କେନ୍ଦ୍ରାପଡ଼ା, ୧୨।୬: କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ସିଦ୍ଧବଳଦେବଜିଉଙ୍କ ମନ୍ଦିରରେ ସ୍ଥାପିତ ହୁଣ୍ଡି ଖୋଲାଯାଇଛି । ଏଥିରୁ ୫ ଲକ୍ଷ ୮୭ ହଜାର ୭୩୦ ଟଙ୍କା ମିଳିଛି । ଟ୍ରଷ୍ଟବୋର୍ଡ ସଭ୍ୟ ବଳରାମ ସୁଆର, ରଞ୍ଜନ ପୃଷ୍ଟି ଏବଂ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ଉପସ୍ଥିତିରେ ହୁଣ୍ଡି ଖୋଲା ଯାଇଥିଲା । ଦେବୋତ୍ତର ସଂସ୍ଥା କାର୍ଯ୍ୟାଳୟ ପରିସରରେ ଗଣତିରେ ଇଂ. ପ୍ରବୋଧ ପଣ୍ଡା, ପତିତପାବନ ଲେଙ୍କା, ପୁପୁନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।
ସଦସ୍ୟତା ଅଭିଯାନରେ ମାତିଲେ ବିଜେଡି, ବିଜେପି: ମନ୍ଥର...