ପ୍ରମୂଖ ଖବର
  • ଭଦ୍ରକ ମାଟ୍ରିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୃତୀୟ ଓ ବ୍ଲକ ଟପ୍ପର ଦେବିରାଣୀ ସାହୁ
  • ||
  • ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ; ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
  • ||
  • ଗଞ୍ଜାମ : କୋଠ ହିସାବକୁ ନେଇ ଫୁଲଟା ଗ୍ରାମରେ ବୋମା ମାଡ଼, ଦୁଇ ପ୍ଲାଟୁନ ପୋଲିସ ମୁତୟନ
  • ||
  • ବଲାଙ୍ଗୀର : ରେଲ୍ ୱେ ଟ୍ରାକ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ବାଂଶବାଗରେ ଜମିବାଡି ବିବାଦରୁ ଘରପୋଡି ଅଭିଯୋଗ, ଜଳିଗଲା ନଗଦ ଟଙ୍କା ସହ ଅଳଙ୍କାର ଏବଂ କାଗଜପତ୍ର
  • ||
  • ରାୟଗଡ଼ାରେ ଡବଲ୍‌ ମର୍ଡର, ଜମିଜମା ବିବାଦକୁ ନେଇ ହତ୍ୟା ହୋଇଥିବା ସନ୍ଦେହ
  • ||
  • କଟକ : କ୍ଷୀର ବୋଝେଇ ପିକଅପ୍‌ ଭ୍ୟାନ୍ ସହ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ
  • ||

ଅସଲି ସୁନାନେଇ ନକଲି ଦେଇ ଚମ୍ପଟ ମାରିଥିବା ଚାରି ଠକ ମହିଳା ଗିରଫ; ସୁନା ମାଳି ଜବତ

Published By : Bijay Swain | May 2, 2025 11:33 PM

କାଶୀପୁର ୦୨/୦୫: ସୁନା ମାଳି ଗୁନ୍ଥି ଦେବା ଆଳରେ ଅସଲି ସୁନାନେଇ ନକଲି ଦେଇ ଲୋକଙ୍କୁ ଠକୁଥିବା ଚାରି ମହିଳାଙ୍କୁ ରାୟଗଡ଼ା ବ୍ଲକ ଜେମାଦେଇ ପେଣ୍ଠ ଅଞ୍ଚଳରୁ ଗିରଫ କରିଛି କାଶୀପୁର ଥାନା ପୁଲିସ। ଅଭିଯୁକ୍ତମାନେ ଛତିଶଗଡ଼ ଅଞ୍ଚଳର ହୋଇଥିବାବେଳେ ଏମାନଙ୍କ ଠାରୁ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୁଲିସ। 

ଯାଯାବର ଶ୍ରେଣୀର ଏହି ମହିଳା ମାନେ ଗତ ବୁଧବାର ଚୁଡ଼ି ବିକିବା ଆଳରେ କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଲଦାଖମନ ଗ୍ରାମକୁ ଯାଇଥିଲେ। ମାଳି ଗୁନ୍ଥିଦେବା ପାଇଁ କହି ଗ୍ରାମର ଲାବଣ୍ୟ ଗୌଡ଼ଙ୍କ   ସୁନା ମାଳି ନେଇଥିଲେ। ଗୁନ୍ଥିବା ବାହାନା କରି ଅସଲି ସୁନା ବଦଳରେ ନକଲିକୁ ଏକ ପ୍ଲାଷ୍ଟିକ ଡବା ଭର୍ତ୍ତି କରି ଲାବଣ୍ୟକୁ ଦେଇଥିଲେ। ଏଥିପାଇଁ କିଛି ଟଙ୍କା ମଧ୍ୟ ନେଇଥିଲେ। କୌଶଳକ୍ରମେ ନକଲି ସୁନାକୁ ଦେଇ ତୁରନ୍ତ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। 

ସୁନା ମାଳି ନକଲି ବୋଲି ଜଣା ପଡିବା ପରେ ଲାବଣ୍ୟ ଗୌଡ଼ ଘଟଣା ସମ୍ପର୍କରେ କାଶୀପୁର ଥାନାରେ ଏତଲା ଥିଲେ। ଏଥିରେ ପୁଲିସ ତତ୍ପରତା ପ୍ରକାଶ କରି ବିଭିନ୍ନ ଥାନାକୁ ଜଣାଇ ଛାନଭିନ କରିବା ପରେ ଠକ ଦଳ ଜେମାଦେଇ ପେଣ୍ଠ ଅଞ୍ଚଳରେ ଥିବାର ଜଣାଯାଇଥିଲା। ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯିବା ସହ ଠକି ନେଇଥିବା ସୁନା ମାଳିକୁ ଜବତ କରିଥିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ପୁଲିସ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.