ପ୍ରମୂଖ ଖବର
  • ଏଚଏମପିଭିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ରାଜ୍ୟ ସରକାର, ସବୁ ଜିଲ୍ଲାର ସ୍ଥିତିକୁ ନେଇ ହେବ ଆଲୋଚନା
  • ||
  • ଦେବଜିତ୍ ସାଇକିଆ ବିସିସିଆଇ ନୂଆ ସମ୍ପାଦକ, ଜୟ ଶାହଙ୍କ ଜାଗା ନେବେ
  • ||
  • ଫିରିଙ୍ଗିଆ : ବାଇକ ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, କ୍ଷତି ପୂରଣ ପାଇଁ ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
  • ||
  • କଟକରେ ରୋଡ୍‌ ରନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ସମସ୍ତଙ୍କୁ ଫିଟ୍‌ ରହିବାକୁ ଅତିଥିଗଣଙ୍କ ଆହ୍ୱାନ
  • ||
  • ମାଲକାନଗିରି-ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାରେ ଏନକାଣ୍ଟର,୩ ମାଓବାଦୀ ନିହତ
  • ||
  • ଖୋର୍ଦ୍ଧା : ଗୋରୁ ଗାଡି ଜବତ ବେଳେ ମିଳିଲା ଗଞ୍ଜେଇ ଭର୍ତ୍ତି କାର୍‌, ଡ୍ରାଇଭର ସହ ସହଯୋଗୀ ଫେରାର
  • ||
  • ଭୁବନେଶ୍ୱର : ଲୋକଙ୍କ ଉତ୍ସାହ ଏବଂ ଭିଡ଼କୁ ଦେଖି ନିଷ୍ପତ୍ତି, ବର୍ଷକୁ ୧୨ ଥର ହେବ ପଥ ଉତ୍ସବ
  • ||
  • ରାଜଧାନୀରୁ ହାଇପ୍ରୋଫାଇଲ ଠକେଇ ମାମଲା: କଳା ସାମ୍ରାଜ୍ୟର ଗୁମର ଖୋଲିବ ଇଡି
  • ||
  • ପାଳଗଦାରେ ଦୁଇ ନାବାଳକ ଜଳିଯିବା ଘଟଣା: ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ରୁଷ ଉପରେ ପୁଣି କଟକଣା ଲଗାଇଲା ଆମେରିକା, ୩% ବଢ଼ିଲା ଅଶୋଧିତ ତୈଳ ଦର.ପ୍ରଭାବିତ ଭାରତ, ଚୀନ
  • ||
  • ସ୍ପେଶ ଡ଼କିଂ ମିଶନରେ ମିଳିବ ବଡ଼ ସଫଳତା, ୧୫ ମିଟର ଦୂରରେ ୨ ସାଟେଲାଇଟ୍
  • ||
  • ବିଏମ୍‌ସିର ଦ୍ୱିତୀୟ ପଥ ଉତ୍ସବ: ଦୁଲୁକୁଛି ଜାଗମରା ନ୍ୟୁ ରୋଡ୍, ନାଚ, ଗୀତରେ ଝୁମିଲେ ସହରବାସୀ
  • ||
  • କୁମ୍ଭମେଳାକୁ ଗଡିବ ହାଇ-ଏଣ୍ଡ ପ୍ରିମିୟମ ବସ୍‌, ରବିବାର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଶୀତରେ ଲାଗି ସାମୟିକ ବିରତି: ଆଜିଠୁ କମିବ ଥଣ୍ଡା, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଦିଲ୍ଲୀ ନିର୍ବାଚନ ; ତେଜିଲା ଆପ୍-ବିଜେପି ପୋଷ୍ଟର ୱାର, 'ଗାଲିବାଜ୍' ବନାମ୍ 'ଆପ୍ ଦା-ଏ- ଆଜମ୍'

Published By : Ankita S | January 12, 2025 9:49 AM

ନୂଆଦିଲ୍ଲୀ,୧୨/୦୧: ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଦିନ ନିକଟ ହେଉଛି । ସରଗରମ ରହିଛି ରାଜନୀତି ପାଣିପାଗ । ଏହାରି ଭିତରେ ଶାସକ ଆପ୍ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର ତେଜିବାରେ ଲାଗିଛି । ବିଜେପି ଉପରେ ପୁଣି ଆକ୍ରମଣ କରିଛି ଆମ୍ ଆଦମୀ ପାର୍ଟି । 'ଗାଲିବାଜ୍' ବନାମ୍ 'ଆପ୍ ଦା-ଏ- ଆଜମ୍' ପୋଷ୍ଟର ଫାଇଟ ହୋଇଛି ।

