ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ନଦୀରେ ବୁଡ଼ି ନିଖୋଜ ଥିବା ବଙ୍ଗୀୟ ଛାତ୍ର ଉଦ୍ଧାର, ୪୮ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ

ବଡ଼ବିଲ, ୨୫/୧୧ : ବଲାଣୀ ଥାନା ପୁଣ୍ଡୁଲ୍ କାରୋ ନଦୀରେ ବୁଡ଼ି ନିଖୋଜ ଥିବା ବଙ୍ଗୀୟ ଛାତ୍ର ଉଦ୍ଧାର। ୪୮ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ। ବିପଦପୂର୍ଣ୍ଣ ଅବସ୍ଥାରେ ସେଲଫି ନେବାବେଳେ ଘଟିଥିଲା ଅଘଟଣ । ମୃତକ ପଶ୍ଚିମ ବଙ୍ଗ ହଗୁଲି ଜିଲ୍ଲା, ଆରାମବାଗ ଅଞ୍ଚଳର ତାରା ଶଙ୍କର ସରକାର।

ତାରା ଶଙ୍କର ସରକାର ଓ ତାଙ୍କର ସହପାଠୀ ନୀଲାବଜୀ ଗୁପ୍ତା ଗୁରୁବାର ବିପଦପୂର୍ଣ୍ଣ ଅବସ୍ଥାରେ ନଦୀର ଜଳପ୍ରପାତ ନିକଟରେ ସେଲ୍ଫି ନେଲାବେଳେ ଗୋଡ଼ ଖସି ଯିବାରୁ ନଈ ପାଣିରେ ବୁଡ଼ି ଯାଇଥିଲେ। ସାଥିରେ ଯାଇଥିବା ଗାଡ଼ି ଡ୍ରାଇଭର ନୀଲାବଜୀଙ୍କୁ ଉଦ୍ଧାର କରିଥିଲେ। ତେବେ ତାରା ଶଙ୍କର ନିଖୋଜ ହୋଇଯାଇଥିଲେ। ପରେ ବଲାଣୀ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଉଦ୍ଧାର କାର୍ଯ୍ୟ ପାଇଁ ରାଉରକେଲାରୁ ଓଡ୍ରାଫ୍ ଟିମ୍ ଡକାଯାଇଥିଲା। ଶୁକ୍ରବାର, ବୁଡ଼ାଳୀଙ୍କ ସମେତ ୧୪ ଜଣିଆ ଓଡ୍ରାଫ୍ ଟିମ୍ ଦିନ ତମାମ ଖୋଜିଥିଲେ ବି ତାରା ଶଙ୍କରଙ୍କ ସନ୍ଧାନ ମିଳିନଥିଲା । ତେବେ ଆଜି ରେସ୍କ୍ୟୁ କାମ ଚାଲୁଥିଲା ବେଳେ, ଛାତ୍ରଙ୍କ ମୃତଦେହ ଉପରକୁ ଭାସି ଆସିଥିଲା । ମୃତଦେହକୁ ଉଦ୍ଧାର ହେବା ପରେ ପୋଲିସ୍ ଶବ ବ୍ୟବଛେଦ ପାଇଁ ପଠାଇଛି । ଆଜି ମୃତଦେହ ବ୍ୟବଚ୍ଛେଦ ସରିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି । 

ସୂଚନା ଅନୁଯାୟୀ, ଗତ ୨୧ରେ କୋଲକାତା ଆଶୁତୋଷ କଲେଜର ପରିବେଶ ଵିଜ୍ଞାନରେ ସ୍ନାତକୋତ୍ତର କରୁଥିବା ୩୮ ଜଣ ବିଦ୍ୟାର୍ଥୀଙ୍କ ସମେତ ଅନ୍ୟ ୫ ଜଣ ଫ୍ୟାକଲ୍ଟି ଷ୍ଟଡି ଟୁରରେ ବଡ଼ବିଲ ଆସି ହୋଟେଲ ଆଧାର ରିଜେନ୍ସିରେ ରହୁଥିଲେ । ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ପରେ ଗୁରୁବାର, ବଲାଣି ନିକଟବର୍ତ୍ତି ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ପ୍ରାକୃତିକ ସୋନ୍ଦର୍ଯ୍ୟ ପୂର୍ଣ୍ଣ ପୁଣ୍ଡୁଲ୍ ଅଞ୍ଚଳକୁ ଭ୍ରମଣ କରିବା ପରେ ସେମାନେ କଲିକତା ଫେରିଯାଇଥାନ୍ତେ । କିନ୍ତୁ ଘଟିଗଲା ଏକ ବଡ଼ ଅଘଟଣ । ଘରକୁ ଫେରିବା ଆଗରୁ ଅକାଳରେ ଚାଲିଗଲା ଜୀବନ । ସୂଚନାଯୋଗ୍ୟ ଯେ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜନ ଜୀବନ ହାନି ହେଉଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ ଏଠାରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.