କାଶୀପୁର, ୭।୫ : ଘର ଆଗରେ ରଖିଥିଲେ ଅଟୋ। ସକାଳୁ ଦେଖିଲା ବେଳକୁ ଅଟୋ ନାହିଁ। ରାତିରେ ଚୋରି କରି ନେଇଗଲେ ଦୁର୍ବୃତ୍ତ। ଏ ନେଇ ଅଟୋ ମାଲିକ ଥାନାରେ ଅଭିଯୋଗ କରିଛନ୍ତି। କାଶୀପୁର ବ୍ଲକ ଟିକିରି ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି।
ଅଟୋ ମାଲିକ ମୁରଲୀ ନାଏକ ସବୁଦିନ ଭଳି ଶନିବାର ରାତିରେ ଷ୍ଟେସନ ରାସ୍ତା ପାଖ ନିଜ ଘର ଆଗରେ ଅଟୋ ( ନଂ . ଓଡି-୧୮-ଡି-୭୯୨୫)କୁ ପାର୍କିଂ କରି ଶୋଇ ଯାଇଥିଲେ ।ସକାଳୁ ଉଠି ଦେଖିଲା ବେଳକୁ ଅଟୋ ନ ଥିଲା। ଏ ନେଇ ଅଟୋ ମାଲିକ ଟିକିରି ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଗତ କିଛି ଦିନ ତଳେ ଟିକିରି ଦୋରା ସାହି ନିକଟ ଏବଂ ନକଟି ଗୁଡ଼ା ପଞ୍ଚାୟତର ଏକ ସ୍ଥାନରୁ ମଧ୍ୟ ଚୋରି ହୋଇଛି।