ପ୍ରମୂଖ ଖବର
  • ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବିନ୍ଦୁସାଗର ଲାଇଟ୍‌ ଆଣ୍ଡ ସାଉଣ୍ଡ୍ ଶୋ, ପର୍ଯ୍ୟଟକଙ୍କୁ କରିବ ଆକର୍ଷଣ
  • ||
  • ଭୋଗରାଇ : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ବାଙ୍ଗିରିପୋଷି : ରେଳ ଧାରଣରେ ପଡିଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ବାଲେଶ୍ୱର : ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ୱିତ
  • ||
  • ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ, ୧୫ ମୃତ
  • ||
  • ଆଜି ରାଜ୍ୟରେ କାଁ ଭାଁ ବର୍ଷା ସମ୍ଭାବନା, ପୌଷରେ କଲବଲ କରୁଛି ବର୍ଷା
  • ||
  • ସୋର : ଚୋରି କରିବାକୁ ଆସି ବିଫଳ ହେଲେ, ବ୍ୟାଙ୍କରେ ନିଆଁ ଲଗାଇଲେ ଦୁର୍ବୃତ୍ତ
  • ||
  • ଖୋର୍ଦ୍ଧା : ରମାବିଲ ଗାଁରେ ହାତୀପଲଙ୍କ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
  • ||
  • ଭୁବନେଶ୍ୱର : ବନ୍ଧୁକ ବେପାରୀ ଗିରଫ: ୫ଟି ରିଭଲବର ସହ ୨୦ ରାଉଣ୍ଡ ଅଫୁଟା ଗୁଳି ଜବତ
  • ||

ସୋନାକ୍ଷୀ ସିହ୍ନାଙ୍କ ପରେ ବାବା ରାମଦେବଙ୍କ ଉପରେ କୁମାର ବିଶ୍ୱାସ କଲେ ଟିପ୍ପଣୀ, ଲୋକେ କହିଲେ ...

Published By : Prameya | December 24, 2024 4:47 PM

ନୂଆଦିଲ୍ଲୀ : ସୋନାକ୍ଷୀ ସିହ୍ନାଙ୍କ ଉପରେ ଟିପ୍ପଣୀ କରି କୁମାର ବିଶ୍ୱାସ ପୂର୍ବରୁ ହିଁ ଚର୍ଚ୍ଚାରେ ରହିଛନ୍ତି। ଏହି ମଧ୍ୟରେ ତାଙ୍କର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓରେ କୁମାର ବିଶ୍ୱାସ ଯୋଗଗୁରୁ ବାବା ରାମଦେବଙ୍କ ଉପରେ ଟିପ୍ପଣୀ କରୁଛନ୍ତି। ଏହି ଭିଡ଼ିଓକୁ ଷ୍ଟ୍ରିଟ୍ସ ଅଫ୍‌ ମିରଟର ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରେ ପୋଷ୍ଟ କରାଯାଇଛି। ଏହି ଭିଡ଼ିଓରେ ବାବା ରାମଦେବଙ୍କ ଉପରେ କୁମାର ବିଶ୍ୱାସଙ୍କର ଟିପ୍ପଣୀରେ ଲୋକେ ମଧ୍ୟ ଫିଡ଼ିକି ଉଠିଛନ୍ତି, କମେଣ୍ଟରେ ଲୋକେ କୁମାର ବିଶ୍ୱାସଙ୍କୁ ମନେପକାଇଛନ୍ତି କି, ଯୋଗଗୁରୁ ସ୍ୱଦେଶୀକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ନିଭାଇଛନ୍ତି। ସେପଟେ, କିଛି ଲୋକ ଲେଖିଛନ୍ତି କି କୁମାର ବିଶ୍ୱାସଙ୍କ ଠାରୁ ଏମିତି ଆଶା ନଥିଲା। 

