ପ୍ରମୂଖ ଖବର
  • ମେ ୨୭ରେ କେରଳ ଛୁଇଁବ ମୌସୁମୀ ବାୟୁ ! ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗପଛ ହୋଇପାରେ
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌, ୧୭ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ : ମହାନଦୀ କୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଭଦ୍ରକ : ତୋଟା ସାହିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୬ ବଖରା ଘର
  • ||
  • ବୈଦେଶିକ ମନ୍ତ୍ରାଳୟ ଓ ସେନା ପକ୍ଷରୁ ମିଳିତ ପ୍ରେସ୍‌ମିଟ୍‌, ସୀମାନ୍ତ ରାଜ୍ୟକୁ ଡ୍ରୋନରେ ଟାଗେର୍ଟ କରୁଛି ପାକ୍
  • ||
  • ସେଲ୍‌ଫି ପ୍ରତିଯୋଗିତାର ବିଜେତାଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
  • ||
  • ରାଜ୍ୟରେ ସମସ୍ତ ଜିଲ୍ଲାପାଳ ଓ IPSଙ୍କ ଛୁଟି ବାତିଲ, ହେଡକ୍ଵାଟର୍ ନଛାଡ଼ିବାକୁ ନିର୍ଦ୍ଦେଶ
  • ||
  • ରାଜଧାନୀରେ ବାର୍‌ ଉପରକୁ ଗୁଳି ଏବଂ ବୋମାମାଡ଼, ଜଣେ ଗୁରୁତର
  • ||
  • ଏମ୍‌ସ ଭୁବନେଶ୍ୱର କର୍ମଚାରୀଙ୍କ ଛୁଟି ବାତିଲ, ଛୁଟିରେ ଥିଲେ ତୁରନ୍ତ ଯୋଗଦେବାକୁ ନିର୍ଦ୍ଦେଶ
  • ||
  • ରାଜୌରୀ ଅତିରିକ୍ତ ଜିଲ୍ଲା ଉନ୍ନୟନ କମିଶନରଙ୍କ ଘର ଉପରକୁ ପାକିସ୍ତାନର ଆକ୍ରମଣ, ଅଧିକାରୀଙ୍କ ସମେତ ୨ ମୃତ
  • ||
  • ରଣପୁର ଆକାଶରେ ଉଡିଲା ଡ୍ରୋନ୍: ଲୋକେ ଛାନିଆ, ପୁଲିସକୁ ଦେଲେ ସୂଚନା
  • ||
  • ଫୁଲବାଣୀ : ବାଇକ୍‌ ଆରୋହୀଙ୍କୁ ଚାପିଦେଲା ବସ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଯୁଦ୍ଧ ପରିସ୍ଥିତି ଭିତରେ ପାକିସ୍ତାନରେ ଭୂକମ୍ପ, ରେକ୍ଟର ୪.୦ ତୀବ୍ରତା ରେକର୍ଡ
  • ||
  • ରାଜ୍ୟରେ୧୪ ଯାଏ କଲବଲ କରିବ ଗ୍ରୀଷ୍ମଲହରି, ନାକେଦମ୍‌ କରିବ ଗୁଳୁଗୁଳି
  • ||

ଜିଆଇଇଟି ବିଶ୍ଵବିଦ୍ୟାଳୟରେ ଅଗ୍ନିକାଣ୍ଡ : କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ଅଧାରୁ ବନ୍ଦ ହେଲା ଓଜେଇ ପରୀକ୍ଷା

Published By : Prameya | May 10, 2025 5:58 PM

ଗୁଣପୁର,୧୦l୫(ଆପ୍ର)-ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥିତ ଜିଆଇଇଟି ବିଶ୍ଵବିଦ୍ୟାଳୟର   ସିଏସଇ ବିଭାଗର କମ୍ପ୍ୟୁଟର ଲ୍ୟାବରେ  ଶନିବାର ଅପରାହ୍ନରେ  ଅଗ୍ନିକାଣ୍ଡ  ଘଟିଛି। ଏହି ଅଗ୍ନିକାଣ୍ଡରେ ପାୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି।  ଏହି ସମୟରେ ଓଜେଇ ପରୀକ୍ଷା  ଚାଲୁଥିବାରୁ ଏହାକୁ  ଅଧାରୁ ବନ୍ଦ କରାଯାଇଛି। 

ଜିଆଇଇଟି ବିଶ୍ଵବିଦ୍ୟାଳୟର ପାଞ୍ଚ ମହଲାରେ  ଥିବା    (ସିଏସଇ) ବିଭାଗର କମ୍ପ୍ୟୁଟର ଲ୍ୟାବରେ    ହଠାତ ନିଆଁ ଲାଗିଯାଇଥିଲା। ଖବର ପାଇ ଗୁଣପୁର ଅଗ୍ନିଶମ ବାହିନୀର  ଅଧିକାରୀ  ରଜନୀ କାନ୍ତ ଗୌଡ଼ ସଦଳେ ବଳେ  ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା ଲ୍ୟାବରେ ସର୍ଟ ସର୍କିଟରୁ ଏହିଭଳି  ଘଟଣା ଘଟିଥିବା କୁହାଯାଇଛି ।

ଏଥିରେ ଲ୍ୟାବରେ ଥିବା ୧୪ଟି କମ୍ପ୍ୟୁଟର ଟେବୁଲ୍, ଚେୟାର ,  ସିଲିଂ ସର୍ଭର ରୁମ ପୋଡ଼ି ନଷ୍ଟ ହୋଇଯାଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି  ବିଶ୍ବବିଦ୍ୟାଳୟର ଡିନ  ପ୍ରଶାସନ ଡଃ ଏନ. ଭି.ଜେ. ରାଓ  ସୂଚନା ଦେଇଛନ୍ତି  । ଅଗ୍ନିକାଣ୍ଡ କାରଣରୁ ଶନିବାର ଚାଲିଥିବା  ଓଜେଇ ପରୀକ୍ଷା ଅଧାରୁ ବନ୍ଦ କରି ଦିଆଯାଇଥିଲା ।  ଶହେ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷା   ସରିବା ପାଇଁ  ଆଉ ମାତ୍ର ୪୦ ମିନିଟ ରହିଥିଲା।  ତେବେ ନିରାପତ୍ତା ଦୃଷ୍ଟିରୁ  ତାହା ବନ୍ଦ କରାଯାଇଛି । ଏହା ସହ ଦ୍ଵିତୀୟ ସିଫ୍ଟରେ ଥିବା ପରୀକ୍ଷାକୁ ମଧ୍ୟ ବନ୍ଦ କରି ଦିଆଯାଇଛି   । ଅଗ୍ନିକାଣ୍ଡରେ କ୍ଷତି ପରିମାଣ ଅଗ୍ନିଶମ ବିଭାଗ ଆକଳନ କରିବା ପରେ ଜଣାପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.