ପ୍ରମୂଖ ଖବର
  • ଖାନ୍‌ନଗରରେ ଭୁଷୁଡ଼ିଲା ଦଶହରା ଲାଇଟ୍‌ ଗେଟ୍‌, ଗେଟ୍‌ ତଳେ ଚାପି ହୋଇଗଲା ଗାଡ଼ି
  • ||
  • ବାଲିଗୁଡାରେ ଚାଞ୍ଚଲ୍ୟ, କିଡ୍‌ନୀ ଚୋରି ଅଭିଯୋଗ ପରେ କବର ଖୋଳି ଶବ କାଢିଲା ପୋଲିସ
  • ||
  • ନକଲି କଲ୍‌ ସେଣ୍ଟର ଠାବ ଘଟଣା, ଅଧିକ ତଦନ୍ତ ପାଇଁ କୋଲକାତା ଯିବ ସାଇବର ପୁଲିସ୍‌
  • ||
  • ପୁରୀ : ଅଣପଞ୍ଜିକୃତ ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା, ବୃନ୍ଦାବତୀ ନିବାସର ବେସ୍‌ମେଣ୍ଟରେ ରହିବେ ୧୪୦ ହବିଷ୍ୟାଳି
  • ||
  • ଦେବଗଡ : ଆନ୍ତଃଜିଲ୍ଲା ମୋଟରସାଇକେଲ ଚୋରୀ ରାକେଟ ଠାବ: ୩ ଲୁଟେରା ଗିରଫ, ୮ ବାଇକ୍‌ ଜବତ
  • ||
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ପାହାଡ଼ ଉପରୁ ୧୧ବର୍ଷ ନାବାଳକର ମୃତଦେହ ଉଦ୍ଧାର; ବଳି ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ

ପାଟଣାଗଡ଼, ୧୮/୧୦ : ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଜଳପାକେର ଗାଁର ଏକ ପାହାଡ଼ ଉପରୁ ନାବାଳକର ମୃତଦେହ ଉଦ୍ଧାର । ବଳି ପାଇଁ ନାବାଳକ ହତ୍ୟା କରଯାଇଥିବା ଅଭିଯୋଗ କରିଛନ୍ତି ମୃତ ନାବାଳକଙ୍କ ବାପା ଓ ପରିବାର ଲୋକ । କାଲି ସଂକ୍ରାନ୍ତି ଥିଲା। ସଞ୍ଜ ସମୟରୁ ନାବାଳକ ଘରୁ ବାହାରିଥିଲା ହେଲେ ଘରକୁ ଫେରିନଥିଲା । ଶେଷରେ ଖୋଜାଖୋଜି କରିବା ପରେ ଥାନାକୁ ଯାଇ ନିଖୋଜ ଥିବା ନେଇ ପରିବାର ଲୋକେ ଏତଲା ଦେଇଥିଲେ । ତେବେ ଆଜି ସକାଳୁ କିଛି ସ୍ଥାନୀୟ ଗ୍ରାମବାସୀ ନାବାଳକର ମୃତଦେହ ପାହାଡ଼ ଉପରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏ ନେଇ ଘଟଣାସ୍ଥଳରେ ପରିବାର ଲୋକ ଓ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ସଂକ୍ରାନ୍ତିରେ ପୁଅକୁ ବଳି ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତ ନାବାଳକଙ୍କ ବାପା । 

ଘଟଣାସ୍ଥଳରେ ଡଗସ୍କ୍ବାର୍ଡ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଛାନ ଭିନ କରିଛି । ନାବାଳକ ଛାତିରେ ରକ୍ତ ବାହାରୁଥିବା କେବଳ ଜଣାପଡିଛି । ସେପଟେ ଏହି ସ୍ଥାନରେ ୯ ବର୍ଷ ଆଗରୁ ମଧ୍ୟ ଜଣେ ଶିଶୁକୁ ବଳି ଦିଆଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସେପଟେ ଅପରାଧୀକୁ ଧରିବା ସହ ନିରୀହ ନିଷ୍ପାପ ଶିଶୁର ହତ୍ୟା ଭଳି ଘଟଣାରେ ପରିବାର ଲୋକଙ୍କୁ ନ୍ୟାୟ ଦେବା ଦାବିରେ ଲାଠୋର ଖପ୍ରାଖୋଲ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଏ ନେଇ ପାଟଣାଗଡ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଉଥିବା କହିଛନ୍ତି। ଏ ନେଇ ତଦନ୍ତ ସହ ନାବାଳକର ମୃତଦେହ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଏ ନେଇ ଜଣେ ଗ୍ରାମବାସୀକୁ ସନ୍ଦେହରେ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। 

ନିରୀହ ନିଷ୍ପାପ ଶିଶୁମାନଙ୍କୁ ବଳି ଦେବା ଘଟଣା ବଲାଙ୍ଗୀର ଜିଲ୍ଲାରେ କିଛି ନୁଆଁ ନୁହେଁ । ଯଦି ଏହି ହତ୍ୟାକାଣ୍ଡ ବଳି ପାଇଁ ହୋଇଥାଏ ତା’ହେଲେ ଏହା ସାଂଘାତିକ କାରଣ ବଳି ଦେଇ ଜେଲ ଯାଇଥିବା ଗୁଣିଆ ଏବେ ମଧ୍ୟ ଜେଲରୁ ଫେରାର ହୋଇ ବାହାରେ ବୁଲୁଥିବାବେଳେ ଗୁଡାଏ ଗୁଣିଆ ଏବେ ଗୁପ୍ତ ଧନ ଓ ସିଦ୍ଧି ପ୍ରାପ୍ତି ପାଇଁ ଏଭଳି କାଣ୍ଡ ଭିଆଉଛନ୍ତି । ଯାହାକୁ ନେଇ ପୋଲିସ ଓ ପ୍ରଶାସନ ସଚେତନ ହେବା ସହ ଠୋସ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.