ୱାଶିଂଟନ,୦୭/୦୨: ଡିପସିକ୍ AI ଟୁଲ ବ୍ୟାନ କରିବାକୁ ଦାବି ହୋଇଛି । ଡାଟା ସୁରକ୍ଷା ଲାଗି ଅଷ୍ଟ୍ରେଲିଆ, ଇଟାଲୀ ସମେତ ଅନେକ ଦେଶ ଏଆଇ ଟୁଲ ବ୍ୟବହାର ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏବେ ଆମେରିକାରେ ଆଇନ୍ ନିର୍ମାତାଙ୍କ ପକ୍ଷରୁ ଡିପସିକ୍ ବ୍ୟାନ କରିବାକୁ ଦାବି କରିଛନ୍ତି । ଯଦି ଆମେରିକାରେ ଏହି ଆପକୁ କେହି ଡାଉନଲୋଡ୍ କରନ୍ତି ତେବେ ୨୦ ବର୍ଷ ଜେଲ ଦଣ୍ଡ କିମ୍ବା ୧ ମିଲିୟନ ଡଲାର ଜରିମାନା ଭରିବାକୁ ପଡିପାରେ ।
ବିଲ୍ ପାସ୍ ହେବ କି ? ୟୁଏସ ସେନେଟର ଜୋସ୍ ହାୱଲି ଏଆଇ କ୍ଷେତ୍ରରେ ଚୀନର ପ୍ରଭାବ କମ କରିବାକୁ ଏହି ବିଲ୍ ଆଗତ କରିଛନ୍ତି । ଯଦି ଏହି ବିଲ୍ ପାସ୍ ହୁଏ ତେବେ ଡିପସିକ୍ ଭଳି ଚୀନ ଦ୍ବାରା ହେଉଥିବା ଏଆଇ ମଡେଲ ଆପ୍ ଡାଉନଲୋଡ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ୨୦ ବର୍ଷ ଜେଲ ନଚେତ୍ ୧ ମିଲିୟନ ଡଲାର ଜରିମାନା ଭରିବାକୁ ପଡିପାରେ କିମ୍ବା ଉଭୟ ଦଣ୍ଡ ମିଳିପାରେ । ଏହି ପଦକ୍ଷେପ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ଆଣିବାର ସଙ୍କେତ ଦେଉଛି କାରଣ ଦୁଇ ଦେଶ ଏଆଇ ପ୍ରାଧାନ୍ୟ ପାଇଁ ପ୍ରତିଯୋଗିତା କରୁଛନ୍ତି ।
ଗତ ସପ୍ତାହରେ ବିଲ୍ ଆଗତ ହୋଇଥିଲା । ଆମେରିକାରେ ଏହି ଆପକୁ ଯେପରି କେହି ବ୍ୟବହାର କରିପାରିବେ ନାହିଁ ସେ ଦିଗରେ ଗୁରୁତ୍ବ ଦିଆଯାଇଛି । କ୍ୟୁଟେଡ୍ ରିପୋର୍ଟ ଅନୁସାରେ ହାର୍ଭାର୍ଡ AI ରିସର୍ଜ ବେନ୍ ବ୍ରୁକ୍ସ ଏହି ପଦକ୍ଷେପ ଏ ପର୍ଯ୍ୟନ୍ତ ଏଆଇ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି କହିଛନ୍ତି । ଯଦିଓ ବିଲ୍ ପାସ୍ ହୋଇନାହିଁ ଆଗାମୀ ଦିନରେ ଏହା ଉପରେ ପ୍ରତିବନ୍ଧକ ଲାଗି ପାରେ ।
କହି ରଖୁଛି କି, ଗତ କିଛି ଦିନ ତଳେ ଚାଇନିଜ ଏଆଇ ଟୁଲ ଡିପସିକ୍ ବେଶ ଚର୍ଚ୍ଚାରେ ରହିଛି । ଏହା ଡାଟା ଚୋରି କରୁଥିବା ଅଭିଯୋଗ ଆଣି କିଛି ଦେଶ ଏହାର ବ୍ୟବହାରକୁ ଦେଶରେ ବ୍ୟାନ୍ କରିଛନ୍ତି । ଏପରି ଏଆଇ ଟୁଲଗୁଡିକ ୟୁଜରଙ୍କ ଡାଟା ଏକତ୍ରିତ କରୁଥିବା ଅଭିଯୋଗ ହେଉଥିବାରୁ ଏହାର ବ୍ୟବହାର ନେଇ ଚିନ୍ତା ପ୍ରକଟ କରୁଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ଆମେରିକାର ଆଇନ ନିର୍ମାତା ଏହି ଆପକୁ ବ୍ୟାନ କରିବାକୁ ଦାବି କରିଛନ୍ତି । ୟୁଏସରେ ଏହି ଆପ୍ ଡାଉନଲୋଡ କଲେ ୨୦ ବର୍ଷ ଜେଲ ଦଣ୍ଡ ସହ ୧ ମିଲିୟନ ଡଲାର ଜରିମାନା ଭରିବାକୁ ପଡିପାରେ ।
ପ୍ରକାଶ ଥାଉ କି, ଭାରତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅଫିସ୍ କାର୍ଯ୍ୟରେ ଡିପସିକ ଓ ଚାଟ୍ ଜିପିଟି ଭଳି ଏଆଇ ଟୁଲର ବ୍ୟବହାର ନକିରବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ କହିବା ଅନୁସାରେ ଏଭଳି ଏଆଇ ଟୁଲ ସରକାରୀ ଦସ୍ତାବିଜ ଏବଂ ଡାଟା ଗୋପନୀୟତା ପାଇଁ ବିପଦ । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଆଡଭାାଇଜରୀ ଜାରି କରାଯାଇଛି ।