ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଓଡ଼ିଶାକୁ ପ୍ରଶଂସା କଲେ ସୁପ୍ରିମ୍‌କୋର୍ଟ କମିଟି, ସଡ଼କ ଦୁର୍ଘଟଣା କମାଇବାରେ ସଫଳ

କଟକ, ୨୯ ।୮: ସଡ଼କ ସଚେତନତା ଶିକ୍ଷା, ଟ୍ରାଫିକ୍‌ ଉଲ୍ଲଂଘନ ବିରୋଧରେ ଚଢ଼ଉ, ସଡ଼କ ଇଂଜିନିୟରିଂରେ ଉନ୍ନତି ଓ ତ୍ୱରିତ ଜରୁରିକାଳୀନ ଚିକିତ୍ସା । ଏହି ଚାରି ସୂତ୍ରୀ ନୀତି ପାଇଁ ସଡ଼କ ଦୁର୍ଘଟଣା କମାଇବାରେ ଓଡ଼ିଶା ଅନେକାଂଶରେ ସଫଳ ହୋଇଛି । ରାଜ୍ୟରେ ୨୦୨୨ର ଦ୍ୱିତୀୟ ତ୍ରୈମାସିକ ତୁଳନାରେ ୨୦୨୩ର ଦ୍ୱିତୀୟ ତ୍ରୈମାସିକରେ ସଡକ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ କମିଛି । ରାଜ୍ୟରେ ସଡ଼କ ଦୁର୍ଘଟଣା ୭.୫୬% ଓ ମୃତ୍ୟୁହାର ୬.୨୪% ହ୍ରାସ ପାଇଥିବାରୁ ସଡ଼କ ସୁରକ୍ଷା ଉପରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପ ଓ ଉଦ୍ୟମକୁ ସୁପ୍ରିମକୋର୍ଟ କମିଟି (ଏସ୍‌ସିସିଓଆର୍‌ସି) ପ୍ରଶଂସା କରିଛି । ସଡ଼କ ସୁରକ୍ଷା ସଂପର୍କିତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ଅନୁଧ୍ୟାନ କରିବା ଏବଂ ଅଡ଼ିଟ୍‌ କରିବା ପାଇଁ ସଚିବ ସଞ୍ଜୟ ମିତ୍ତଲ ୫ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ମଙ୍ଗଳବାର ଶ୍ରୀ ମିତ୍ତଲ ଭୁବନେଶ୍ୱରରେ ସଡ଼କ ସୁରକ୍ଷା ଉପରେ ଲିଡ୍‌ ଏଜେନ୍ସିର ସଦସ୍ୟମାନଙ୍କ ସହ ବୈଠକ କରି ସଡ଼କ ଦୁର୍ଘଟଣା ରୋକିବାରେ ଓଡ଼ିଶାର ଉଦ୍ୟମକୁ ପ୍ରଶଂସା କରିଛନ୍ତି । 

