ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରାଜ୍ୟର ୩୦ ଜିଲ୍ଲାକୁ ଛୁଇଁଲା ମୌସୁମୀ: ଆଜି କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷିପାରେ, ୨୭ରେ ଲଘୁଚାପ

ଭୁବନେଶ୍ୱର,୨୨/୦୬: ଦୀର୍ଘଦିନ ଧରି ମାଲକାନଗିରିରେ ଅଟକି ରହିଥିଲା । ସେଠାରୁ ଆଗଉ ନଥିଲା । ଶୁକ୍ରବାର ଆଗକୁ ବଢ଼ିଛି ମୌସୁମୀ। ପାଗ ଅନୁକୂଳ ରହିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୁଣି ସକ୍ରିୟ ହେବା ସହ ସମସ୍ତ ୩୦ ଜିଲ୍ଲାରେ ପ୍ରବେଶ କରିଛି ।  ୨୪ ଜିଲ୍ଲାକୁ ସମ୍ପୂର୍ଣ୍ଣ ଛୁଇଁଥିବାବେଳେ ୬ ଜିଲ୍ଲାକୁ  ଆଂଶିକ ପ୍ରବେଶ କରିଛି । ଗତ ୨୪ ଘଣ୍ଟାରେ ମୌସୁମୀ  ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । 

୨୪ ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ଅଗ୍ରସର ହୋଇଥିବା  ଆଜି ପାଣିପାଗ ବିଭାଗ ସୂଚନା ଦେଇଛି । ହେଲେ  ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା,  ବାଲେଶ୍ୱର ଓ ସମ୍ବଲପୁର ଜିଲ୍ଲାର କିଛି ଅଞ୍ଚଳକୁ  ମୌସୁମୀ ସ୍ପର୍ଶ କରିଛି । ବାକି ଥିବା ଅଂଶକୁ ୨୪ ତାରିଖ  ସୁଦ୍ଧା ମୌସୁମୀ ପହଞ୍ଚିପାରେ ବୋଲି ସୋଆ ଜଳବାୟୁ  ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ  ପୂର୍ବାନୁମାନ କରିଛନ୍ତି ।  

ଡ. ସାହୁଙ୍କ କହିବାନୁସାରେ ଆସନ୍ତା ୨୬  ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି । ଆସନ୍ତା ୨୭  କିମ୍ବା ୨୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ  ହୋଇପାରେ । ଏହା ପ୍ରଭାବରେ ୨୭ରୁ ଦକ୍ଷିଣ  ଓଡ଼ିଶାରେ ବର୍ଷା ହେବ । ୨୮ରୁ ଉତ୍ତର ଓଡ଼ିଶାରେ ବର୍ଷା  ବଢ଼ିପାରେ । କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।  

ମୌସୁମୀ ପ୍ରଭାବରେ ଶୁକ୍ରବାର ରାଜ୍ୟର  ଅଧିକାଂଶ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇଛି ।  ଖୋର୍ଦ୍ଧାରେ ସର୍ବାଧିକ ୬୫ ମିଲିମିଟର ବର୍ଷା ହୋଇଛି ।  ରାଉରକେଲାରେ ୫୬ ମିମି, ଦାରିଙ୍ଗିବାଡ଼ିରେ  ୩୮, ତାଳଚେରରେ ୩୫, ସୋନପୁରରେ ୨୪.୮,  ବୌଦ୍ଧରେ ୨୩, ପାରାଦୀପରେ ୧୮, ଟିଟିଲାଗଡ଼ରେ  ୧୬.୨, ଢେଙ୍କାନାଳରେ ୧୫.୨, ଫୁଲବାଣୀରେ ୫.୮,  ଭୁବନେଶ୍ୱରରେ ୬.୩, ଗୋପାଳପୁରରେ ୩ ମିମି ବର୍ଷା  ହୋଇଛି ସନ୍ଧ୍ୟା ସୁଦ୍ଧା । 

ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୦୮  ମିମି ବର୍ଷା ହୋଇଥିବାବେଳେ ବରଗଡ଼ରେ ୪୮.୮,  ଫୁଲବାଣୀରେ ୪୨.୪ ମିମି ବର୍ଷା ରେକର୍ଡ ହୋଇଛି । 

