ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଭୁଲ ଇଞ୍ଜେକ୍ସନ ଯୋଗୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

Published By : Prameya | October 22, 2024 10:43 PM

ନବରଙ୍ଗପୁର /ପାପଡାହାଣ୍ଡି ,୨୨।୧୦ : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭାଟିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭୁଲ ଇଞ୍ଜେକ୍ସନ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳା ଜଣକ ହେଲେ ତାମ୍ଭ ସାନ୍ତା(୨୦)।

 ସୂଚନା ଅନୁଯାୟୀ ଭାଟିକୋଟ ଗ୍ରାମର ଚାଉ କୁମାର ସନ୍ତାଙ୍କ ସ୍ତ୍ରୀ ତାମ୍ଭ ସାନ୍ତା ଗତ ତିନି ମାସ ତଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ପ୍ରସୂତି ହୋଇଥିଲେ ।  ସେଠାରେ ତାମ୍ଭ ସାନ୍ତାଙ୍କୁ ଦୁଇଟି ଯାଆଳାଁ ଛୁଆ ଜନ୍ମ ହୋଇଥିଲେ । ଗତ ୧୫ ଦିନ ପରେ ତମ୍ବା ସାନ୍ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଲାଗିଲା। ଘର ଲୋକ ତମ୍ବାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଦେଖାଇବା ପରେ ଡାକ୍ତର ତାଙ୍କ ଦେହ ରେ ରକ୍ତ ର ଅଭାବ ନେଇ କହିଥିଲେ।  କିଛି ଔଷଧ ଦେଇଥିଲେ ଓ କିଛି ଦିନ ପରେ ଆସି ଦେଖା କରିବାକୁ କହିଥିଲେ । ଏହା ପରେ ସେ ଘରେ ଔଷଧ ଦେଇ ଉପଚାର କରୁଥିଲେ । ଆଜି ମାତୃ ଦିବସ ଉପଲକ୍ଷେ ଚେରଚେଟା ଏଏନଏମ ଓ ଅଙ୍ଗନବାଡି ତାମ୍ବ ସାନ୍ତା ଘରକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ।

ତାମ୍ଭ ସାନ୍ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ ଏଏନଏମ ଦିଦି ଦୁଇଟି ଇଞ୍ଜେକ୍ସନ ଦେଇଥିଲେ ଓ କିଛି ଔଷଧ ଦେଇଥିଲେ ।  ଏହା ବାବଦରେ ୧୫୦୦ ଟଙ୍କା ମାଗିଥିଲେ ।  ଏକ ହଜାର ଟଙ୍କା ଦେଇଥିଲି।. ଏହାର ୧୫  ମିନିଟ ସମୟ ପରେ ତାମ୍ବର ମୃତ୍ୟୁ ଘଟିଥିଲା ।  ଭୁଲ ଇଞ୍ଜେକ୍ସନ ଯୋଗୁ ମୋର ସ୍ତ୍ରୀର ମୃତ୍ୟୁ ହୋଇଛି।  ଏହାର ତଦନ୍ତ କରିବା ପରେ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି କହିଛନ୍ତି । ଏନେଇ ପାପଡାହାଣ୍ଡି ଥାନା ରେ ଅଭିଯୋଗ ହେବା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ପୋଲିସ ଦିଆଯାଇଥିବା ଇଂଜେକସନ ଓ  ଔଷଧକୁ ଜବତ କରିଛିନ୍ତି । ଅତିରିକ୍ତ ତହସିଲଦାର ସସ୍ମିତା ଜେନା, ଉପସ୍ଥିତ ରେ ଏସଡିପିଓ ମିନାକ୍ଷୀ ଠାକୁର, ଥାନା ଅଧିକାରୀ ଦୀପକ କୁମାର ଜେନା, ଘଟଣାସ୍ଥଳ ପହଁଚି ତଦନ୍ତ ଆରମ୍ଭ କରିଛି। ଶଵ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଲି ତଦନ୍ତ ଅଧିକାରୀ ସନ୍ତୋଷ କୁମାର ମାଝୀ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.