ପ୍ରମୂଖ ଖବର

ବୋମା ଧମକ ମିଳିବା ପରେ ଶ୍ରୀନଗର ବିମାନବନ୍ଦରେ ସୁରକ୍ଷିତ ଭାବେ ଅବତରଣ କଲା ଭିଷ୍ଟାରା ବିମାନ, ସମସ୍ତ ୧୭୭ ଯାତ୍ରୀ ସୁରକ୍ଷିତ…

ନୂଆଦିଲ୍ଲୀ: ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଭିଷ୍ଟାରା ବିମାନରେ ବୋମା ଧମକ ମିଳିବା ପରେ ଶ୍ରୀନଗର ବିମାନବନ୍ଦରରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରାଯାଇଛି । ବିମାନରେ ୧୭୭ ଜଣ ଯାତ୍ରୀ ଏବଂ ଜଣେ ଶିଶୁ ଥିଲେ । ବିମାନବନ୍ଦର କର୍ମଚାରୀ ଏବଂ ସୁରକ୍ଷା ବାହିନୀ ଏହା ଉପରେ ତୁରନ୍ତ ପଦକ୍ଷେପ ନେଇଥିଲେ । ବିମାନ ନମ୍ବର UK-611କୁ ରାତି ପ୍ରାୟ ୧୨.୧୦ ରେ ଶ୍ରୀନଗର ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଯାଇଛି । 

ସୂତ୍ରରୁ ପ୍ରକାଶ ଯେ, "ଭିଷ୍ଟାରା ବିମାନ UK611 ନୂଆଦିଲ୍ଲୀରୁ ଆସୁଥିଲା ଏବଂ ଧମକଭରା ଫୋନକଲ୍ ମିଳିବା ପରେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନବନ୍ଦର କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଶ୍ରୀନଗର ଏହି କଲ୍ ଗ୍ରହଣ କରିଛି। ଏହି ପ୍ରକାର ବିପଦ ପାଇଁ ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍ ଅନୁସରଣ କରାଯାଇଥିଲା । ବିମାନଟିକୁ ଅବତରଣ କରିବା ପରେ ତୁରନ୍ତ ଏକ ବିଚ୍ଛିନ୍ନ ସ୍ଥାନକୁ ପଠାଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି । 

ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି, ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ବିମାନର ସଠିକ୍ ସୁରକ୍ଷା ଯାଂଚ କରାଯାଇଛି । ଏହି ସମୟ ମଧ୍ୟରେ ପ୍ରୋଟୋକଲ୍ ଅନୁସରଣ କରାଯାଇଥିଲା। ବିମାନ ଯାଞ୍ଚ ପାଇଁ ବୋମା ନିଷ୍କାସନ ସ୍କ୍ବାର୍ଡ ନିୟୋଜିତ କରାଯାଇଥିଲା ଏବଂ ଅନୁସନ୍ଧାନ ପରେ ବିମାନରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିଲା।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.