ଶ୍ରୀ ମିତ୍ତଲ କହିଛନ୍ତି, ଜରୁରୀକାଳୀନ ସେବାର ଏକତ୍ରିକରଣ କରିବା ପାଇଁ ରାଜ୍ୟର ଉଦ୍ୟମ ଉଦାହରଣଯୋଗ୍ୟ । ସମସ୍ତ ଆମ୍ୱୁଲାନ୍ସ ସେବା ସହ ସରକାରୀ ଟ୍ରମା କେୟାର କେନ୍ଦ୍ରର ଏକକୀକରଣ କରାଯାଇଛି । ଆମ୍ୱୁଲାନ୍ସ ନେଟ୍‌ୱର୍କ ପାଇଁ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣ ପାଇଁ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ସଡ଼କ ଦୁର୍ଘଟଣାର ପୀଡିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଆମ୍ୱୁଲାନ୍ସ, ପୁଲିସ ଏବଂ ଅଗ୍ନିଶମ ସେବା ସଂସ୍ଥା ଭଳି ସମସ୍ତ ଜରୁରୀକାଳୀନ ସେବାର ଗୋଟିଏ ହେଲ୍‌ପଲାଇନ୍‌ ନମ୍ୱର ୧୧୨ର ଅନ୍ତର୍ଗତ କରାଯାଇଛି । ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ପାଇଁ ଫାଷ୍ଟ୍‌ ରେସପଣ୍ଡର୍‌ ଭାବେ ସୁବାହକ କାର୍ଯ୍ୟକ୍ରମ ମାଧ୍ୟମରେ ଏଚ୍‌ଏମ୍‌ଭି (ଭାରୀଯାନ) ଡ୍ରାଇଭରମାନଙ୍କ ପ୍ରଶିକ୍ଷଣ ଏବଂ ଏନ୍‌ସିସି ସ୍ୱେଚ୍ଛାସେବୀଙ୍କୁ ରକ୍ଷକ ଜୁନିଅର ମାଧ୍ୟମରେ ପ୍ରଶିକ୍ଷଣ ଦେବା ପାଇଁ ସରକାରଙ୍କ ତରଫରୁ ନେବାକୁ ଥିବା ପଦକ୍ଷେପକୁ ଶ୍ରୀ ମିତ୍ତଲ ଉଚ୍ଚପ୍ରଶଂସା କରିଛନ୍ତି । ସୁବାହକ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ୮ ହଜାର ୪୦୦ ନୂତନ ଭାରୀଯାନ ଡ୍ରାଇଭରଙ୍କୁ ତାଲିମ ଦେବା ଏବଂ ପ୍ରତିବର୍ଷ ଅନ୍ୟ ୫୦ ହଜାର ଭାରୀଯାନ ଡ୍ରାଇଭରଙ୍କୁ ରିଫ୍ରେଶର ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ରକ୍ଷକ ଜୁନିଅର କାର୍ଯ୍ୟକ୍ରମ ଅଧୀନରେ ସମୁଦାୟ ୬୫ ହଜାର ଏନ୍‌ସିସି ସ୍ୱେଚ୍ଛାସେବୀଙ୍କୁ ସଡ଼କ ସୁରକ୍ଷା ଉପରେ ସ୍ୱତନ୍ତ୍ର ତାଲିମ ଦିଆଯିବାକୁ ବ୍ୟବସ୍ଥା ହୋଇଛି । 

ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କଠୋର କାର୍ଯ୍ୟକାରିତାକୁ (ଏନ୍‌ଫୋର୍ସମେଣ୍ଟ) ମଧ୍ୟ ସଚିବ ପ୍ରଶଂସା କରିଥିଲେ । ଶ୍ରୀ ମିତ୍ତଲ ପୂର୍ବରୁ ପୁରୀ ଏବଂ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି ଉଭୟ ଜିଲ୍ଲାର ହିତାଧିକାରୀ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ବିଶେଷ ଭାବେ ଏନ୍‌ଏଚ୍‌-୩୧୬ (ଭୁବନେଶ୍ୱର- ପୁରୀ) ଏବଂ ଏନ୍‌ଏଚ୍‌-୧୬ (ଭୁବନେଶ୍ୱର-ବ୍ରହ୍ମପୁର) ପରିଦର୍ଶନ କରିଥିଲେ । ଉଭୟ ରାସ୍ତା ଉପରେ କିଛିଟା ସଂଶୋଧନ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଏନ୍‌ଏଚ୍‌ ୩୧୬ ସଂଶୋଧନ ପ୍ରସ୍ତାବ ମଧ୍ୟରେ ରାସ୍ତା ଜବରଦଖଲର ଉଚ୍ଛେଦ, ବ୍ଲାକ ସ୍ପଟ୍‌ର ସଂଶୋଧନ, ପୁରୀ ଏବଂ ଭୁବନେଶ୍ୱର ମଧ୍ୟରେ ଥିବା ସମସ୍ତ ପ୍ରମୁଖ ମିଳନସ୍ଥଳରେ ଆଇଇଏମ୍‌ଏସ୍‌ କିମ୍ୱା କ୍ୟାମେରା ଆଧାରିତ ବ୍ୟବସ୍ଥାର କାର୍ଯ୍ୟକାରିତା, ପର୍ଯ୍ୟାପ୍ତ ଆଲୋକୀକରଣ ପାଇଁ ପରାମର୍ଶ ଦିଆଯାଇଛି । ସେହିଭଳି ଏନ୍‌ଏଚ୍‌ -୧୬ର ଖଲ୍ଲିକୋଟ ଘାଟ ଅଞ୍ଚଳରେ ସଠିକ୍‌ ଆଲୋକୀକରଣ ନିଶ୍ଚିତ ହେବା ଆବଶ୍ୟକ ବୋଲି ଶ୍ରୀ ମିତ୍ତଲ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

  • supreme court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.