ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

୧୦ ଜଣଙ୍କୁ ନେଇ ଯାଉଥିବା ବିମାନ ନିଖୋଜ, ତଦନ୍ତ କରୁଛି ପୋଲିସ

Published By : prameya | February 7, 2025 2:23 PM

ନୂଆଦିଲ୍ଲୀ,୦୭/୦୨: ହଠାତ୍ ରାଡାରରୁ ନିଖୋଜ ହୋଇଗଲା ଆଲାସ୍କାର ନୋମ୍ ସହର ଅଭିମୁଖେ ଯାଉଥିବା ଆମେରିକାର ଏକ ଯାତ୍ରୀବାହୀ ବିମାନ । ଉଡ଼ାଣର ମାତ୍ର ୩୯ ମିନିଟ୍ ପରେ, ଏହାର କୌଣସି ସନ୍ଧାନ ମିଳିନଥିଲା। ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ବିମାନରେ ଜଣେ ପାଇଲଟଙ୍କ ସମେତ ମୋଟ ୧୦ ଜଣ ଥିଲେ। ଯେତେବେଳେ ବିମାନ ସହ ଯୋଗାଯୋଗ  ହୋଇପାରି ନ ଥିବା ବେଳେ ପାଗ ମଧ୍ୟ ଖରାପ ଥିଲା। ଏନେଇ ଚିନ୍ତା ଆହୁରି ବଢି ଯାଇଛି । ଏନେଇ ତଟରକ୍ଷୀ ବାହିନୀ ଏବଂ ସ୍ଥାନୀୟ ଉଦ୍ଧାରକାରୀ ଦଳ ନିରନ୍ତର ପ୍ରୟାସ କରୁଛନ୍ତି।  କିନ୍ତୁ ଏପର୍ଯ୍ୟନ୍ତ ବିମାନର କୌଣସି ସନ୍ଧାନ ମିଳିନାହିଁ।

ତେବେ ଗୁରୁବାର ବିଳମ୍ବିତ ଅପରାହ୍ନରେ ଆଲାସ୍କା ସହର ନୋମ ଅଭିମୁଖେ ଯାଉଥିବା ଏକ ବିମାନ ହଠାତ୍ ନିଖୋଜ ହୋଇଗଲା। ବିମାନଟି ବୋରିଂ ଏୟାରର  ଥିଲା । ଯେଉଁଥିରେ ଜଣେ ପାଇଲଟଙ୍କ ସମେତ ୧୦ ଜଣ ଯାତ୍ରୀ ଥିଲେ। ବିମାନଟି ସ୍ଥାନୀୟ ସମୟ ଅପରାହ୍ନ ୨ଟା ୩୭ ରେ ଉନାଲାକଲିଟରୁ ଉଡ଼ାଣ ଆରମ୍ଭ କରିଥିଲା ଏବଂ ୩୯ ମିନିଟ୍ ପରେ ରାଡାର ଯୋଗାଯୋଗ ହରାଇଥିଲା। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟରାଡାର ଅନୁଯାୟୀ, ବିମାନଟି ସେସ୍ନା 208B ଗ୍ରାଣ୍ଡ କାରାଭାନ୍ ମଡେଲ୍ ଥିଲା। ଆଲାସ୍କା ଜନ ସୁରକ୍ଷା ବିଭାଗ ନିଶ୍ଚିତ କରିଛି ଯେ ନିଖୋଜ ବିମାନଟିକୁ ଖୋଜିବା ପାଇଁ ଏକ ବଡ଼ ସନ୍ଧାନ ଅଭିଯାନ ଚାଲିଛି।

ନୋମ୍ ଏବଂ ହ୍ୱାଇଟ୍ ମାଉଣ୍ଟେନର ସ୍ଥାନୀୟ ଲୋକମାନେ ମଧ୍ୟ ସନ୍ଧାନରେ ସହାୟତା କରୁଛନ୍ତି। ତଥାପି, ଖରାପ ପାଗ ଏବଂ ସୁରକ୍ଷା ଦୃଷ୍ଟିରୁ ଲୋକମାନଙ୍କୁ ବ୍ୟକ୍ତିଗତ ସନ୍ଧାନରୁ ଦୂରେଇ ରହିବାକୁ ନୋମ୍ ଭଲ୍ୟୁଣ୍ଟେର୍ ବିଭାଗ ଅନୁରୋଧ କରିଛି। ଘନ କୁହୁଡ଼ି ଯୋଗୁଁ ଆକାଶ ମାର୍ଗରେ ସନ୍ଧାନ ବାଧାପ୍ରାପ୍ତ ହେଉଛି। ଏହି ସମୟରେ, ଆମେରିକା ତଟରକ୍ଷୀ ବାହିନୀ ମଧ୍ୟ ନିଖୋଜ ବିମାନ ବିଷୟରେ ସୁରାକ ପାଇଁ ଅଞ୍ଚଳକୁ ତଦନ୍ତ କରୁଛି। ନୋମ୍ ଅଗ୍ନିଶମ ବିଭାଗ ଅନୁଯାୟୀ,  ଏପର୍ଯ୍ୟନ୍ତ ବିମାନର କୌଣସି ସନ୍ଧାନ ପାଇନାହାଁନ୍ତି। ରିଲିଫ୍ ଏବଂ ଉଦ୍ଧାର ଦଳ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ପାଗ ସୁଧୁରିବା ମାତ୍ରେ ଆକାଶ ମାର୍ଗରେ ସନ୍ଧାନ ଅଭିଯାନ ପୁଣି ଆରମ୍ଭ କରାଯିବ। ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି, ପରିବାର ସଦସ୍ୟମାନେ ସେମାନଙ୍କ ପ୍ରିୟଜନଙ୍କ ସୁରକ୍ଷାକୁ ନେଇ ଚିନ୍ତିତ। ପ୍ରଶାସନ ଲୋକଙ୍କୁ ଧର୍ଯ୍ୟ ବଜାୟ ରଖିବାକୁ ଏବଂ ନୂତନ ସୂଚନା ପାଇଁ ସରକାରୀ ଘୋଷଣାକୁ ଅପେକ୍ଷା କରିବାକୁ ନିବେଦନ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.