ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବାପା ମିଟର ରିଡର, ପୁଅ ହେଲେ ଓଏଏସ୍‌; ୩୦ତମ ସ୍ଥାନ ରଖି କୃତକାର୍ଯ୍ୟ

ଫୁଲବାଣୀ, ୨୦।୧୦: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୦ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି ଫୁଲବାଣୀ ସହର ହନୁମାନ ମନ୍ଦିର ସାହିର ଚନ୍ଦନ କୁମାର ସାହୁ । ଦ୍ୱିତୀୟ ଉଦ୍ୟମରେ ଏହି ସଫଳତା ହାସଲ କରିଛନ୍ତି ଚନ୍ଦନ । ବାପା ଶାନ୍ତନୁ କୁମାର ସାହୁ ବିଦ୍ୟୁତ୍ ବିଭାଗରେ ମିଟର ରିଡର ଭାବେ କାର୍ଯ୍ୟ କରୁଥିବା ବେଳେ ମା’ ରୀତା ସାହୁ ଜଣେ ଗୃହିଣୀ । ପିଲାଟି ଦିନରୁ ହିଁ ଚନ୍ଦନ ମେଧାବୀ ଛାତ୍ର ଥିଲେ । 

ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ମାଟ୍ରିକ୍ ପାସ୍ କରିବା ପରେ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଯୁକ୍ତ ଦୁଇ ଓ ପରେ ଏକ ଘରୋଇ କଲେଜରୁ ଯୁକ୍ତ ତିନି ପାସ୍ କରିଥିଲେ । ଏହାପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ବର୍ତ୍ତମାନ ସେ ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟରତ ଅଛନ୍ତି । ବାପାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସହଯୋଗ ତଥା ମା'ଙ୍କ ପ୍ରେରଣା ତାଙ୍କ ସଫଳତାର ରହସ୍ୟ ବୋଲି କହିଛନ୍ତି ଚନ୍ଦନ । ପ୍ରଥମ ଉଦ୍ୟମରେ ବିଫଳତା ତାଙ୍କ ଲକ୍ଷ୍ୟକୁ ଅଧିକ ଶାଣିତ କରିବା ସହିତ ସଫଳତା ପାଇଁ ବାଟ କଢ଼ାଇଥିଲା । ପ୍ରଶାସନିକ ଅଧିକାରୀ ଭାବେ ରାଜ୍ୟର ଅଗଣିତ ସାଧାରଣ ଲୋକଙ୍କ ସେବା ତାଙ୍କର ଏକମାତ୍ର ସଂକଳ୍ପ ବୋଲି ଏ ଅବସରରେ ପ୍ରକାଶ କରିଛନ୍ତି ଚନ୍ଦନ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.