ପ୍ରମୂଖ ଖବର
  • ଜୟପୁର-ଅଜମେର ହାଇୱେରେ ବଡ ଦୁର୍ଘଟଣା, ବସ୍କୁ ଧକ୍କା ଦେଲା ଟ୍ରକ, ୧୦ରୁ ଅଧିକ ଗୁରୁତର
  • ||
  • ମୋବାଇଲ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି ଟାରିଫ୍ ନିୟମରେ ସଂଶୋଧନ ଆଣିଲା ଟ୍ରାଇ,ପୁଣି ଫେରିବ ରିଚାର୍ଜ କୁପନ୍
  • ||
  • ‘ନୋ ଡିଟେନ୍‌ସନ ପଲିସି’ ଉଠାଇଦେଲେ କେନ୍ଦ୍ର ସରକାର: ଏଥର ୫ମ, ୮ମରେ ଫେଲ୍‌ ହେଲେ ଫେଲ୍‌
  • ||
  • ଦକ୍ଷିଣ ଓ ଉପକୂଳରେ ଦୁଇ ଦିନ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ୱାର୍ଣ୍ଣିଂ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ SRC
  • ||

ଜିଲ୍ଲା ଶିକ୍ଷା ବିଭାଗରେ ଦୀର୍ଘ ବର୍ଷ ଧରି ୫ଅଧିକାରୀ ପଦବୀ ପଡିଛି ଖାଲି, ୧୩୭୨ସ୍କୁଲର ଦାୟିତ୍ୱ ତୁଲାଉଛନ୍ତି ଜଣେ ମାତ୍ର ଜିଲ୍ଲା ଶିକ୍ଷା ଅଧିକାରୀ

Published By : Prameya | October 18, 2024 9:33 PM

ମାଲକାନଗିରି, ୧୮/୧୦ : ମାଲକାନଗିରି ଜିଲ୍ଲା ଶିକ୍ଷା ବିଭାଗରେ ଦୀର୍ଘ ବର୍ଷ ଧରି ୫ଅଧିକାରୀ ପଦବି ଖାଲି ପଡ଼ିଥିବାରୁ ୧୩୭୨ଟି ସ୍କୁଲର  ଦାୟିତ୍ୱ ତୁଲାଉଛନ୍ତି ଜଣେ ମାତ୍ର ଜିଲ୍ଲା ଶିକ୍ଷା ଅଧିକାରୀ। ଯାହା ଫଳରେ କି ସମସ୍ତ ସ୍କୁଲ ପରିଦର୍ଶନ, ମଧ୍ୟାହ୍ନଭୋଜନ, ଶିକ୍ଷକ ତାଲିମ, ସାଇକେଲ ବଣ୍ଟନ, ସ୍କୁଲ ପରିଚାଳନା ଓ ବିଭାଗୀୟ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଛି। ମାଲକାନଗିରି ଜିଲ୍ଲାରେ ଶିକ୍ଷା ବିଭାଗର ୧୨୪୨ଟି ସ୍କୁଲ ରହିଛି, ସେଥି ମଧ୍ୟରୁ ୭୮୯ଟି ପ୍ରାଥମିକ ବିଦ୍ୟାଳୟ, ୩୩୦ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୯୭ଟି ମାଧ୍ୟମିକ ବିଦ୍ୟାଳୟ, ୧୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, 

୭ଟି ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି ।

ଆଦିବାସୀ କଲ୍ୟାଣ ବିଭାଗର ୫୧ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୨୨ଟି ମାଧ୍ୟମିକ ବିଦ୍ୟାଳୟ, ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋଟ ୭୮ଟି ବିଦ୍ୟାଳୟ ରହିଛି । ଏହା ବ୍ୟତୀତ ଘରୋଇ ଭାବେ ୧୧ଟି ପ୍ରାଥମିକ ବିଦ୍ୟାଳୟ, ୨୨ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୬ଟି ମାଧ୍ୟମିକ ବିଦ୍ୟାଳୟ, ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋଟ ୪୫ ଟି ସ୍କୁଲ ଅଛି ।

ଏହା ବ୍ୟତିତ ୨ଟି ଏକଲବ୍ୟ ବିଦ୍ୟାଳୟ, ୨ଟି ଜବାହାର ନବଦୋୟ ବିଦ୍ୟାଳୟ, ୧ଟି କେନ୍ଦ୍ରୀୟ ବିଦ୍ୟାଳୟ, ୧ଟି ସ୍ୱତନ୍ତ୍ର ଭାବେ ଅନ୍ଧମୁକ ବିଧିର ବିଦ୍ୟାଳୟ ଅଛି । ଏହି ସବୁ ବିଦ୍ୟାଳୟ ଗୁଡିକର ସୁପର ଭିଜନ, ପରିଚାଳନା ଓ ଶିକ୍ଷା ସମ୍ପର୍କିତ କାର୍ଯ୍ୟ ପାଇଁ ଜିଲ୍ଲାରେ ଜଣେ ଜିଲ୍ଲା ଶିକ୍ଷା ଅଧିକାରୀ, ଜଣେ ସର୍ବ ଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ, ୩ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ, ୭ଟି ବ୍ଲକ ଶିକ୍ଷା ଅଧିକାରୀ ପଦବିର ଆବଶ୍ୟକ ଥିବାବେଳେ ଦୀର୍ଘ ବର୍ଷ ଧରି ଖାଲି ପଡିଛି ୩ଟି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ । ସର୍ବ ଶିକ୍ଷା ଅଭିଯାନ ଜିଲ୍ଲା ସଂଯୋଜକ, ଜଣେ ବ୍ଲକ ଶିକ୍ଷା ଅଧିକାରୀ ପଦବି,ଏବେ ଜିଲ୍ଲା ଶିକ୍ଷା ବିଭାଗରେ କାମ ଚଲାଇଛନ୍ତି ଜଣେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ୬ଜଣ ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ସର୍ବ ଶିକ୍ଷା ଅଭିଯାନର ଡିପିସି ପଦବିର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଦୀର୍ଘ ବର୍ଷ ଧରି ଶିକ୍ଷା ବିଭାଗରେ ୫ଅଧିକାରୀ ପଦବି ଖାଲି ପଡ଼ିଥିବାରୁ ଶିକ୍ଷା ବିଭାଗ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶାସନିକ କାର୍ଯ୍ୟରେ ବିଳମ୍ବ ହେଉଥିବାର ଜଣା ପଡିଛି । ନାହିଁ ନାହିଁ ଓ କାମ ଚଳାରେ ଚାଲିଛି ଜିଲ୍ଲା ଶିକ୍ଷା ବିଭାଗ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.