ ତାରିଖ ପରେ ୨୭ ଜଣିଆ  ଦଳରୁ ଚୂଡ଼ାନ୍ତ ଅଲିମ୍ପିକ୍ସ ଦଳ ଘୋଷଣା  ହେବ । ଯାହା ଆଶା ରହିଛି ଅମିତ  ଏହି ଦଳରେ ସ୍ଥାନ ବଜାୟ ରଖିବେ ।  ଗତ ଟୋକିଓ ଅଲିମ୍ପିକ୍ସରେ ୨ ଓଡ଼ିଆ  ବୀରେନ୍ଦ୍ର ଲାକ୍ରା ଓ ଅମିତଙ୍କ ଭାରତୀୟ  ଦଳରେ ସ୍ଥାନ ପାଇଥିଲେ । ବୀରେନ୍ଦ୍ର ପ୍ରଥମ କିଛି ମ୍ୟାଚ୍‌ ପରେ ବିଶ୍ରାମ  ପାଇଥିଲେ । କିନ୍ତୁ ଅମିତଙ୍କ ପ୍ରଦର୍ଶନ  ଭଲ ରହିଥିଲା । ସେ ଭେଟେରାନ  ଗୋଲକିପର ପିଆର ଶ୍ରୀଜେଶଙ୍କ ସହ  ଉପଯୁକ୍ତ ସମନ୍ୱୟ ରଖି ଦଳକୁ ଦୀର୍ଘ  ଚାରି ଦଶନ୍ଧି ପରେ ପଦକ ଜିତାଇବାରେ  ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଧୀରେ ଧୀରେ ଜାତୀୟ ସିନିୟର  ଦଳରୁ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ୱ  ହ୍ରାସ ପାଇବାରେ ଲାଗିଛି । ବୀରେନ୍ଦ୍ରଙ୍କ  ପରେ ଅମିତ ହିଁ ଏକମାତ୍ର ଖେଳାଳି  ଭାବେ ଦଳରେ ନିୟମିତ ସ୍ଥାନ ପାଇ  ଆସୁଛନ୍ତି । କିନ୍ତୁ ତାଙ୍କ ପରେ ଏହି ସ୍ଥାନ  କିଏ ପୂରଣ କରିବେ ତାହା ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି । ଏ ଦିଗରେ  ଓଡ଼ିଶା ହକି ସଂଘ ଏବଂ ରାଜ୍ୟ ସରକାର  ଚିନ୍ତା କରିବାର ଆବଶ୍ୟକତା ରହିଛି ।  

ଭାରତୀୟ ଦଳ: ଗୋଲକିପର-କ୍ରିଷନ ବାହାଦୂର ପାଠକ, ପିଆର  ଶ୍ରୀଜେଶ, ସୁରଜ କାର୍କେରା । ଡିଫେଣ୍ଡର-ହର୍ମନପ୍ରୀତ ସିଂହ, ଜର୍ମନପ୍ରୀତ ସିଂ,  ଅମିତ ରୋହିଦାସ, ଯୁଗରାଜ ସିଂ,  ସଞ୍ଜୟ, ଅମିର ଅଲି । ମିଡଫିଲ୍ଡର-ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ବିବେକ  ସାଗର ପ୍ରସାଦ, ସୁମିତ, ସାମଶେର  ସିଂ, ନୀଳକଣ୍ଠ ଶର୍ମା, ରାଜକୁମାର  ପାଲ, ବିଷ୍ଣୁକାନ୍ତ ସିଂ, ଆକାଶଦୀପ ସିଂ,  ମହମ୍ମଦ ରାହିଲ ହୁସେନ, ମନଦୀପ ସିଂ,  ଲଳିତ କୁମାର ଉପାଧ୍ୟାୟ, ଅଭିଷେକ,  ଦିଲପ୍ରୀତ ସିଂ, ସୁଖଜିତ ସିଂ, ଗୁରଜନ୍ତ  ସିଂ, ବବି ସିଂ ଧାମି, ଅରଇଜି ସିଂ ହୁଣ୍ଡାଲ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.