ପ୍ରମୂଖ ଖବର
  • ପୃଥ୍ବୀରାଜ ହରିଚନ୍ଦନଙ୍କୁ ଆଇନ୍‌, ପୂର୍ତ୍ତ ଓ ଅବକାରୀ ବିଭାଗ
  • ||
  • ଡ. ମୁକେଶ ମହାଲିଙ୍ଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ବିଭାଗ
  • ||
  • ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍କୁଲ୍ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତିକରଣ
  • ||
  • ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି
  • ||
  • ସୁରେଶ ପୂଜାରୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
  • ||
  • ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ
  • ||
  • ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି
  • ||
  • ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ: ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ
  • ||
  • ମାଲକାନଗିରି ସୀମାନ୍ତରେ ବଡ ଧରଣର ଅପରେସନ୍, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୮ ମାଓବାଦୀ ନିହତ
  • ||
  • କଇଁଛ ଚୋରା ଚାଲାଣ ବେଳେ ଚାରି ଜଣକୁ ଧରିଲା ଝରିଗାଁ ବନ ବିଭାଗ।
  • ||
  • ଚିଲିକାରେ ପୁଣି ଫସିଲା ଡଙ୍ଗା, ୧୦ ବାଇକ୍ ସହ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା
  • ||
  • ରାମମନ୍ଦିରକୁ ବୋମାରେ ଉଡ଼ାଇଦେବାକୁ ଜୈସ୍‌-ଇ-ମହମ୍ମଦ ଧମକ, ଅଯୋଧ୍ୟାରେ ହାଇଆଲର୍ଟ
  • ||
  • କୁଏତରୁ ଓଡ଼ିଶା ଫେରିଲା ୨ଯୁବକଙ୍କ ମୃତଦେହ, ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଖୋର୍ଦ୍ଧା: ଭାରସାମ୍ୟ ହରାଇ ଓଲଟିଲା ବସ୍, ୪ ଆହତ
  • ||
  • ନିଧି ଫାଇନାନ୍ସ ଠକେଇ ମାମଲା: ତୁଷାର ଭଞ୍ଜଙ୍କ ସରିଲା ରିମାଣ୍ଡ, ଇଓଡବ୍ଲ୍ୟୁ ନିରାଶ
  • ||
  • ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ: ପିଠା ପଣାରେ ମହକୁଛି ଗାଁଠୁ ସହର, ସବୁଠି ଉତ୍ସବ ମୁଖର
  • ||
  • ଓଡ଼ିଶାରେ ଆଗେଇବ ମୌସୁମୀ: ୧୭ରୁ ପ୍ରବଳ ବର୍ଷା ଆଶଙ୍କା, ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ଏବେ ଗୃହ ମନ୍ତ୍ରାଳୟ କୋଠାକୁ ବୋମା ବିସ୍ଫୋରଣ କରି ଉଡାଇ ଦେବାକୁ ମିଳିଲା ଧମକ, ବିଭାଗର ଅଧିକାରୀଙ୍କ ନିକଟକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍...

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସରକାରୀ କୋଠା ଗୁଡ଼ିକ ଉଡାଇ ଦେବାକୁ ଗୋଟିଏ ପରେ ଗୋଟିଏ ଧମକ ମିଳୁଛି । ଦିଲ୍ଲୀର ସ୍କୁଲ ପରେ ଏବେ ଗୃହ ମନ୍ତ୍ରଣାଳୟ ଭବନକୁ ଉଡାଇ ଦେବାକୁ ବୋମା ଧମକ ମିଳିଛି । ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ଇମେଲରେ ଏହି ଧମକ ପାଇଛନ୍ତି । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁଯାୟୀ, ଏହି ଇମେଲ୍ ଆଜି( ବୁଧବାର) ଅପରାହ୍ନ ୩ ଟା ସମୟରେ ଆସିଛି । ଏହି ଧମକକୁ ତୁରନ୍ତ ପୋଲିସ କଣ୍ଟ୍ରୋଲ ରୁମ୍ ଏବଂ ସୁରକ୍ଷା କର୍ମୀଙ୍କୁ ଅବଗତ କରାଯାଇଥିଲା । ଏହା ପରେ ଗୃହ ମନ୍ତ୍ରଣାଳୟର କୋଠା ଯାଞ୍ଚ କରାଯାଇଥିଲା । ପୋଲିସ ବିଶେଷଜ୍ଞମାନେ ଇମେଲର ଅନୁସନ୍ଧାନ କରିଛନ୍ତି।

ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ନୂଆଦିଲ୍ଲୀ ଅଞ୍ଚଳର ଉତ୍ତର ବ୍ଲକରେ ଅବସ୍ଥିତ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ବୋମା ବିପଦ ଥିବା ଏକ ମେଲ ଆସିଥିଲା । ଦୁଇଟି ଫାୟାର ଇଞ୍ଜିନ୍ ଘଟଣାସ୍ଥଳକୁ ପଠାଯାଇଛି । ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ପୂରା କୋଠାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଛି । ହେଲେ ସନ୍ଧାନ ସମୟରେ କୌଣସି ସନ୍ଦେହଜନକ ଜିନିଷ ମିଳି ନାହିଁ । 

ସୂଚନାଥାଉକି, ଯେ ନିକଟରେ ଦିଲ୍ଲୀ ଏବଂ ନୋଏଡାର ୧୫୦ ରୁ ଅଧିକ ବିଦ୍ୟାଳୟକୁ ବୋମା ଧମକ ଆସିଥିଲା । ଏହି ଧମକ ଇମେଲ ମାଧ୍ୟମରେ ମଧ୍ୟ ମିଳିଥିଲା ।  ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ, ଧମକପୂର୍ଣ୍ଣ ଇମେଲର ଆଇପି ଠିକଣା ହଙ୍ଗେରୀର ରାଜଧାନୀ ବୁଦ୍ଧାପେଷ୍ଟରୁ ଆସିଛି । ଏହି ପ୍ରସଙ୍ଗରେ ହଙ୍ଗେରୀ ଅନୁସନ୍ଧାନକାରୀ ସଂସ୍ଥା ସହିତ ଦିଲ୍ଲୀ ପୋଲିସ ଯୋଗାଯୋଗରେ ରହିଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.