ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଗେଣ୍ଡୁ ଫୁଲ ଚାଷ ବୁଲି ଦେଖିଲେ ଜିଲ୍ଲାପାଳ

Published By : Gurupada Nath | October 9, 2024 10:20 PM

ଫିରିଙ୍ଗିଆ,୯/୧୦ : ଦିନକୁ ଦିନ ସବୁ ଆଡ଼େ ଗେଣ୍ଡୁ ଫୁଲର ଚାହିଦା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ବର୍ଷଠାରୁ ଗେଣ୍ଡୁ ଫୁଲ ଚାଷ ଆରମ୍ଭ ହୋଇଛି । ପ୍ରଥମେ ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତର ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦିଆଯାଇଥିଲା। ଫୁଲ ଚାଷ କରି ସଫଳ ମଧ୍ୟ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଜିଲ୍ଲାରେ ୩୦୦ଏକର ଜମିରେ ଗେଣ୍ଡୁ ଫୁଲ ଚାଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଥିବା ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି । 

ଖଜୁରୀପଡ଼ା ବ୍ଲକ ଟିଟ୍ରା ପଙ୍ଗାଠାରେ ୭ଏକର ଜମିରେ ଏକ ଲକ୍ଷ ୧୨ ହଜାର ଗେଣ୍ଡୁ ଫୁଲ ଚାରା ଲଗାଯାଇଥିବା  ବୁଲି ଦେଖିଥିଲେ ଜିଲ୍ଲପାଳ ଅମ୍ରିତ୍ ଋତୁରାଜ । ଏ ସବୁ ଯେପରି ନଷ୍ଟ ନ ହେବ ସେଥିପାଇଁ ଯଥେଷ୍ଟ ପାଣିର ବ୍ୟବସ୍ଥା, ଗୋରୁ ଗାଈ, ମାଙ୍କଡକୁ ଆକଟ କରିବା ସହିତ ଉଚିତ୍ ଯତ୍ନ ନେବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ବେରଜଗାର ଦୂର କରି ଲୋକଙ୍କୁ ରୋଜଗାର ଯୋଗାଇ ଦେବା ଉଦ୍ଦେଶ୍ୟରେ ଫୁଲବାଣୀ ଆଇଟିଡିଏ ପକ୍ଷରୁ ସ୍ବାବଲମ୍ବୀ କରିବା ପାଇଁ ଫୁଲ ଚାଷ ଉପରେ ଗୁରୁତ୍ବ ଦେଇ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । 

ଫୁଲ ଚାଷରେ ପରିଶ୍ରମ କମ୍ ଏବଂ ଲାଭ ଅଧିକ ହେଉଥିବାରୁ ଏହି ଚାଷ ପ୍ରତି ଚାଷୀମାନେ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ପ୍ରକଳ୍ପ ପ୍ରଶାସକ କହିଛନ୍ତି । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଗ୍ରାମବାସୀ ସମେତ ପି. ମୁରଲୀ ମୋହନ ପ୍ରକଳ୍ପ ପରିଚାଳକ, ଶୁଭଶ୍ରୀ ମହାନ୍ତି, ଗୁପ୍ତା ଖିଲା, ଶ୍ରୀପତି ପାତ୍ର, ପ୍ରଦୀପ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.