ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଦି କୈଳାସରେ ଦୁଇ କୋରାପୁଟିଆ; ପ୍ରବଳ ଥଣ୍ଡା, ଅକ୍ସିଜେନ୍‌ ଅଭାବ ସାଜିଲାନି ପ୍ରତିବନ୍ଧକ

ଜୟପୁର,୧୨/୦୭: ଅଫ୍‌ରୋଡ୍‌ ସାଙ୍ଗକୁ  ପ୍ରବଳ ଥଣ୍ଡା । ସେଥିରେ ଆବଡ଼ାଖାବଡ଼ା ପାଦଚଲା  ରାସ୍ତା । ଖସିପଡ଼ିଲେ ଜୀବନ ଚାଲିଯିବାର ଭୟ । ପାଦ  ପଛକୁ ଟାଣୁଥିଲେ ବି ମନ ମାନିନଥିଲା । ‘ଭୋଲେ  ବାବା ପାର୍‌ କରେଗା’ ନାରା ଆତ୍ମବିଶ୍ୱାସକୁ ଆହୁରି ମଜଭୁତ କରିଥିଲା । ଦୀର୍ଘ ୫ କିଲୋମିଟର ଟ୍ରେକିଂ  ପରେ ପହଞ୍ଚିଥିଲେ ଗୌରୀକୁଣ୍ଡରେ । ମହାଦେବଙ୍କ  ଆବାସସ୍ଥଳି ଆଦିକୈଳାସର ମନଲୋଭା ଦୃଶ୍ୟ ଆଖିରେ ଆଣିଥିଲା ଲୁହ । ପ୍ରଣାମ ଉଦ୍ଦେଶ୍ୟରେ  ଦୁଇ ହାତ ମୁଣ୍ଡ ଉପରକୁ ଉଠିଯାଇଥିବା ବେଳେ  ମୁହଁରୁ ବାହାରି ପଡ଼ିଥିଲା ‘ହରହର୍‌ ମହାଦେବ’ ।  ପ୍ରବଳ ଥଣ୍ଡା, ଅମ୍ଳଜାନ ଅଭାବ ସହ ୨୨ ହଜାର  ୫୦୦ ଫୁଟ ଉଚ୍ଚ ଚଢା ବେଳର କଷ୍ଟ ମୁହୂର୍ତ୍ତକେ  ଉଭେଇ ଯାଇଥିଲା । ସରକାରୀ ତଥ୍ୟ ଅନୁଯାୟୀ  ଅବିଭକ୍ତ କୋରାପୁଟର ପ୍ରଥମ ଟିମ୍‌ ସଦସ୍ୟଭାବେ  ଆଦିକୈଳାସ ଦର୍ଶନର ସୌଭାଗ୍ୟ ପାଇଛନ୍ତି ରାଜେନ୍ଦ୍ର କୁମାର ଦାଶ ଏବଂ ଦୁର୍ଗାପ୍ରସାଦ ପାତ୍ର ।   

