ପ୍ରମୂଖ ଖବର
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ପିଆଇବି ଭୁବନେଶ୍ୱର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଅଖିଳ କୁମାର ମିଶ୍ର

ଭୁବନେଶ୍ୱର ୦୯/୦୯ : ପିଆଇବି ଭୁବନେଶ୍ୱର ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଅଖିଳ କୁମାର ମିଶ୍ର । ଶ୍ରୀ ମିଶ୍ର ଅତିରିକ୍ତ ପ୍ରେସ୍  ରେଜିଷ୍ଟ୍ରାର ଜେନେରାଲ ଭାବେ କାର୍ଯ୍ୟଭାର ସମ୍ଭାଳିବେ । ଓଡିଶା ସହ ଝାଡଖଣ୍ଡର ଅତିରିକ୍ତ ଦାୟିତ୍ୱ ମଧ୍ୟ ନିର୍ବାହ କରିବେ । ଭାରତୀୟ ସୂଚନା ସେବା ୧୯୯୯ ବ୍ୟାଚର ବରିଷ୍ଠ ଅଧିକାରୀ ଅଖିଳ କୁମାର ମିଶ୍ର କେନ୍ଦ୍ର ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧିନ ପତ୍ର କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଅତିରିକ୍ତ ମହାନିର୍ଦ୍ଦେଶକ ଜେନେରାଲ ଭାବେ ମଧ୍ୟ କାର୍ଯ୍ୟ କରିବେ । 

ତେବେ ଶ୍ରୀ ମିଶ୍ର ଏହାପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆକାଶବାଣୀ ଦୂରଦର୍ଶନ, ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ, ପିଆଇବି ଏବଂ ସିବିସି ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରି ପ୍ରଂଶସିତ ହୋଇଛନ୍ତି । ଜଣେ ଗବେଷକ ଭାବେରେ ସେ ଆମେରିକାରେ ବର୍କଲେ ଓ ମ୍ୟାରିଲାଣ୍ଡ ତଥା ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟ ପରିଭ୍ରମଣ କରିଛନ୍ତି । ସେ ଜଣେ ପ୍ରତିଷ୍ଠିତ କବି ଭାବରେ ସୁପରିଚିତ ଓ ତାଙ୍କର ଅନେକ କାବ୍ୟକୃତି ପାଠକୀୟ ଆଦୃତ ଲାଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.