ପ୍ରମୂଖ ଖବର

ସ୍ୱିଗୀର ନୂଆ ପ୍ରୋଗ୍ରାମ ସ୍ୱିଗୀ ସର୍ଭ ଲଞ୍ଚ, ୨୦୩୦ ସୁଦ୍ଧା ୫ କୋଟି ମିଲ୍ ବାଣ୍ଟିବା ନେଇ ରହିଛି ଲକ୍ଷ୍ୟ

Published By : Bijay Swain | January 9, 2025 7:44 PM

ନୂଆଦିଲ୍ଲୀ: ଭାରତରେ ଖାଦ୍ୟ ଅପଚୟ ଓ ଭୋକକୁ ରୋକିବାକୁ ଗୁରୁବାର ଖାଦ୍ୟ ବିତରଣକାରୀ ସଂସ୍ଥା ସ୍ୱିଗୀ ଏକ ଚୁକ୍ତି ସ୍ୱାକ୍ଷର କରିଛି। ରବିନ ହୁଡ ଆର୍ମି ନାମକ ଏକ ଏନଜିଓ ସହ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁସାରେ ସ୍ୱୀଗି ଉକ୍ତ ଏନଜିଓ ସହ ମିଶି ବଳକା ଖାଦ୍ୟ ବିତରଣ କରିବା ସହ ୨୦୩୦ ସୁଦ୍ଧା ୫ କୋଟି ମିଲ୍ ବାଣ୍ଟିବା ନେଇ ଲକ୍ଷ୍ୟ ରଖିଛି। 

“ସ୍ୱିଗୀର ଏହା ଏକ ଛୋଟ ପଦକ୍ଷେପ, ଯାହା ବଡ ପ୍ରଭାବ ସୃଷ୍ଟି କରିବ” ବୋଲି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱିଗୀ ଫୁଡ୍ ମାର୍କେଟପ୍ଲେସର ମୁଖ୍ୟ କାର୍ଯ୍ୟ ନିର୍ବାହି ଅଧିକାରୀ ରୋହିତ କପୁର ଘୋଷଣା କରିଛନ୍ତି। ଏହା ସହ ଆମର ରେଷ୍ଟୁରାଣ୍ଟ ପାର୍ଟନର ମାନେ ମଧ୍ୟ ଏ ଦିଗରେ ଆମକୁ ସହାୟତା କରିବାକୁ ଆଗଭର ଅଛନ୍ତି ବୋଲି ସେ କହିଛନ୍ତି।

ଏହି କ୍ଷେତ୍ରରେ ସହଯୋଗ ବଢାଇବା ପାଇଁ ସ୍ୱିଗୀ ଡୋସା ଆନ୍ନା, ଚାରକୋଲ ଇଟ୍ସ, ବିରିୟାନି ବାଏ କିଲୋ, ଅରବାନ ତନ୍ଦୁର, ଦାନା ଚୋଗା ଓ ଫୁଡିସ୍ କାର୍ଟ ଭଳି ଅନେକ ରେଷ୍ଟୁରାଣ୍ଟ ଚେନ ସହ କଥାବାର୍ତ୍ତା ଜାରି ରଖିଛି। 

ଏହା ଆମର ସବୁଠୁ ବଡ଼ ପାର୍ଟନରସିପ। ଆମ ପାଖରେ କୈଣସି ବି ଫଣ୍ଡ ନାହିଁ। ସ୍ୱେଚ୍ଛାକୃତ ଭାବେ ଆମ ସଂଗଠନ କାମ କରିଥାଏ। ତେବେ ଆମ ସଂଗଠନ ଏଯାଏ ୧୫୩ ମିଲିୟନ ମିଲ୍ ବାଣ୍ଟିସାରିଲାଣି। ସ୍ୱିଗୀ ସହ ସହଭାଗିତାରେ ଆମେ ଆହୁରି ଭଲ ଭାବେ କାମ କରିପାରିବୁ ବୋଲି ରବିନ ହୁଡ ଆର୍ମିର ପ୍ରତିଷ୍ଠାତା ନିଲ ଘୋଷ କହିଛନ୍ତି। 

୨୦୨୪ ଅକ୍ଟୋବର ମାସରେ ସ୍ୱିଗୀ ସିଂଘମ ଏଗେନର ନିର୍ମାତାଙ୍କ ସହ ସହଭାଗିତାରେ ରବିନ ହୁଡ ଆର୍ମିର ସହଯୋଗରେ ସ୍କୁଲରେ ପଢୁଥିବା ୧୧,୦୦୦ ଛାତ୍ରଙ୍କୁ ବଡାପାଓ ଯୋଗାଇଥିଲା।  ଯାହା ଗିନିଜ ବୁକ ଅଫ ୱାର୍ଡ ରେକର୍ଡରେ ସ୍ଥାନ ପାଇଥିଲା। 

ସ୍ୱିଗୀର ପ୍ରତିନ୍ଦ୍ୱନ୍ଦୀ ଜୋମାଟୋ ୨୦୨୪ ନଭେମ୍ବର ମାସରେ ନିଜ ଆପ୍ଲିକେସନରେ ଏକ ନୁଆ ଫିଚର ଆଣିଥିଲା। ଯାହା ମାଧ୍ୟମରେ କିପରି ଖାଦ୍ୟ ଅପଚୟକୁ ରୋକାଯାଇ ପାରିବ ତାହା ଦର୍ଶାଯାଇଥିଲା। ଏହି ଫିଚର ନାଁ ଫୁଡ ରେସକ୍ୟୁ ରହିଥିଲା। ଯାହା ଦ୍ୱାରା ଜଣେ ନିଜ ଅର୍ଡର କ୍ୟାନସଲ କରିବା ପରେ ଅନ୍ୟଜଣେ ତାହାକୁ ଡିସକାଉଣ୍ଟ ଦରରେ କିଣିପାରିବେ। ପ୍ରତି ମାସରେ ପାଖାପାଖି ୪ ଲକ୍ଷ ଫୁଡ ଅର୍ଡର କ୍ୟନସଲ ହୁଏ ବୋଲି ଜୋମାଟୋ ପ୍ରକାଶ କରିଛି। 

୨୦୧୯ ମସିହା ଆରମ୍ଭରେ ଜୋମାଟୋ ଏକ ଏନଜିଓକୁ ନିଜ ଦଖଲକୁ ଆଣିଥିଲା। ଏହାପରେ ଭାରତରେ କ୍ଷୁଧା ଓ ଅପପୃଷ୍ଟିକୁ ହରାଇବା ଲକ୍ଷରେ ଜୋମାଟୋ ଫିଡିଙ୍ଗ ଇଣ୍ଡିଆ ନାମରେ ଏକ ପ୍ରୋଗ୍ରାମ ଆରମ୍ଭ କରିଥିଲା। ଏହି ପ୍ରୋଗ୍ରାମ ଅଧିନରେ ଭାରତର ୩୯ ସହରରେ ପ୍ରତିଦିନ ମୋଟ ୨ ଲକ୍ଷ ମିଲ୍ ବଣ୍ଟାଯାଇଥାଏ ବୋଲି ଜୋମାଟୋ ୱେବସାଇଟରେ ଥିବା ତଥ୍ୟରୁ ଜଣାପଡିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.