ପ୍ରମୂଖ ଖବର
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହେଲେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି

ଫୁଲବାଣୀ,୧୧/୨ : କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ନୂତନ ସଭାପତି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି। 

ସୂଚନାଯୋଗ୍ୟ, ପୂର୍ବତନ ଜିଲ୍ଲା ସଭାପତି ସାଲୁଗା ପ୍ରଧାନ ପଦବୀରୁ ଇସ୍ତଫା ଦେବା ପରେ ପ୍ରାୟ ଦୁଇ ମାସ ହେଲା ଏହି ପଦବୀ ଖାଲି ପଡିଥିଲା। ନିର୍ବାଚନ ଆଗକୁ ଥିବା ବେଳେ ଏହି ପଦବୀକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା। ତେବେ ସେଥିରେ ଅନ୍ତ ଘଟାଇ ଆଜି ଅଙ୍ଗଦ କହଁରଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। 

ଉଲ୍ଲେଖଯୋଗ୍ୟ, ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ  ଦୀର୍ଘ ଦଶ ବର୍ଷ ଧରି ସରୋଜ କର୍ଣ୍ଣ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ରହିଥିଲେ। ଗତ ନଭେମ୍ବର ମାସରେ ଏଥିରେ ପରିବର୍ତ୍ତନ କରାଯାଇ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା। ତେବେ ଏହାର ମାସେ ନ ପୂରୁଣୁ ସାଲୁଗା ରାଜ୍ୟ ବିଧାନସଭାରେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇ ଯିବାରୁ ତାଙ୍କୁ ଏହି ଦଳୀୟ ପଦବୀରୁ ଇସ୍ତଫା ଦେବାକୁ ପଡିଥିଲା। ସେବେଠାରୁ ଜିଲ୍ଲା ସଭାପତି ପଦବୀ ଖାଲି ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.