ପ୍ରମୂଖ ଖବର

ଆଗରୁ ଥିଲେ ଚର୍ଚ୍ଚିତ IPS, ଏବେ ହେବେ ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ... ଜାଣନ୍ତୁ ଇନ୍ଦିରା ଗାନ୍ଧୀଙ୍କ ସହ ଲାଲଦୁହୋମାଙ୍କ କ’ଣ ଥିଲା କନେକ୍ସନ ?

ଆଇଜୋଲ,୪।୧୨: ମିଜୋରାମ୍ ବିଧାନସଭା ନିର୍ବାଚନ ଭୋଟ୍‌ ଗଣତି ଜାରି ରହିଛି। ରାଜ୍ୟରେ ଜୋରମ୍‌ ନ୍ୟାସନାଲି୍‌ଟ ପାର୍ଟି(ଜେଡ୍‌ଏନ୍‌ପି) ବଡ଼ ଧରଣର ବିଜୟୀ ଆଡକୁ ଅଗ୍ରସର ହେଉଛି। ଜେଡଏନପି ଭାରି ବହୁମତ ପରେ ସରକାର ଗଠନ କରିବ। ନିର୍ବାଚନ ପୂର୍ବରୁ ଓ ପରେ ସେଠାରେ ତ୍ରିକୋଣୀୟ ମୁକାବିଲା ହେବ ବୋଲି କୁହାଯାଉଥିଲା। ଏକଜିଟ୍‌ ପୋଲ୍‌ରେ ମଧ୍ୟ ହ୍ୟାଙ୍ଗ ଆସେମ୍ବଲିର ନେଇ ଅନୁମାନ କରାଯାଉଥିଲା, କିନ୍ତୁ ଲାଲଦୁହୋମା ଓ ତାଙ୍କ ପାର୍ଟି ସବୁ ଆକଳନକୁ ପଛରେ ପକାଇଛନ୍ତି। ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କୁ ହରାଇବା ମିଜୋରାମ୍‌ରୁ ହରାଇଛନ୍ତି। ଏବେ ସେ ହେବାକୁ ଯାଉଛନ୍ତି ରାଜ୍ୟର ଆଗାମୀ ସିଏମ୍। ଜଣେ ପ୍ରଶାସନିକ ଅଧିକାରୀରୁ ମୁଖ୍ୟମନ୍ତ୍ରୀ ହେବାର ଯାତ୍ରା ଲାଲଦୁହୋମାଙ୍କ ପାଇଁ ସେ‌ତେ ସହଜ ନଥିଲା।

ଲାଲଦୁହୋମା ମିଜୋରାମର ଯୁବପୀଢିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ।  ଗତ କିଛି ବର୍ଷ ହେବ ସେ ମିଜୋରାମର ବିକାଶ ତଥା ରାଜ୍ୟକୁ କଂଗ୍ରେସ ଏବଂ ଏମଏନଏଫରୁ ମୁକ୍ତ କରିବା ବିଷୟରେ କହୁଛନ୍ତି। ଲାଲଦୁହୋମା ୧୯୭୭ ରେ ଆଇପିଏସ୍ ହୋଇଥିଲେ ଏବଂ ଗୋଆରେ ଏକ ସ୍କ୍ବାର୍ଡ ଲିଡର୍ ଭାବରେ କାର୍ଯ୍ୟ କରିଥିଲେ।  ଏହି ଅବଧି ମଧ୍ୟରେ ସେ ଚୋରା ଚାଲାଣକାରୀଙ୍କ ବିରୋଧରେ ଅନେକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି କାରଣରୁ ସେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ପରିସରକୁ ବସିଥିଲେ। ତାଙ୍କର ଭଲ କାମ ଦେଖି ୯୧୮୨ରେ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷା ଦାୟିତ୍ୱରେ ନିଯୁକ୍ତ କରାଯାଇଥିଲା।

ଇନ୍ଦିରା ଗାନ୍ଧୀଙ୍କ ସୁରକ୍ଷାରେ ରହିବାର ଦୁଇ ବର୍ଷ ପରେ ଲାଲଦୁହୋମା ୧୯୮୪ ରେ ରାଜନୀତିରେ ପାଦ ଇେଥିଲେ। ସେ ସେହି ବର୍ଷ ସାଂସଦ ହୋଇଥିଲେ। ୪ ବର୍ଷ ପରେ ୧୯୮୮ ରେ କଂଗ୍ରେସର ସଦସ୍ୟତା ଛାଡିବା କାରଣରୁ ତାଙ୍କୁ ଲୋକସଭାରେ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏଭଳି ଭାବରେ ଲାଲଦୁହୋମା ଦଳବଦଳ ବିରୋଧି ଆଇନ ଅନୁସାରେ, ଅଯୋଗ୍ୟ ଘୋଷିତ ହୋଇଥିବା ପ୍ରଥମ ସାଂସଦ ପାଲଟି ଯାଇଥିଲେ।

ମିଜୋରାମ ଭୋଟ୍ ଗଣତି: ହାରିଲେ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା, ସରକାର ଗଠନ କରିବା ଦିଗରେ ଜେଡ୍‌ପିଏମ୍‌

କଂଗ୍ରେସ ଛାଡିବା ପରେ ଲାଲଦୁହୋମା ଜୋରମ୍ ନ୍ୟାସନାଲିଷ୍ଟ ପାର୍ଟି(ଜେଡ୍‌ଏନ୍‌ପି)ର ସ୍ଥାପନା କରିଥିଲେ। ତାଙ୍କୁ ୨୦୧୮  ମିଜୋରାମ୍‌ ବିଧାନସଭା ନିର୍ବାଚନରେ ଏନ୍‌ଏନ୍‌ପିର ନେତୃତ୍ବ ଥିବା ଜୋରମ୍ ପିପୁଲ୍ସ ମୁଭମେଣ୍ଟ ମେଣ୍ଟର ପ୍ରଥମ ମୁଖ୍ୟମନ୍ତ୍ରୀ ପଦର ପ୍ରାର୍ଥୀ ଭାବରେ ଚୟନ ହୋଇଥିଲେ। ସେ ବିରୋଧି ନେତା ରୂପରେ କାର୍ଯ୍ୟ କରିବା ସ୍ବୀକାର କରିଥିଲେ। ୨୦୨୦ ରେ ଦଳ ବଦଳ ବିରୋଧି ଆଇନର ଉଲଂଘନ କରିବାର ଅଭିଯୋଗରେ ତାଙ୍କର ବିଧାନସଭା ସଦସ୍ୟତା ରଦ୍ଦ କରିଦିଆଯାଇଥିଲା। ଭାରତରେ ରାଜ୍ୟ ବିଧାନସଭାରେ ଏଭଳି ପ୍ରଥମ ମାମଲା ଥିଲା। ୨୦୨୧ ରେ ହୋଇଥିବା ଉପ-ନିର୍ବାଚନରେ ସେ ପୁଣିଥରେ ଜିତିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.