ସ୍ଥାନୀୟ ଏନକେଟି ରୋଡ୍‌ର ରାଜେନ୍ଦ୍ର  ବ୍ୟବସାୟ କରୁଥିବା ବେଳେ କେଲାନଗରର  ଦୁର୍ଗାପ୍ରସାଦ ଏକ ଘରୋଇ କମ୍ପାନିରେ ମ୍ୟାନେଜର  ଅଛନ୍ତି । ଉଭୟ କହିଛନ୍ତି, ମହାଦେବଙ୍କ ଆବାସସ୍ଥଳି  ଆଦି କୈଳାସ ଯିବା ଲାଗି ପୂର୍ବରୁ ଯୋଜନା  କରିଥିଲେ । ମାସେ ତଳୁ ଆରମ୍ଭ ହୋଇଥିଲା  ପ୍ରସ୍ତୁତି । ଏଠାରୁ ବସ୍‌ରେ ଛତିଶଗଡ଼ର  ରାୟପୁର ଏବଂ ସେଠାରୁ ଉତ୍ତରାଖଣ୍ଡର ଶେଷ  ରେଳଷ୍ଟେସନ୍‌ କାଠଗୋଦାମରେ ପହଞ୍ଚିଥିଲେ ।  ଧାରଚୁଲା ତହସିଲରୁ ଇନର ପରମିଟ୍‌ ମିଳିବା  ପରେ ପରଦିନ ସକାଳୁ ବାଇକ୍‌ରେ ପହଞ୍ଚିଥିଲେ  ୯୦ କିମି ଦୂରରେ ଥିବା ଗୁଞ୍ଜିରେ । ଅଗମ୍ୟ ରାସ୍ତା,  ଗଣେଶ ନାଳର କରାଳରୂପ, ଲ୍ୟାଣ୍ଡସ୍ଲାଇଡ୍‌,  ବରଫପାତ, ବ୍ରହ୍ମପର୍ବତ ଗ୍ଲେସିୟର ପାଣି ସହ  ଅନ୍ୟାନ୍ୟ ସମସ୍ୟା ବାଟ ଓଗାଳିଥିଲା । ପ୍ରଶାସନ  ପକ୍ଷରୁ ରାସ୍ତା ସଫା ପରେ ଯିବାଆସିବା ସ୍ୱାଭାବିକ  ହୋଇଥିଲା । ଗୁଞ୍ଜିରେ ରାତିର ତାପମାତ୍ର ଶୂନରୁ  ତଳକୁ ଚାଲିଯାଇଥିଲା । ପରଦିନ ବାଇକ୍‌ରେ  ବାହାରିଥିଲେ ୩୦ କିମି ଦୂର ଆଦି କୈଳାସର  ବେସ୍‌ କ୍ୟାମ୍ପ୍‌ ଜଲିକମ୍‌କୁ । ଏହାର ଉଚ୍ଚତା ଥିଲା ୧୬ ହଜାର ୫୦୦ ଫୁଟ । ଆଇଟିବିପି ଯବାନମାନେ  ପାହାଡ଼ଚଢା ଲାଗି ବିଭିନ୍ନ ଟିପ୍‌ସ ଦେଇଥିଲେ ।  ସାଙ୍ଗରେ ପିଇବା ପାଣି, ରେନ୍‌କୋଟ୍‌, ଶୁଖିଲା ଖାଦ୍ୟ  ନେବା, ଅଳ୍ପ ଅଳ୍ପ ପାଣି ପିଇବା, ରାସ୍ତାରେ ବିଲକୁଲ୍‌  ନଖାଇବାକୁ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ସମସ୍ୟା ଥିଲେ ନଯିବାକୁ କହିଥିଲେ । ୬ ଜଣିଆ ଟିମ୍‌  କରି ଗୋଟିଏ ଅକ୍ସିଜେନ୍‌ ସିଲିଣ୍ଡର ଦେଇଥିଲେ ।  

ଟିମ୍‌ରେ ୪ ଜଣ ବୟସ୍କ ଥିବାରୁ ସେମାନେ ଅମ୍ଳଜାନ ସିଲିଣ୍ଡର ନେଇ ଖଚରରେ ପାହାଡ଼  ଚଢା ଆରମ୍ଭ କରିଥିଲେ । ବେସ୍‌କ୍ୟାମ୍ପ୍‌ରେ ବାଇକ୍‌  ରଖି ସକାଳ ସାଢେ ୮ରେ ଆରମ୍ଭ ହୋଇଥିଲା  ଟ୍ରେକିଂ । ଲଣ୍ଡାପାହାଡ଼, ପଥର ଭିତର ଦେଇ ତିଆରି  ହୋଇଥିବା ପାଦଚଲା ରାସ୍ତାରେ ଅଢେଇ କିମି  ଚଢିବା ପରେ ପଡ଼ିଥିଲା ପାର୍ବତୀ ମାନସରୋବର ।  ସେଠାରେ ରହିଛି ଶିବପାର୍ବତୀଙ୍କ ମନ୍ଦିର । ପାର୍ବତୀ  ମାନସରୋବରରୁ ଗୌରୀକୁଣ୍ଡର ଦୂରତା ପ୍ରାୟ ୨  କିଲୋମିଟର । ଉଚ୍ଚତା ୨୨ ହଜାର ୫୦୦ ଫୁଟ ।  ଗୌରୀକୁଣ୍ଡ ହେଉଛି ଆଦି କୈଳାସର ପାଦଦେଶ । ସେଠାରୁ ମହାଦେବଙ୍କ ବାସସ୍ଥାନର ମନୋରମ  ଦୃଶ୍ୟ ଅତୀବ ମନୋରମ । ଗୌରୀକୁଣ୍ଡ(ତାପମାତ୍ରା  ୧୦ଡିଗ୍ରୀ ଥିଲା)ରେ ପହଞ୍ଚିବା ପରେ ଉଭୟ ପ୍ରାର୍ଥନା  କରିଥିଲେ । ବାଧାବିଘ୍ନ ସତ୍ତେ୍ୱ ପହଞ୍ଚିଥିବାରୁ ଭୂମିଷ୍ଠ  ପ୍ରମାଣ କରିଥିଲେ । ତା’ ପରେ ଆରମ୍ଭ ହୋଇଥିଲା  ଲେଉଟାଣି ଯାତ୍ରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.