ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଏଆଇ କ୍ୟାମେରା, ୩ ଅଭିଯୁକ୍ତ ଗିରଫ

Published By : Harapriya Sethi | December 5, 2024 9:16 AM

କରଞ୍ଜିଆ,୦୫/୧୨: ଶିମିଳିପାଳରେ ଶିକାରୀଙ୍କୁ ପୁଣି ଧରିଲା ଏଆଇ କ୍ୟାମେରା । ଶିକାର ପାଇଁ ଆସିଥିବା ବେଳେ ୩ ଶିକାରୀଙ୍କୁ ଧରିଲା ବନବିଭାଗ । ୩ ଜଣ ଅଭିଯୁକ୍ତ ବାଙ୍ଗିରିପୋଷି ଥାନା ଅଞ୍ଚଳର କରନ୍ ମାରାଣ୍ଡି, କାରୁ ହାଁସଦା ଓ ବୁଧୁରାୟ ସୋରେନ୍ ବୋଲି ଜଣାପଡିଛି । ସେମାନଙ୍କ ଠାରୁ ୫ଟି ଦେଶୀ ବନ୍ଧୁକ, ଗୋଟିଏ ଛୋଟ ବନ୍ଧୁକ, ବନ୍ଧୁକରେ ବ୍ୟବହୃତ ଗୁଣ୍ଡ, ଧନୁତୀର, ବିସ୍ଫୋରକ ଓ ଫାସ ଜବତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ୩ ଜଣ ଶିକାରୀ ଶିମିଳିପାଳରେ ଶିକାର କରିବା ପାଇଁ ପଶିଥିଲେ । ଏହି ସମୟର କିଛି ଦୃଶ୍ୟ ଏଆଇ କ୍ୟାମେରାରେ କଏଦ ହୋଇଥିଲା । ଯାହା ସାହାଯ୍ୟରେ ଉକ୍ତ ୩ ଜଣ ଶିକାରୀଙ୍କୁ ଧରିବାରେ ବନ ବିଭାଗ ସଫଳ ହୋଇଛି । ୩ ଜଣ ଅଭିଯୁକ୍ତ ବାଙ୍ଗିରିପୋଷି ଥାନା ଅଞ୍ଚଳର କରନ୍ ମାରାଣ୍ଡି, କାରୁ ହାଁସଦା ଓ ବୁଧୁରାୟ ସୋରେନ୍ ବୋଲି ଜଣାପଡ଼ିଛି । ତେବେ କରନ ମାରାଣ୍ଡିକୁ ଶିମିଳିପାଳ ମଧ୍ୟରୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଶିକାରୀଙ୍କୁ ସେମାନଙ୍କ ଗାଁରୁ ଗିରଫ କରିଛି ବନବିଭାଗ । ସେମାନଙ୍କ ପାଖରୁ ୫ ଟି ଦେଶୀ ବନ୍ଧୁକ, ଗୋଟିଏ ଛୋଟ ବନ୍ଧୁକ, ବନ୍ଧୁକରେ ବ୍ୟବହୃତ ଗୁଣ୍ଡ, ଧନୁତୀର, ବିସ୍ଫୋରକ ଓ ଫାସ ଜବତ ହୋଇଛି। 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.