ଶନିବାର ମୌସୁମୀ ପ୍ରଭାବରେ ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ,  କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା  ସମ୍ଭାବନା ଅଛି । କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ  ବର୍ଷା ହୋଇପାରେ । ୨୩ରେ ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର,  ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହୋଇପାରେ । ମୌସୁମୀ ପ୍ରଭାବରେ ଆସନ୍ତା ୫ଦିନ ଯାଏ ରାଜ୍ୟରେ  ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.  ମନୋରମା ମହାନ୍ତି କହିଛନ୍ତି । 

ଜୁନ୍‌ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ଯେତିକି  ପରିମାଣର ବର୍ଷା ହେବା କଥା, ତା’ଠାରୁ ୪୫%  ନିଅଣ୍ଟିଆ ସ୍ଥିତି ରହିଛି । ରାଜ୍ୟରେ ଏଯାଏଁ ୭୦  ମିଲିମିଟରରୁ କମ୍‌ ବର୍ଷା ହୋଇଛି ଚଳିତ ଜୁନ୍‌ ମାସରେ ।  ୨୪ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । ୮ ଜିଲ୍ଲାରେ ୬୦  ପ୍ରତିଶତରୁ ଅଧିକ ନିଅଣ୍ଟିଆ ସ୍ଥିତି ରହିଛି । ଏହାକୁ  ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଅନେକ ସ୍ଥାନରେ  ଧାନ ବୁଣା ସରିଛି । ହେଲେ ଭଲ ବର୍ଷା ନହେଲେ ଧାନ  ଗଜା ହେବନି । ଲଗାତର ଗୋଟିଏରୁ ଦୁଇ ସପ୍ତାହ ବର୍ଷା  ହେଲେ ଯାଇ ଧାନ ତଳି ପକାଇବା ଓ ରୋଇବା କାମ  ଆରମ୍ଭ ହେବ ବୋଲି ଓୟୁଏଟିର କୃଷି ବିଜ୍ଞାନୀ କହିଛନ୍ତି ।  ଆଜିର ବର୍ଷା ପରେ ସ୍ଥିତିରେ ସୁଧାର ଆସିବା ଆଶା  ଦେଖା ଦେଇଛି । 

ପୂର୍ବରୁ ଓଡ଼ିଶାରେ ଜୁନ୍‌ ୧୦ ସୁଦ୍ଧା ମୌସୁମୀ ବର୍ଷା  ଆରମ୍ଭ ହେଉଥିଲା । ହେଲେ କାଳକ୍ରମେ ମୌସୁମୀ  ଆଗମନ ବିଳମ୍ବିତ ହେବା ସହ ବର୍ଷା ଅନିୟମିତ  ହେଉଛି । ଫଳରେ ଚାଷ କାମ ଆଗେଇବାରେ ଡେରି  ହେଉଛି । ଚଳିତବର୍ଷ ମୌସୁମୀ ମାଲକାନଗିରିରେ ଗତ  ୮ ତାରିଖରେ ପହଞ୍ଚିଥିଲା । ହେଲେ ସାରା ରାଜ୍ୟରେ  ମୌସୁମୀ ପହଞ୍ଚିବା ପାଇଁ ଅନୁକୂଳ ପାଗ ନଥିଲା ।  ଏଯାଏଁ ସାରା ରାଜ୍ୟକୁ ଛୁଇଁପାରିନି ମୌସୁମୀ ।  

ଏବେ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,  ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ଖୋର୍ଦ୍ଧା ଓ ପୁରୀରେ  ସ୍ୱାଭାବିକଠାରୁ ୬୦% ନିଅଣ୍ଟିଆ ବର୍ଷା ହୋଇଛି ।  ମାଲକାନଗିରି, ନବରଙ୍ଗପୁର, ଢ଼େଙ୍କାନାଳ, ଦେବଗଡ଼ ଓ  ସମ୍ବଲପୁର ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

  • PrameyaOdia
  • prameya
  • Monsoon
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.