ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଉଡ଼ାଣରେ ୨୦ ଘଣ୍ଟା ବିଳମ୍ବ; ଏୟାର ଇଣ୍ଡିଆ ଉପରେ ଆକ୍ସନ୍‌ ମୋ‌ଡ୍‌ରେ ମନ୍ତ୍ରାଳୟ, ଜାରି କଲେ ନୋଟିସ

ନୂଆଦିଲ୍ଲୀ,୩୧/୦୫: ଦିଲ୍ଲୀରୁ ସାନ୍‌ ଫ୍ରାନ୍‌ସିସ୍କୋ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ୨୦ ଘଣ୍ଟା ବିଳମ୍ବ ହେବା କାରଣରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ ନୋଟିସ୍‌ ଜାରୀ କରିଛି। ସୂଚନାଥାଉକି, ବିମାନ ଉଡ଼ାଣରେ ୨୦ ଘଣ୍ଟା ବିଳମ୍ବ ହେବା କାରଣରୁ ଅନେକ ଯାତ୍ରୀ ଚେତାଶୂନ୍ୟ ହୋଇପଡ଼ିଥିଲେ। ଯାତ୍ରୀମାନେ ଅଭିଯୋଗ କରିଥିଲେ ଯେ, ବିମାନରେ ଏସି ମଧ୍ୟ ଚାଲୁନଥିଲା। ଅନେକ ଲୋକ ଏୟାରବ୍ରିଜ୍‌ରେ ସେମାନଙ୍କ ସାମଗ୍ରୀ ରଖି ଫେରିବାକୁ ପଡ଼ିଥିଲା। ନର୍କ ଭଳି ଅବସ୍ଥା ହୋଇପଡ଼ିଥିଲା ବୋଲି ଯାତ୍ରୀମାନେ ଅଭିଯୋଗ କରିବା ପରେ ମନ୍ତ୍ରାଳୟ ଆକ୍ସନ୍‌ ମୁଡ୍‌କୁ ଆସିଥିଲା। 

ଏୟାର ଲାଇନ ପକ୍ଷରୁ କୁହାଯାଇଛି ଯେ, କାର୍ଯ୍ୟକ୍ଷମ ଜନିତ ସମସ୍ୟା ହେତୁ ବିମାନ ବିଳମ୍ବ ହୋଇଛି। ତେବେ ଏହା ପଛରେ ବିମାନର ସମୟସୀମା ମୁଖ୍ୟ କାରଣ ବୋଲି ସହିତ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପାଇଲଟମାନେ ଏକ ନିର୍ଦ୍ଦିଷ୍ଟ ସମୟ ପରେ ବିମାନ ଉଡ଼ାଇ ପାରିବେ ନାହିଁ। ଏଭଳି ପରିସ୍ଥିତିରେ ଅନେକ ଥର ଯେଉଁ ପାଇଲଟମାନେ ବିମାନ ଉଡ଼ାଣ ଭରିବା କଥା ସେମାନେ ହିଁ ଉପସ୍ଥିତ ନଥାଆନ୍ତି। ଏପରିକି ସେମାନଙ୍କୁ ବିମାନ ଉଡ଼ାଇବାକୁ ବାଧ୍ୟ ମଧ୍ୟ କରାଯାଇପାରିବ ନାହିଁ।

ତେବେ ମନ୍ତ୍ରାଳୟ ପ୍ରଶ୍ନ କରିଛନ୍ତି ଯେ, ଯଦି ଅସୁବିଧା ଥିଲା ତେବେ ଯାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ତା କାହିଁକି କରାଯାଇନଥିଲା। ଦିଲ୍ଲୀରେ ବର୍ତ୍ତମାନ ଯେଉଁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେଉଛି, ତା ଭିତରେ ଯାତ୍ରୀଙ୍କୁ ଏପରି ଖରାପ ଅବସ୍ତାରେ ରଖାଗଲା କାହିଁକି? କହିରଖୁଛୁ ଯେ, ବୋଇଙ୍ଗ ୭୭୭ ଏୟାରକ୍ରାଫ୍ଟ ଏଆଇ ୧୮୩ରେ ପାଖାପାଖି ୨୦୦ ଯାତ୍ରୀ ଥିଲେ। ଏହି ବିମାନ ଦ୍ବିପ୍ରହର ୩ଟା ୩୦ ମିନିଟ ସମୟରେ ଉଡ଼ାଣ ଭରିବାର ଥିଲା। ତେବେ ପୁନଃ ସମୟ ନିର୍ଦ୍ଧାରଣ ହେବା ପୂର୍ବରୁ ମଧ୍ୟ ବିମାନ ୬ ଘଣ୍ଟା ବିଳମ୍ବ ଥିଲା। 

ପ୍ର‌ଥମେ କୁହାଯାଇ‌ଥିଲା ଯେ, ଯାତ୍ରୀକଗତ ତୃଟି ଯୋଗୁ ବିମାନ ବଦଳାଇଦିଆଯାଇଛି। ଏହା ପରେ ସବୁ ଯାତ୍ରୀ ଅନ୍ୟ ଏକ ବିମାନକୁ ଯାଇ ବସିଥିଲେ। ହେଲେ ସେହି ବିମାନରେ ଏସି ମଧ୍ୟ ଚାଲୁନଥିଲା। ଫଳରେ ଅନେକ ଯାତ୍ରୀ ଚେତା ହରାଇଥିବା ଘଟଣା ସାମ୍ନାକୁ ଆସିଥିଲା। ବିଶେଷ କରି ଶିଶୁ, ମହିଳା ଓ ବୟସ୍କ ବ୍ୟକ୍ତି ବିଶେଷ ଭାବେ ପ୍ରଭାବିତ ହୋଇଥିଲେ। ଏହା ପରେ ବିମାନ ୮ ଟାରେ ଉଡ଼ାଣ ଭରିବ ବୋଲି ସମୟ କୁହାଯାଇଥିଲା। ଯାତ୍ରୀମାନେ ୭ ଟା ୨୦ ମିନିଟରେ ବିମାନରେ ବସିଥିଲେ। ବିମାନର ଗେଟ୍‌ ଖୋଲିବା ପୂର୍ବରୁ ଲୋକମାନେ ପାଖାପାଖି ଘଣ୍ଟାଏ ଧରି ଏୟାରବ୍ରିଜରେ ଅପେକ୍ଷା କରିଥିଲେ।

You can also read: ବୋମା ଧମକ ମିଳିବା ପରେ ଶ୍ରୀନଗର ବିମାନବନ୍ଦରେ ସୁରକ୍ଷିତ ଭାବେ ଅବତରଣ କଲା ଭିଷ୍ଟାରା ବିମାନ, ସମସ୍ତ ୧୭୭ ଯାତ୍ରୀ ସୁରକ୍ଷିତ…


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.