ଏହି ଭିଡ଼ିଓରେ କୁମାର ବିଶ୍ୱାସ କୁହନ୍ତି, ନାଁ ନନେଇ ବାବା ରାମଦେବଙ୍କୁ ଟାର୍ଗେଟ୍‌ କରୁଛନ୍ତି। ସେ କହିଛନ୍ତି ନବରାତ୍ରିରେ ମୁଁ ତାଙ୍କର ଲୁଣ କିଣିଲି। ସେ ନିଜର ପ୍ରଡକ୍ଟ ଏମିତି ବିକ୍ରି କରନ୍ତି କି ନକିଣିଲେ ସନାତନ ଧର୍ମରୁ ସେହି ଦିନ ଇସ୍ତଫା। କୁମାର ବିଶ୍ୱାସ ଆହୁରି କହିଛନ୍ତି କି, ଏହି ଲୁଣ ଉପରେ ଏମିତି ଲେଖା ହୋଇ ଥିଲା କି, ଇସଲାମୁଦ୍ଦିନ ମଧ୍ୟ କିଣି ପାରିବ। ଏହା ଉପରେ ଲେଖା ହୋଇଥିଲା , ୨୫ ଲକ୍ଷ ବର୍ଷ ପୁରୁଣା ହିମାଳୟରୁ ବାହାର କରାଯାଇ ଥିବା ଲୁଣ । 

କୁମାର ବିଶ୍ୱାସ ଆହୁରି କହିଛନ୍ତି - ବ୍ୟକ୍ତି ଭାବପ୍ରବଳ ହୋଇ ଯାଏ। ସେ ଚିତ୍ର ଆଙ୍କିବା ଆରମ୍ଭ କରିଦିଏ ଯେ, ବାବା କେମିତି ତାଙ୍କର ଧୋତି ଉପରକୁ କରି ଚଢୁ ଥିବେ। କେମିତି ଲୁଣ ବାହାର କରାଯାଉ ଥିବ। ବାଳକୃଷ୍ଣ ଜୀ ଟୋକେଇ ନେଇ ପଛରେ ଠିଆ ହୋଇ ଥିବେ। ସେ କହିଛନ୍ତି କି ଲାଇନ୍‌ ଯାହା ଲେଖା ହୋଇଥିଲା , ତାହା ଆହୁରି କମାଲ । ତଳେ ଲେଖା ଥିଲା , ଏକ୍ସପାୟରୀ ଡେଟ୍‌ ୭ ଫେବ୍ରୁଆରୀ। ଏମିତି ଲାଗୁଛି କି ପୂରା ଟାଇମ୍‌ରେ ବାହାର କରିଛନ୍ତି ବାବା ।

ଏହି ଭିଡ଼ିଓରେ ଅନେକ ଲୋକ କମେଣ୍ଟ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି , ରାମଦେବ ବାବାଙ୍କର ସ୍ଥାନରେ ଯଦି ଆପଣ ଗୁଟଖା ପ୍ରଚାରକୁ ନେଇ କହିଥାନ୍ତେ ତ ,ବୋଧହୁଏ ଅଧିକ ଭଲ ହୋଇଥାନ୍ତା। ଆଉ ଜଣେ କମେଣ୍ଟ କରିଛନ୍ତି , ଆମେ ଭାରତୀୟ ଏହିପରି ନିଜ ଲୋକଙ୍କ ଉପରେ ଜଳି ଥାଉ। ଜଣେ କୁଳଭେନ୍ଦ୍ର ସିଂହ ଶେଖାୱତ ନାମକ ବ୍ୟକ୍ତି ଟିପ୍ପଣୀ କରିଛନ୍ତି , କୁମାର ବିଶ୍ୱାସ ବି ଲାଇକ୍‌ ୪ଜଣ ଲୋକଙ୍କ ତାଳି ଶୁଣିବା ପାଇଁ କିଛି ବି କହି ଦେଉଛନ୍ତି। ସେପଟେ, କିଛି ୟୁଜର୍ସ କୁମାର ବିଶ୍ୱାସଙ୍କର ନିର୍ଭୟତା ପାଇଁ ତାଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.