ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ମିଜୋରାମ ଭୋଟ୍ ଗଣତି: ହାରିଲେ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା, ସରକାର ଗଠନ କରିବା ଆଶାରେ ଜେଡ୍‌ପିଏମ୍‌

ଆଇଜୋଲ,୪।୧୨:  ରବିବାର ୪ଟି ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ଆଜି ଚାଲିଛି ମିଜୋରାମରେ ଭୋଟ୍ ଗଣତି। ସକାଳ ୮ଟାରେ ଆରମ୍ଭ ହୋଇଛି ମତ ଗଣନା। ଭାରତର ଉତ୍ତରପୂର୍ବ ପ୍ରାନ୍ତରେ ଅବସ୍ଥିତ କ୍ଷୁଦ୍ର ରାଜ୍ୟ ମିଜୋରାମର ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM) ଶାସକ ଦଳକୁ ବହୁ ପଛରେ ପକାଇ ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ଜେଏଡ୍‌ ପିଏମ୍‌ ମିଜୋରାମର ୧୬ଟି ଆସନ ଜିତି ସାରିଛି ଆଇଜୋଲ୍‌ର ପୂର୍ବ ୧ ଆସନରୁ ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ତଥା ଏମ୍‌ଏନ୍ଏଫ୍ ପ୍ରାର୍ଥୀ ଜୋରମଥାଙ୍ଗା ପରାଜିତ ହୋଇଛନ୍ତି। ତାଙ୍କୁ ଜେଡ୍‌ପିଏମ୍‌ର ଲାଲଥନସାଙ୍ଗା ଦେଇଛନ୍ତି ମାତ୍‌। ଜେଡପିଏମ୍‌ ବହୁମତ ଆଡକୁ ଅଗ୍ରସର  ହେଉଥିବା ବେଳେ ଶାସକ ଦଳ ଏନ୍‌ଏମ୍ଏଫ୍, ବିଜେପି ଓ କଂଗ୍ରେସର ସ୍ଥିତି ଖରାପ ରହିଛି। 

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ମିଜୋରାମର ସ୍ବାସ୍ଥ୍ୟମନ୍ତ୍ରୀ ଆର ଲାଲଥଙ୍ଗାଲିୟାନ ଦକ୍ଷିଣ ତୁଇପୁଇ ସିଟ୍‌ରୁ ହାରି ଯାଇଛନ୍ତି। ତାଙ୍କୁ ଜେଡ୍‌ପିଏମ୍‌ର ଲାଲପେଖଲୁଆ ହରାଇଛନ୍ତି। ଏହା ପୂର୍ବରୁ ମିଜୋରାମର ଉପମୁଖ୍ୟମନ୍ତ୍ରୀ ମଧ୍ୟ ହାରି ସାରିଛନ୍ତି। ଏମ୍ଏନ୍ଏଫ୍‌ କାର୍ଯ୍ୟାଳୟ ପୁରା ନିଶବ୍ଦ ହୋଇଯାଇଥିବା ବେଳେ ଜେଡ୍‌ପିଏମ୍‌ କାର୍ଯ୍ୟାଳୟରେ ଖୁସିର ଲହର ଖେଳି ଯାଇଛି। ପ୍ରକାଶ ଥାଉ କି, ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ ମ୍ୟାଜିକ୍ ନଂ ରହିଛି ୨୧। ଆଉ ଏହାର ଖୁବ୍ ନିକଟତର ହୋଇଛି ଜେଡ୍‌ପିଏମ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.