ବିଜେପିର କାଲକାଜୀ ପ୍ରାର୍ଥୀ ରମେଶ ବିଧୁ଼ଡିଙ୍କୁ ଟାର୍ଗେଟ କରି ଆପ୍ ଏକ ପୋଷ୍ଟର ଜାରି କରିଛି । ଏହି ପୋଷ୍ଟରରେ କାଲକାଜୀ ପ୍ରାର୍ଥୀ ରମେଶ ବିଧୁଡିଙ୍କୁ ଆପ୍ ବାହୁବାଲୀ-୧ର ଭିଲିଆନ ଭାବେ ଦର୍ଶାଇଛି ଆପ୍ । ଏକ୍ସରେ କରାଯାଇଥିବା ଏହି ପୋଷ୍ଟରେ ଲେଖାଯାଇଛି କି ବିଜେପି କା ଗାଲିବାଜ ସିଏମ୍ ଚେହେରା ଏବଂ ଗାଲିବାଜ ପାର୍ଟି କା ଗାଲିବାଜ ସିଏମ ଫେସ୍ । ବିଜେପି ମଧ୍ୟ ଏହି ପୋଷ୍ଟର ବିରୋଧ କରି ଏକ ପୋଷ୍ଟ କରିଛି ।

ବିଜେପି ଜାରି କରିଥିବା ପୋଷ୍ଟରେ ଲେଖିଛି, ଦିଲ୍ଲୀ-କୀ ଜନତା ନେ ଠାନା ହୈ ଶୀଶମହଲ ବାଲୋ 'ଗାଲିବାଜ୍' ବନାମ୍ 'ଆପ୍ ଦା-ଏ- ଆଜମ୍ କୋ ଭଗାନା ହୈ, । ଦିଲ୍ଲୀକୁ ବର୍ବାଦ କରିଦେଲା ଏହି 'ଆପ୍ ଦା-କି ଟୋଲୀ । ଏବେ ସହିବୁ ନାହିଁ । ବଦଳାଇ କି ରହିବୁ ।

ଉଲ୍ଲେଖ୍ୟଯୋଗ୍ୟ, ଆପ୍ ଗତ ଶୁକ୍ରବାର  ଏକ ପୋଷ୍ଟର ଜାରି କରି ବିଜେପି ନେତାମାନେ ଆପମାନଜନକ ଟିପ୍ପଣୀ ଦେଉଥିବା ଅଭିଯୋଗ କରିଥିଲା । ବିଜେପିକୁ 'ଗାଳିଗୁଲଜକାରୀ ଦଳ' କହିଥିଲା । ଅମିତ ଶାହ, ଜେପି ନଡ୍ଡା, ରମେଶ ବିଧୁଡିଙ୍କୁ ଟାର୍ଗେଟ କରି ପୋଷ୍ଟ କରିଥିଲା । ବିଜେପି ମଧ୍ୟ ଏକ ପୋଷ୍ଟ ଜାରି କରି କେଜ୍ରିୱାଲ ପୂର୍ବାଞ୍ଚଳ ସମ୍ପ୍ରଦାୟକୁ ଲଗାତାର ଅପମାନିତ କରୁଛନ୍ତି । ପୋଷ୍ଟରର କ୍ୟାପସନ ରହିଥିଲା ପୂର୍ବାଞ୍ଚଳ ସମାଜ କା ଅପମାନ, 'ଶୀଶମହଲ କେ ନୱାବ କେଜ୍ରିୱାଲ କି ପେହଚାନ' ।

କହିରଖୁଛୁ କି, ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ଏହା ପୂର୍ବରୁ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାନଚ ନେଇ ଫେବୃଆରୀ ୫ ତାରିଖରେ ଭୋଟ ଗ୍ରହଣ ହେବ । ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ । କାହାର ହେବ ଦିଲ୍ଲୀ ଏ ନେଇ ରାଜନୈତିକ ଦଳ ମଧ୍ୟରେ ଜୋରଦାର ପ୍ରସ୍ତତି ଆରମ୍ଭ ହୋଇଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.